ବିଚାର

ମାମୁଲି ଘଣ୍ଟି ବଦଳାଇପାରେ ଆପଣଙ୍କ ଭାଗ୍ୟ, ପୂଜା ସମୟରେ କରନ୍ତୁ ଏହି କାମ

କୌଣସି ଶୁଭ କାର୍ଯ୍ୟ କରିବା ହେଉ କିମ୍ବା ମନ୍ଦିରକୁ ପ୍ରବେଶ କରିବା ସମୟରେ ଆମ୍ଭେମାନେ ଘଣ୍ଟି ବଜାଇଥାଉ। ଏହାକୁ ହିନ୍ଦୁ ଧର୍ମରେ ବେଶ୍‌ ଶୁଭ ବୋଲି ମନାଯାଏ। ଏହାଦ୍ୱାରା ସକାରାତ୍ମକ ଶକ୍ତି ମିଳିଥାଏ। କୁହାଯାଏ, ପୂଜା ସମୟରେ ଘଣ୍ଟି ବଜାଇବା ଦ୍ୱାରା ଆପଣଙ୍କ ଭାଗ୍ୟ ଖୋଲିଯାଇପାରେ।

– ପଣ୍ଡିତଗଣଙ୍କ କହିବାନୁସାରେ ଘଣ୍ଟି ସୃଷ୍ଟି ଆରମ୍ଭର ପ୍ରତୀକ ଅଟେ। କାରଣ ଯେବେ ସୃଷ୍ଟିର ଆରମ୍ଭ ହୋଇଥିଲା, ସେତେବେଳେ ଘଣ୍ଟିର ଶବ୍ଦ ଭଳି ଶବ୍ଦ ଶୁଣିବାକୁ ମିଳିଥିଲା। ଏଥିପାଇଁ ପ୍ରତିଦିନ ପୂଜା କରିବା ସମୟରେ ଘଣ୍ଟି ବଜାଯାଏ।

– ଘଣ୍ଟି ବଜାଇବା ଦ୍ୱାରା ଏଥିରୁ ବାହାରୁଥିବା ଶବ୍ଦ ସକାରାତ୍ମକ ଶକ୍ତି ଉତ୍ପନ୍ନ କରିଥାଏ। ଏହାକୁ ଶଣିବା ଦ୍ୱାରା ମନକୁ ଶାନ୍ତି ମିଳିବା ସହିତ ଦୁଃଖ କଷ୍ଟରୁ ମୁକ୍ତି ମିଳିଥାଏ।

bell-fb-1

– ଶାସ୍ତ୍ରରେ ଗରୁଣ ଘଣ୍ଟିକୁ ବହୁତ ଶୁଭ ବୋଲି ଧରାଯାଏ। ଏହା ଆକାରରେ ବହୁତ ଛୋଟ। ଏହାକୁ ପ୍ରତିଦିନ ଘରେ ବଜାଇବା ଉଚିତ। ଏପରି କରିବା ଦ୍ୱାରା ଘରକୁ ଖୁସି ଫେରିଥାଏ ଏବଂ ପରିବାର ସଦସ୍ୟଙ୍କ ଭିତରେ ବୁଝାମଣା ମଧ୍ୟ ରହିଥାଏ।

– ସେହିପରି ମନ୍ଦିରରେ ବଜାଯାଉଥିବା ଘଣ୍ଟି କାଳର ପ୍ରତୀକ ଅଟେ। ଏହା ଆକାରରେ ବଡ ଏବଂ ଏହାର ଶବ୍ଦ ବହୁତ ଦୂର ପର୍ଯ୍ୟନ୍ତ ଶୁଣାଯାଏ। ଏଥିରୁ ବାହାରୁଥିବା ଧ୍ୱନି ମୃତ୍ୟୁର ଭୟକୁ ଦୂର କରିଥାଏ। ପ୍ରତିଦିନ ମନ୍ଦିରରେ ଘଣ୍ଟି ବଜାଇବା ବ୍ୟକ୍ତି ମାନସିକ ରୂପେ ବଳବାନ ହୋଇଥାଏ। ଏହାଦ୍ୱାରା ଦୁଷ୍ଟ ବ୍ୟକ୍ତି ତାଙ୍କ ଉପରେ କୌଣସି ପ୍ରଭାବ ପକାଇପାରେ ନାହିଁ।

– ହିନ୍ଦୁ ଧର୍ମରେ ଘଣ୍ଟକୁ ବହୁତ ପବିତ୍ର ବୋଲି ମନାଯାଏ। ପ୍ରତିଦିନ ସକାଳ ୫ ଟାରୁ ୭ଟା ପର୍ଯ୍ୟନ୍ତ ଘଣ୍ଟ ବଜାଇବା ଉଚିତ। ଏହାଦ୍ୱାରା ଘରକୁ ମା’ ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ।

– ଯେଉଁ ଲୋକ ନିଜ ଜୀବନରେ ଉନ୍ନତି ଚାହୁଁଛନ୍ତି, ସେମାନେ ପ୍ରତିଦିନ ପୂଜା କିମ୍ବା ଆରତୀ କରିବା ସମୟରେ ଘଣ୍ଟି ବଜାଇବା ଉଚିତ।

111

– ଯଦି ଆପଣଙ୍କର କୌଣସି କାମ ହେଉନାହିଁ, ତେବେ ଆପଣ ମଙ୍ଗଳବାର କିମ୍ବା ଶନିବାର ଦିନ କୌଣସି ମନ୍ଦିରରେ ପିତ୍ତଳ ଘଣ୍ଟି ଦାନ କରନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ସମସ୍ୟା ଦୂର ହୋଇପାରିବ।

– ଘଣ୍ଟି ବଜାଇବା ଦ୍ୱାରା ମଧ୍ୟ ବୈଜ୍ଞାନିକ ଫାଇଦା ମିଳିଥାଏ। ଘଣ୍ଟ ଜୋରରେ ବଜାଇବା ଦ୍ୱାରା ଦ୍ରୁତ କମ୍ପନ ହୋଇଥାଏ ଯାହାଦ୍ୱାରା ଶରୀରକୁ ଆରାମ ମିଳିଥାଏ।  ପ୍ରତିଦିନ ଘଣ୍ଟ ଶବ୍ଦ ଶୁଣିବା ଦ୍ୱାରା କାନ ରୋଗ ମଧ୍ୟ ଦୂର ହୋଇଯାଏ।

– ଘଣ୍ଟି ବଜାଇବା ଦ୍ୱାରା ନକାରାତ୍ମକ ଶକ୍ତିରୁ ଛୁଟକାରା ମିଳିଥାଏ। ଏହାର ତୀବ୍ର ଧ୍ୱନି ଭୂତ ପ୍ରେତ ସମେତ ନକାରାତ୍ମକ ଶକ୍ତିକୁ ପାଖକୁ ଆସିବାକୁ ରୋକିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button