ଦେଶ ବିଦେଶ

ନା ଥିଲା ବ୍ଯାଣ୍ଡ ନା ବରଯାତ୍ରୀ, ବର ଏକୁଟିଆ ଯାଇ ଏମିତି ଅଜବ ଭାବେ ନେଇ ଆସିଲା ନିଜ ଦୁଲ୍ହନ, ଦେଖନ୍ତୁ ଭିଡିଓ

ନା ବ୍ୟାଣ୍ଡ ନା ବାଜା ନିଜେ ଏକା ଗାଡ଼ି ଚଳାଇ ଯାଇ ମଣ୍ଡପ ପହଞ୍ଚିଥିଲା ବର । ସେଠାରେ ସାତ ଫେରା ନେଇ କନ୍ୟାକୁ ସାତ ଜନ୍ମ ପାଇଁ ନିଜ ଜୀବନସାଥି ବନାଇ ନେଲେ । ଏହି କରୋନା ସମୟରେ ସେଠାରେ ବିବାହ ସମାରୋହରେ କେବଳ ୨୦ ଲୋକଙ୍କୁ ନେଇ ଆୟୋଜନ କରିବାର ନିୟମ ଲାଗୁ ହୋଇଛି । ଅନେକ ସ୍ଥାନରେ ଲୋକ ଏହି ନିୟମ ଉଲ୍ଲଙ୍ଘନ କରୁଥିଲେ ମଧ୍ୟ ଏପରି ଘଡିସନ୍ଧି ସମୟରେ ଏହି ଯୁବକ ଜଣକ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ମାମଲାଟି ହିମାଚଳ ପ୍ରଦେଶର ହମିରପୁର୍ ଜିଲ୍ଲାର ଅଟେ ।

ଭୋରଞ୍ଜ ଉପମଣ୍ଡଳର ଗାଁ ଘମରୋଲ ର ନିର୍ମଳ ଶର୍ମା ନାମକ ଏହି ଯୁବକ ନିଜ ବାହାଘରରେ ଏକା ଗାଡ଼ି ଚଳାଇ ଯାଇ କନ୍ୟାଙ୍କ ଘର ପପଲୋହରେ ପହଞ୍ଚିଥିଲେ । କରୋନା ମହାମାରୀ ହେତୁ ନିଜ ବିବାହରେ ଏକା ହିଁ ଯିବାକୁ ନିର୍ଣ୍ଣୟ ନେଇଥିଲେ ଯୁବକ ଜଣକ । ସେ ନିଜ ଗାଁ ରୁ ୧୫କିମି ଦୂର ପପଲୋହ ଗାଁ ରେ ନିଜେ କାର୍ ଚଳାଇ ଯାଇ ପହଞ୍ଚିଥିଲେ ଓ ବିବାହ କରି କନ୍ୟାଙ୍କୁ ନିଜେ ଘରକୁ ଆଣି ଆସିଥିଲେ ।

ତାଙ୍କ ବିବାହର ସବୁଠୁ ଖାସ୍ ବିଷୟ ହେଉଛି ବିବାହରେ ବର ଓ କନ୍ୟାଙ୍କ ବ୍ୟତୀତ କେବଳ ବିବାହ କାର୍ଯ୍ୟ କରୁଥିବା ପଣ୍ଡିତ ହିଁ ଉପସ୍ଥିତ ଥିଲେ । ଏହି ନିଆରା ବିବାହର ଫଟୋ ଓ ଭିଡ଼ିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଯୁବକ ନିର୍ମଳଙ୍କ ଘରେ କୋଭିଡ ପ୍ରୋଟୋକଲ ଅନୁଯାୟୀ ବିବାହର ସମସ୍ତ ରୀତିନୀତି ସମ୍ପନ୍ନ କରା ଯାଇଥିଲା ।

କୋଭିଡ଼ ନିୟମ ଅନୁଯାୟୀ ବର୍ତ୍ତମାନ ହିମାଚଳ ପ୍ରଦେଶରେ ବରଯାତ୍ରୀ ପାଇଁ ୨୦ ଲୋକଙ୍କ ପାଇଁ ଅନୁମତି ରହିଛି । ମାତ୍ର ବରଯାତ୍ରୀରେ ୨୦ ଲୋକଙ୍କୁ ନେଇ ଯିବା ଅନୁମତି ରହିଥିବା ସତ୍ତ୍ବେ ମଧ୍ୟ ସେ ସରକାରଙ୍କ ନିୟମକୁ ମାନ୍ୟ କରି କେବଳ ନିଜେ ବିବାହ କରିବାକୁ ଯାଇଥିଲେ ।

କନ୍ୟା ଘରେ ମଧ୍ୟ କୋଭିଡ୍ ନିୟମ ଖୁବ୍ ଶୃଙ୍ଖଳା ସହ ପାଳନ କରିଥିଲେ । ବର, କନ୍ୟା ଓ ପଣ୍ଡିତ ଏହି ୩ ଜଣ କେବଳ ବିବାହ ମଣ୍ଡପରେ ଉପସ୍ଥିତ ରହି ସମସ୍ତ ବିଧି ବିଧାନ ସହ ବିବାହ କାର୍ଯ୍ୟ ସମ୍ପନ୍ନ କରିଥିଲେ ଓ ତା ପରେ କନ୍ୟା ଘରୁ ବିଦାୟ ନେଇ ଏକା କନ୍ୟାଙ୍କୁ ଧରି ଗାଡ଼ି ଚଳାଇ ବର ନିଜ ଘରକୁ ଫେରିଥିଲେ ।

ନିର୍ମଳ ଯେପରି ନିଜ ବିବାହରେ କୋଭିଡ୍ ନିୟମ ପାଳନ କଲେ ସେପରି ସମସ୍ତେ ନିଜ ବିବାହରେ ସମସ୍ତ ନିୟମ ମାନିବାକୁ ନିର୍ମଳ ଆହ୍ବାନ କରିଛନ୍ତି । ଯାହା ଦ୍ଵାରା ସମସ୍ତେ ମହାମାରୀରୁ ବଞ୍ଚିତ ରହି ପାରିବେ । ସ୍ଥାନୀୟ ଲୋକେ କହିଛନ୍ତି କରୋନାକୁ ହରାଇବା ପାଇଁ ଯୁବକ ଜଣକ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ଖୁବ୍ ପ୍ରଶଂସା ଯୋଗ୍ୟ ଅଟେ । ଏହି କରୋନା ମହାମାରୀ ସମୟରେ ଏପରି ବିବାହକୁ ଦେଖି ଯୁବପିଢି ଖୁବ୍ ଖୁସି ପ୍ରକାଶ କରୁଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button