ବିଚାର

ସୁନ୍ଦରତା ପାଇଁ ନଖ ବଢାଉଥିବା ମା’ମାନେ ହୋଇଯାଆନ୍ତୁ ସାବଧାନ !

ଆଜିକାଲିର ଯୁବତୀ ହାତ ସୁନ୍ଦର ଦେଖାଯିବା ପାଇଁ ନଖ ରଖିବାକୁ ବେଶ ପସନ୍ଦ କରୁଛନ୍ତି। ଏଥିପାଇଁ ପାର୍ଲର ମଧ୍ୟ ଯାଇ ମେନିକ୍ୟୁର କରାଇ ନଖକୁ ବିଭିନ୍ନ ଆକାର ଦେବା ସହ ନେଲପେଣ୍ଟ ମଧ୍ୟ କରାଉଛନ୍ତି। କିନ୍ତୁ ଏହି ନଖ ଯେତିକି ସୌନ୍ଦର୍ଯ୍ୟ ପାଇଁ ଦରକାରୀ, ସେତିକି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ମଧ୍ୟ । ଆସନ୍ତୁ ଜାଣିନେବା ନଖ ବୃଦ୍ଧି ହେବା ଦ୍ୱାରା ଆମର କ’ଣ କ୍ଷତି ହୋଇଥାଏ। କିନ୍ତୁ କେବେ ଆପଣ ଭାବିଛନ୍ତି, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପରାମର୍ଶ ଦେଉଥିବା ଲୋକେ ସମୟ ସମୟରେ ଆପଣଙ୍କୁ ନଖ କାଟିବା ପାଇଁ କ’ଣ ପାଇଁ କହିଥାନ୍ତି। ନଖରେ କେରାଟିନ ନାମକ ଏକ ପ୍ରୋଟିନ ରହିଥାଏ। ଯାହା ଗୋଡ ଏବଂ ହାତ ଆଙ୍ଗୁଠିର ସମ୍ବେଦନଶୀଳ ଛିଦ୍ରକୁ ସୁରକ୍ଷା ଦେଇଥାଏ।

111

ମହିଳାମାନେ ଲମ୍ବା ଏବଂ ମଇଳା ଥିବା ନଖ ରଖିବା ଦ୍ୱାରା ପିଲାମାନଙ୍କୁ ସଂକ୍ରମଣର ଭୟ ରହିଥାଏ। ଏଥିରେ ମଇଳା ରହିବା ଦ୍ୱାରା ଆପଣ ପିଲାକୁ ବାନ୍ତି, ତରଳଝାଡା ଭଳି ରୋଗ ସଂକ୍ରମଣ ହୋଇ ହୋଇଥାଏ। ଏଥିପାଇଁ ପ୍ରତି ସପ୍ତାହରେ ଛୋଟ ପିଲାଙ୍କ ନଖ କାଟିବା ନିହାତି ଆବଶ୍ୟକ।

କେବଳ ପିଲା ନୁହଁନ୍ତି, ଛୋଟ ପିଲାଙ୍କୁ ଯତ୍ନ ନେଉଥିବା ମା’ମାନେ ମଧ୍ୟ ନଖକୁ ସଫା ରଖିବା ଉଚିତ। ଏମାନଙ୍କ ନଖରେ ଜୀବାଣୁ ସଂକ୍ରମଣ ହୋଇ ଛୋଟ ପିଲାଙ୍କ ନିକଟକୁ ଯାଇଥାଏ। କେବଳ ଏତିକି ନୁହେଁ, ମା’ମାନଙ୍କ ନଖ ଦ୍ୱାରା ପିଲାମାନଙ୍କୁ କ୍ଷତି ମଧ୍ୟ ପହଞ୍ଚିଥାଏ। ଏଥିପାଇଁ ମା’ମାନେ ବିଶେଷ ଭାବେ ଧ୍ୟାନ ରଖିବା ଉଚିତ। ନିଜର ପିଲାଙ୍କୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ନଖକୁ ପ୍ରତି ସପ୍ତାହରେ କାଟି ସଫା ରଖିବା ଉଚିତ। କେବଳ ହାତକୁ ସାବୁନରେ ଧୋଇ ଦେଲେ ଜୀବାଣୁ ମରିଯାଆନ୍ତି ନାହିଁ। ନଖ ବଡ ରଖିବା ଦ୍ୱାରା ଏହି ଜୀବାଣୁ ଏଠାରେ ଲୁଚି ରୁହନ୍ତି।

mother cutting
nails

ଗର୍ଭାବସ୍ଥା ସମୟରେ ହରମୋନ ଏବଂ ମଲ୍ଟିଭିଟାମିନ ଖାବା ଦ୍ୱାରା ନଖ ସାମାନ୍ୟତମ ଭାବେ ଶୀଘ୍ର ବଢିଥାଏ। ଫଳରେ ଏଥିରେ ମଇଳାପୂର୍ଣ୍ଣ ହୋଇ ରହିଥାଏ। ଏଥିରୁ ହିଁ ଜୀବାଣୁ ସଂକ୍ରମଣ ହେବାର ଭୟ ରହିଥାଏ। ଯାହା ଗର୍ଭାବସ୍ଥା ବେଳେ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ। ଏହି ସମୟରେ ତ୍ୱଚା କୁଣ୍ଡାଇ ହୋଇଥାଏ, ଫଳରେ ନଖ ଶରୀରକୁ କ୍ଷତି ପହଞ୍ଚାଇଥାଏ। ନେଲପେଣ୍ଟ ଏବଂ ନେଲ ରିମୁଭରରେ ଏସିଟୋନ ନାମକ ରସାୟନିକ ପଦାର୍ଥ ରହିଥାଏ, ଯାହା ମା’ମାନଙ୍କର ଉପରେ ବିଷାକ୍ତ ପ୍ରଭାବ ମଧ୍ୟ ପକାଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button