ମାତ୍ର ଅଧା ଫାଳ ଲେମ୍ବୁ ଦ୍ୱାରା ଚମକାନ୍ତୁ ରୋଷେଇ ଘର, ଏପରି କରନ୍ତୁ ବ୍ୟବହାର

ଲେମ୍ବୁକୁ ନିଜର ଚଟପଟା ଏବଂ ଖଟ୍ଟା ସ୍ୱାଦ ପାଇଁ ଖାଦ୍ୟରେ ଏହାକୁ ଖୁବ୍ ବ୍ୟବହାର କରନ୍ତି ଲୋକେ। ଏହାସହିତ ଏହାର ବ୍ଲିଚିଂ ଭଳି ପ୍ରାକ୍ରୁତିକ ଗୁଣ କାରଣରୁ ଏହାର ଉପଯୋଗ ଘର ସଫା କାର୍ଯ୍ୟରେ ମଧ୍ୟ କରାଯାଏ। ଆଜି ଆମେ ଆପଣଙ୍କୁ ଲେମ୍ବୁର କିଛି ଖାସ୍ ଗୁଣ ବିଷୟରେ ଜଣାଇବୁ ଯାହାକୁ ଆପଣେଇ ଆପଣ ନିଜ କିଚେନକୁ ଚମକାଇ ପାରିବେ। ତେବେ ଆସନ୍ତୁ ଜାଣିବା କେମିତି ଲେମ୍ବୁର ବ୍ୟବହାର କରି କିଚେନକୁ ଚମକାଇ ପାରିବେ।
– ଏକ କପ୍ ପାଣିରେ ଲେମ୍ବୁକୁ କାଟି ଏହାକୁ ମାଇକ୍ରୋେଓ୍ଵଭରେ ୧୫ ମିନିଟ୍ ପର୍ଯ୍ୟନ୍ତ ଗରମ କରନ୍ତୁ। ଏହାପରେ ଏହାକୁ ବାହାର କରନ୍ତୁ ଏବଂ ମାଇକ୍ରୋେଓ୍ଵକୁ କିଚେନ ଟାଓ୍ଵଲରେ ସଫା କରନ୍ତୁ। ଦେଖିବେ ଏହା ନୂଆ ଭଳି ଚମକିବ।
-ପରିବା କଟାଯାଉଥିବା ଚପିଙ୍ଗ୍ ବୋର୍ଡରେ ଫଳ ଏବଂ ପରିବାର ଦାଗ ଲାଗିଥିଲେ ଅଧା ଖଣ୍ଡ ଲେମ୍ବୁକୁ ଏହା ଉପରେ ରଗଡନ୍ତୁ। ଦେଖିବେ ବହୁତ ସହଜରେ ଦାଗ ହଟିଯିବ।
-ଲେମ୍ବୁ ସାହଯ୍ୟରେ ଆପଣ ଆପଣଙ୍କ ଝରକାର କାଚ ଏବଂ ଘରର କବାଟ ଓ ନିଜ ଗାଡିର କାଚ ସଫା କରିପରିବେ। ଏଥିପାଇଁ ଲେମ୍ବୁ ବହୁତ କାମିକା ଅଟେ।
-ଲେମ୍ବୁକୁ ଲୁଣରେ ଚିପୁଡି ଏକ ଗାଢ଼ା ପେଷ୍ଟ ପ୍ରସ୍ତୁତ କରନ୍ତୁ ଏବଂ ତାହାକୁ ସାବୁନ ଘୋଳ ସହିତ ମିଶାଇ ବେସିନ ସଫା କରନ୍ତୁ।
-କପଡାରେ ଦାଗ ହଟାଇବାରେ ମଧ୍ୟ ଲେମ୍ବୁ ବହୁତ ଉପଯୋଗୀ ଅଟେ। ଯଦି ଆପଣଙ୍କର କୌଣସି କପଡାରେ ଦାଗ ଲାଗିଗଲା ତେବେ ଏହାକୁ ଛଡାଇବା ପାଇଁ ଲେମ୍ବୁର ଛୋଟ ଖଣ୍ଡକୁ କାଟି ଏହା ଉପରେ ରଗଡନ୍ତୁ। ଏହାପରେ କପଡାକୁ ଖରାରେ ସୁଖାଇ ଦିଅନ୍ତୁ।



