ଜୀବନଶୈଳୀ

ରାତିରେ ଶୋଇବାକୁ ଯିବା ପୂର୍ବରୁ ପାଳନ କରନ୍ତୁ ଏହି ୫ଟି ନିୟମ, ସୁଖ ହେବ ଦାମ୍ପତ୍ୟ ଜୀବନ

ଦିନ ଥିଲା, ଲୋକେ ଲିଭ୍‌-ଇନ୍‌-ରିଲେଶନଶିପ୍‌ ବିଷୟରେ ଖୋଲିକି କହୁ ନ ଥିଲେ। କିନ୍ତୁ ଏବେ ଖୁଲମ୍‌ଖୁଲା ଲିଭ୍‌-ଇନ୍‌ରେ ରହୁଛନ୍ତି। ପ୍ରଥମେ ପ୍ରଥମେ ଏହା ଦମ୍ପତିଙ୍କୁ ଖୁବ୍‌ ଭଲ ଲାଗିଥାଏ, କିନ୍ତୁ ସମୟ ଗଡ଼ିଯିବା ପରେ କିଛି ନା କିଛି ସମସ୍ୟା ଆସିଯାଏ। ଅନେକ କ୍ଷେତ୍ର ଦେଖାଯାଏ, ଏହି ସବୁ ସମସ୍ୟା ପଛରେ ବହୁତ ଛୋଟ ଛୋଟ କଥା ଲୁଚି ରହିଥାଏ। ଆସନ୍ତୁ ଜାଣିବା, ଶୋଇବାକୁ ଯିବା ପୂର୍ବରୁ ପ୍ରଥମେ ଦମ୍ପତିଙ୍କୁ କେଉଁ କେଉଁ କଥା ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ।

-ଅନେକ ଥର ଏମିତି ହୋଇଥାଏ, ଶୋଇବାକୁ ଯିବା ପୂର୍ବରୁ ଦମ୍ପତି ଫୋନ୍‌ କିମ୍ବା ଲାପ୍‌ଟପ ଧରି ବସିପଡ଼ନ୍ତି। କିନ୍ତୁ ଏହା ଦୁଇଜଣଙ୍କ ମଧ୍ୟରେ ମତାନ୍ତର ସୃଷ୍ଟି କରିବାର ଏକ ମାଧ୍ୟମ। ତେଣୁ ଏପରି କରନ୍ତୁ ନାହିଁ। ବରଂ ପରଦିନ କ’ଣ କରିବେ, ତାହାର ପ୍ଲାନ୍‌ ବନାନ୍ତୁ।

-ଯଦି ଆପଣ ଶୋଇବା ପୂର୍ବରୁ ନିଜ ପାର୍ଟନରଙ୍କ ପୂରାଦିନର ଭୁଲ୍‌ର ଚିଠା ଦେଉଛନ୍ତି, ତା’ହେଲେ କିଛି ଦିନ ପରେ ଆପଣଙ୍କ ପାର୍ଟନର ବୋର୍‌ ହୋଇଯିବେ। ଏଥିରୁ ଝଗଡ଼ା ମଧ୍ୟ ଆରମ୍ଭ ହୋଇଯାଇପାରେ। ତେଣୁ କେବେ ଶୋଇବା ସମୟରେ ଏଭଳି କାମ କରନ୍ତୁ ନାହିଁ।

couple1

-ଶୋଇବାକୁ ଯିବା ପୂର୍ବରୁ ଶାରୀରିକ ସମ୍ବନ୍ଧ ଉପରେ ନିଜ ପାର୍ଟନରଙ୍କ ପସନ୍ଦ, ନାପସନ୍ଦ କଥା ପଚାରି ନିଅନ୍ତୁ। କାରଣ, ବାକି ସମୟରେ ଆପଣଙ୍କୁ ଏଭଳି କଥା ହେବାରେ ମଉକା ମିଳି ନ ଥାଏ। କିନ୍ତୁ ରିସର୍ଚ୍ଚରୁ ଜଣାପଡ଼ିଛି, ଯେଉଁ ଲୋକ ଶାରୀରିକ ସମ୍ବନ୍ଧ ବନାଇବା ପରେ ଏ ବିଷୟରେ କଥା ହୁଅନ୍ତି, ସେମାନେ ଅଧିକ ଖୁସି ହୋଇଥାଆନ୍ତି।

-ପାର୍ଟନରଙ୍କ ବିଶ୍ୱାସ ଜିତିବା ବହୁତ ଜରୁରୀ ହୋଇଥାଏ। ତେଣୁ ଶୋଇବାକୁ ଗଲା ବେଳେ ଆପଣ ନିଜ ପାର୍ଟନରଙ୍କ ସହ ସବୁ ସମସ୍ୟା ସମ୍ପର୍କରେ ଖୋଲି କି କଥା ହୋଇଯିବା ଉଚିତ।

-ଶୋଇବା ପୂର୍ବରୁ ଆପଣ ନିଜ ପାର୍ଟନରଙ୍କୁ ଗୁଡ୍‌ ନାଇଟ୍‌ କିସ୍‌ ଦେବାକୁ ଆଦୌ ଭୁଲନ୍ତୁ ନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button