ସ୍ୱାସ୍ଥ୍ୟ

ୟୁରିକ ଏସିଡ ବଢ଼ିବା କାରଣରୁ ଚିନ୍ତାରେ ଅଛନ୍ତି କି, ତେବେ ଏହି ଜୁସ୍‌ ପିଅନ୍ତୁ ଆଉ ରୋଗକୁ କରନ୍ତୁ ସମ୍ପୂର୍ଣ୍ଣ କଣ୍ଟ୍ରୋଲ୍‌

ୟୁରିକ ଏସିଡ୍‌ ବଢ଼ିବା କାରଣରୁ ସ୍ୱାସ୍ଥ୍ୟରେ ବହୁତ ପ୍ରକାର କ୍ଷତି ପହଁଚାଇଥାଏ। ୟୁରିକ ଏସିଡ୍‌ କାରଣରୁ ଆଣ୍ଠୁଗଣ୍ଠି, ଡାଇବେଟିସ୍‌, ହାର୍ଟ ଏବଂ କିଡନୀ ଆଦି ରୋଗର ଭୟ ରହିଥାଏ। ତେଣୁ ୟୁରିକ ଏସିଡ ବଢ଼ିବାର ଲକ୍ଷଣ ଏବଂ ଏହାର ପ୍ରତିକାର ସହିତ ଆପଣଙ୍କୁ ଏହାର ଚିକିତ୍ସା ବିଷୟରେ ଜାଣିବା ନିହାତି ଆବଶ୍ୟକ। ୟୁରିକ ଏସିଡ୍‌ ରୋଗୀଙ୍କୁ ନିଜ ଡାଏଟକୁ ଅଧିକ ଧ୍ୟାନ ରଖିବା ଆବଶ୍ୟକ। ଆପଣ ନିଜ ଡାଏଟରେ କାକୁଡି ଜୁସକୁ ନିଶ୍ଚୟ ସାମିଲ କରିବା ଉଚିତ। ଏହା ବ୍ଲଡରେ ୟୁରିକ ଏସିଡ ସ୍ତରକୁ କଣ୍ଟ୍ରୋଲ କରିଥାଏ। ଏଥିସହିତ ଏହି ଜୁସ୍‌ କାରଣରୁ ଅନ୍ୟ ସମସ୍ୟାକୁ ମଧ୍ୟ ଦୂରେଇ ରଖିଥାଏ। ତାହେଲେ ଆସନ୍ତୁ ଜାଣିବା କାକୁଡି ଜୁସ୍‌ କେମିତି ବନାଇବେ ଏବଂ କେମିତି ସେବନ କରିବେ।

କାକୁଡି ଜୁସ୍‌ ପାଇଁ ଆବଶ୍ୟକ ସାମଗ୍ରୀ

-ଦୁଇଟି କାକୁଡି
-୧/୪ କପ୍‌ ୟୋଗର୍ଟ
-ଅଳ୍ପ ପୋଦିନା ପତ୍ର
-୧ ଚାମଚ ଲେମ୍ବୁ ରସ
-୧/୪ କପ୍‌ କରୀ ପାଉଡର

ଜୁସ୍‌ କେମିତି ପ୍ରସ୍ତୁତ କରିବେ ଜାଣନ୍ତୁ ପ୍ରଣାଳୀ

ସର୍ବପ୍ରଥମେ କାକୁଡିକୁ ଭଲଭାବେ ଧୋଇ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏହାପରେ ଏଥିରେ ୟୋଗର୍ଟ, ଲେମ୍ବୁ ରସ, ପୋଦିନା ପତ୍ର ଏବଂ କରୀ ପାଉଡର ପକାଇ ଦିଅନ୍ତୁ। ଏହି ସବୁକୁ ମିଶାଇ ପୁଣି ଥରେ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏହାପରେ ଅଳ୍ପ ସମୟ ଥଣ୍ଡା ହେବାପାଇଁ ଏହାକୁ ଫ୍ରିଜରେ ରଖନ୍ତୁ ଏବଂ କିଛି ସମୟ ପରେ ଏହାକୁ ସେବନ କରନ୍ତୁ।

cucumberଏବେ ଆସନ୍ତୁ ଜାଣିବା କାକୁଡିର ଆହୁରି ଅନେକ ଫାଇଦା

-ଓଜନ କମ୍‌ କରିବା ପାଇଁ କାକୁଡି ବହୁତ ଲାଭକାରୀ। କାକୁଡିରେ ଭିଟାମିନ ଏବଂ ମିନେରାଲ୍ସ ବହୁତ ମାତ୍ରାରେ ରହିଥାଏ ଯାହା ଶରୀରର ମେଟାବଲିଜିମକୁ ବଢ଼ାଇଥାଏ। ଏହାଦ୍ୱାରା ଫ୍ୟାଟ ସହଜରେ କମିଥାଏ।

-ଇମ୍ୟୁନିଟୀ ବଢ଼ାଇବା ପାଇଁ ମଧ୍ୟ କାକୁଡିର ସେବନ କରିବା ବହୁତ ଫାଇଦାପୂର୍ଣ୍ଣ ହୋଇଥାଏ। କାକୁଡିରେ ଥିବା ଆଣ୍ଟିଅକ୍ସିଡେଣ୍ଟ ଶରୀରର ଫ୍ରି ରେଡିକାଲ୍ସକୁ ଦୂର କରିଥାଏ। ଏଥିସହିତ ଇମ୍ୟୁନିଟୀକୁ ସୁସ୍ଥ ରଖିଥାଏ।

-କାକୁଡିରେ ପୋଟାସିୟମ, ମ୍ୟାଗ୍ନେସିୟମ ଏବଂ ସିଲିକନ ପ୍ରଚୁର ମାତ୍ରାରେ ଥାଏ ଯାହା ସ୍କିନରେ ଚମକ ଆଣିଥାଏ। ଏହାସହିତ ଚର୍ମ ସମ୍ବନ୍ଧୀୟ ଅନେକ ସମସ୍ୟା ମଧ୍ୟ ଦୂର ହୋଇଥାଏ। କାକୁଡି ସ୍ଲାଇସକୁ କାଟି ଆଖି ଉପରେ ରଖିଲେ ଆଖି କଳା ପଡିବା କମ୍‌ ହୋଇଥାଏ।

-କାକୁଡିରେ ଅଧିକ ମାତ୍ରାରେ କ୍ୟାଲସିୟମ ରହିଥାଏ ଯାହା ଗଣ୍ଠିକୁ ମଜବୁତ କରିଥାଏ ଏବଂ ଫାଇଦା ପହଁଚାଇଥାଏ। ଏହାଛଡା କାକୁଡିର ଚୋପାରେ ମଧ୍ୟ ପ୍ରଚୁର ମାତ୍ରାରେ ସିଲିକା ରହିଥାଏ। ଏହା ମାଂସପେଶୀକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button