ସ୍ୱାସ୍ଥ୍ୟ

ଖାଲି ପେଟରେ ପିଅନ୍ତୁ ସୋୟାମିଲ୍କ , ଦୂର ହେବ ଆପଣଙ୍କର ଏହି ସବୁ ସମସ୍ୟା

ପ୍ରତ୍ୟେକ ଦିନ ସକାଳର ଜଳଖିଆରେ ଏବଂ ରାତିରେ ଶୋଇବା ସମୟରେ କ୍ଷୀର ସେବନ କରିବା ଶରୀର ପାଇଁ ଲାଭକାରୀ ହୋଇଥାଏ। କ୍ଷୀରରେ ଅନେକ ପୋଷକ ତତ୍ତ୍ବ ରହିଥାଏ, ଯାହା ଲୋକମାନଙ୍କ ଶରୀର ପାଇଁ ଲାଭକାରୀ ହୋଇଥାଏ। ଏଥିରେ କ୍ୟାଲସିୟମ, ଭିଟାମିନ, ମିନେରାଲ୍ସ ଭଳି ପୋଷକ ତତ୍ତ୍ବ ରହିଥାଏ, ଯାହା ଶରୀରର ଆବଶ୍ୟକତା ପୂରଣ କରିଥାଏ। କିଛି ଲୋକମାନେ ମଧ୍ୟ ଏହି ଖାଦ୍ୟ ସେବନ କରିବାରେ ଇଛା ପ୍ରକାଶ କରନ୍ତି ନାହିଁ। କିନ୍ତୁ ସାଧା କ୍ଷୀର ବଦଳରେ ଯଦି ସେ ସୋୟା କ୍ଷୀର ବା ବାଦାମ କ୍ଷୀର ପ୍ରସ୍ତୁତ ହୋଇଥାଏ, ତେବେ ଏହାକୁ ସେବନ କରନ୍ତି। ଆପଣ ଜାଣିଛନ୍ତି କି ଲୋକମାନଙ୍କ ପାଇଁ ସାଧା କ୍ଷୀର ବ୍ୟତୀତ ନଡ଼ିଆ କ୍ଷୀର, ବାଦାମ କ୍ଷୀର, ଚାଉଳ କ୍ଷୀର ବା ସୋୟାମିଲ୍କ ଶରୀର ପାଇଁ ଅତ୍ୟନ୍ତ ଲାଭକାରୀ ହୋଇଥାଏ। ଏହା ମଧ୍ୟରୁ ସୋୟାମିଲ୍କ ଶରୀର ପାଇଁ ସବୁଠାରୁ ଅଧିକ ଲାଭକାରୀ ହୋଇଥାଏ।

milk-vs-non-dairy-milkଗାଈ କ୍ଷୀରରେ ୮ ଗ୍ରାମ ପ୍ରୋଟିନ, ୯ ଗ୍ରାମ ଫ୍ୟାଟ ଏବଂ ୧୧.୫ ଗ୍ରାମ କାର୍ବ୍ସ ମିଳିଥାଏ। କିନ୍ତୁ ସୋୟାମିଲ୍କରେ ଗାଈ କ୍ଷୀରଠାରୁ ଅଧିକ ପୋଷକ ତତ୍ତ୍ବ ରହିଥାଏ। ଏକ ଗ୍ଲାସ ସୋୟାମିଲ୍କରେ ପାଖାପାଖି ୨୪୦ ମି.ଲି ସର୍ବିଙ୍ଗ ରେ ୩୩୦ ମି. ଗ୍ରାମ କ୍ୟାଲସିୟମ ରହିଥାଏ। ଏହା ସହ ଏକ ଗ୍ଲାସ କ୍ଷରୀରେ ୯୫ କ୍ୟାଲୋରୀ ମିଳିଥାଏ। ସୋୟାମିଲ୍କରେ ଥିବା ଆଣ୍ଟି-କାର୍ସିନୋଜୋନିକ ଗୁଣ କ୍ୟାନ୍ସର ରୋଗର ଭୟ ମଧ୍ୟ କମ କରିଥାଏ। ଯଦି ଆପଣ ପ୍ରତ୍ୟେକ ଦିନ ଏକ ଗ୍ଲାସ ସୋୟାମିଲ୍କ ସେବନ କରନ୍ତି, ତେବେ ଆପଣ ଶରୀରରେ ପ୍ରଚୁର ମାତ୍ରାରେ ପୋଷକ ତତ୍ତ୍ବ ପାଇପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button