ସ୍ୱାସ୍ଥ୍ୟ

ଡିପ୍ରେସନ ବଢାଇଥାଏ ଏହି ୫ଟି ଜିନିଷ : ଖାଦ୍ୟରେ କରନ୍ତୁ ନାହିଁ ସାମିଲ

ବର୍ତ୍ତମାନ ସମୟରେ ପ୍ରତ୍ୟେକ ବ୍ୟକ୍ତି ଚାପଗ୍ରସ୍ତ ଜୀବନ ଏବଂ କାର୍ଯ୍ୟ ଯୋଗୁଁ ଉଦାସୀନତାର ଶିକାର ହେଉଛନ୍ତି। ଉଦାସୀନତା ସୃଷ୍ଟି କରିବାରେ ଆପଣଙ୍କ ଡାଏଟ୍‌ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଅନେକ ଅନୁସନ୍ଧାନରୁ ଜଣାପଡିଛି ଯେ, ଖାଦ୍ୟ ଏବ ପୁଷ୍ଟିକର ଖାଦ୍ୟ ଆମର ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। କିଛି ଖାଦ୍ୟ ଏପରି ରହିଛି ଯାହା ଡିପ୍ରେସନର ସ୍ତରକୁ ବଢାଇଥାଏ। ତେବେ ଆସନ୍ତୁ କେଉଁ ଖାଦ୍ୟ ଆମର ଡିପ୍ରେସନ ବଢାଇଥାଏ, ତାହା ବିଷୟରେ ଜାଣିବା…

juice

ଫଳରସ : ଫଳଗୁଡିକରେ ଥିବା ଫାଇବର କେବଳ ଶରୀରରେ ଶକ୍ତି ବୃଦ୍ଧି କରେ ନାହିଁ ବରଂ ସ୍ୱାସ୍ଥ୍ୟ ସଠିକ୍‌ ରଖେ। ମାତ୍ର ବଜାରରେ ମିଳୁଥିବା ପ୍ୟାକ ଫଳରସରେ ଅନେକ ରାସାୟନିକ ପଦାର୍ଥ ଏବଂ ଅନ୍ୟାନ୍ୟ ଜିନିଷ ମିଶ୍ରଣର ସମ୍ଭାବନା ରହିଥାଏ। ଏହି ପ୍ରକାରର ରସ ପିଇବା ଦ୍ୱାରା ଯନ୍ତ୍ରଣା, ଚିନ୍ତା ଏବଂ ଉଦାସୀନତା ଦେଖାଯାଏ। ଏପରି ପରିସ୍ଥିତିରେ ପ୍ୟାକ ହୋଇଥିବା ଫଳ ରସ ବଦଳରେ ତାଜା ଫଳର ରସ ପିଇବା ଭଲ।

sugar

ଡାଏଟ ସୋଡା : ଡାଏଟ ସୋଡାରେ ଚିନି ନଥାଏ ବୋଲି ଅନେକ ଲୋକ ବିଶ୍ୱାସ କରନ୍ତି। ଏହା ଶରୀର ପାଇଁ କ୍ଷତିକାରକ ନୁହେଁ କିମ୍ବା ଏଥିରେ ମଧୁରତା ନଥାଏ। କିନ୍ତୁ ଏହାକୁ ଅଧିକ ମାତ୍ରାରେ ପିଇବା ଦ୍ୱାରା ଡିପ୍ରେସନର ଆଶଙ୍କା ରହିଥାଏ।

କ୍ୟାଚ୍‌ଅପ୍‌ :  ଟମାଟୋ ବ୍ୟତୀତ କେଚଅପ୍‌ ପ୍ରସ୍ତୁତ କରିବା ପାଇଁ ବିଭିନ୍ନ ରାସାୟନିକ ପଦାର୍ଥ ଏବଂ ବହୁ ପରିମାଣର ଚିନି ବ୍ୟବହାର କରାଯାଏ। ଗୋଟିଏ ଚାମଚ କ୍ୟାଚଅପ୍‌ରେ ପ୍ରାୟ ୪ ଗ୍ରାମ ଚିନି ଥାଏ। ଏଥିରେ ଥିବା ଅଧିକ ମିଠା କେବଳ ପେଟ ଖରାପ କରେ ତାହା ନୁହେଁ ବରଂ ଚିନ୍ତା ଏବଂ ଉଦାସୀନତା ମଧ୍ୟ ସୃଷ୍ଟି କରେ।

ALT TAG

ମଦ୍ୟପାନ : ଚାପରେ ପଡିବା ପରେ ଅନେକ ଲୋକ ଭାବନ୍ତି ଯେ ମଦ୍ୟପାନ କରିବା ଦ୍ୱାରା ସବୁକିଛି ଠିକ୍‌ ହୋଇଯାଏ। କିନ୍ତୁ ଏହା ସଂପୂର୍ଣ୍ଣ ଭୁଲ। ମଦ୍ୟପାନ କରିବା କେବଳ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ କଷ୍ଟ ପହଞ୍ଚାଏ ନାହିଁ ବରଂ ଅବସାଦକୁ ବଢାଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button