ସ୍ୱାସ୍ଥ୍ୟ

ସାବଧାନ ! ଏହି ସବୁ ଲକ୍ଷଣକୁ କରନ୍ତୁନି ଅବହେଳା, ହୋଇପାରେ ରକ୍ତହୀନତା

ଆମ ଖାଦ୍ୟପେୟ ବିଭିନ୍ନ ରୋଗର କାରଣ ପାଲଟୁଛି। ଅତ୍ୟଧିକ ଫାଷ୍ଟ ଫୁଡ୍ ସେବନ ଏବଂ ଶବୁଜ ପନିପରିବାଠୁ ଦୂରେଇ ରହିବା କାରଣରୁ ଅନେକ ପ୍ରକାର ରୋଗ ହେଉଛି। ସେଥିମଧ୍ୟରୁ ଏନିମିଆ ବା ରକ୍ତହୀନତା ଅନ୍ୟତମ। ବିଶେଷକରି ମହିଳାମାନଙ୍କ କ୍ଷେତ୍ରରେ ଏହି ସମସ୍ୟା ଅଧିକ ଦେଖାଯାଏ। ରାଷ୍ଟ୍ରୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣର ତଥ୍ୟ ଅନୁଯାୟୀ, ଭାରତରେ 15ରୁ 49 ବର୍ଷ ବୟସର ପ୍ରାୟ 53.1 ପ୍ରତିଶତ ମହିଳା ରକ୍ତହୀନତାର ଶିକାର ହେଉଛନ୍ତି।

ଗର୍ଭବତୀ ମହିଳାମାନେ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଶରୀରରେ ହିମୋଗ୍ଲୋବିନ ସ୍ତର ହ୍ରାସ ପାଇଲେ ଏହି ରୋଗ ହୋଇଥାଏ। ଯଦି ସଠିକ୍ ସମୟରେ ଚିକିତ୍ସା କରାନଯାଏ, ତେବେ ଏହା ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ। ପ୍ରାରମ୍ଭରୁ ରକ୍ତହୀନତାକୁ ଚିହ୍ନଟ କରିବେ କିପରି, ଜାଣନ୍ତୁ…

ଅଧିକ ଦୁର୍ବଳ ଲାଗିବା
ଯଦି କୌଣସି କାର୍ଯ୍ୟ କରିବା ସମୟରେ ଅଧିକ ଥକ୍କା ଲାଗୁଛି, ନିୟମିତ ଭାବେ ଅସ୍ଥିର ଲାଗୁଛି କିମ୍ବା ମୁଣ୍ଡବ୍ୟଥା ହେଉଛି, ତେବେ ଏହା ଶରୀରରେ ରକ୍ତ ଅଭାବର ସଙ୍କେତ ହୋଇପାରେ। ରକ୍ତରେ ହିମୋଗ୍ଲୋବିନ ଅଭାବ ହେଲେ ଏହିପରି ଲକ୍ଷଣ ଦେଖାଦେବାର ଯଥେଷ୍ଟ ସମ୍ଭାବନା ଥାଏ। ତେଣୁ ନିୟମିତ ଭାବେ ଏପରି ସମସ୍ୟାର ସମ୍ମୁଖୀନ ହେଉଥିଲେ, ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ।

ଆଖି ତଳ ପତାରେ ଭିନ୍ନ ଲକ୍ଷଣ
ଯଦି ଆଖି ତଳ ପତା ୱାଟରଲାଇନରେ ହଳଦୀ ରଙ୍ଗ ଦେଖାଯାଉଛି, ତେବେ ଏହା ଶରୀରରେ ରକ୍ତହୀନତାର ଏକ ଗୁରୁତ୍ୱପୂର୍ଣ୍ଣ ଲକ୍ଷଣ ହୋଇପାରେ। ସାଧାରଣତଃ ୱାଟରଲାଇନର ରଙ୍ଗ ହାଲୁକା ଗୋଲାପୀ ଦେଖାଯାଏ, କିନ୍ତୁ ହିମୋଗ୍ଲୋବିନର ଅଭାବ ଥିଲେ ଭିତର ଆଖିପତା ଅଧିକ ଧଳା କିମ୍ବା ହଳଦିଆ ଦେଖାଯାଏ।

ହାତ ଏବଂ ପାଦ ଥଣ୍ଡା ହୋଇଯିବା
ସମୟ ସମୟରେ ବିନା କାରଣରେ ହାତ ଏବଂ ପାଦ ଖୁବ୍ ଜୋରରେ ଥଣ୍ଡା ଲାଗିବା ରକ୍ତହୀନତାର ଲକ୍ଷଣ। ରକ୍ତହୀନତା କାରଣରୁ ହାତ-ପାଦ ଥଣ୍ଡା ହୋଇଯାଏ। ଲୋହିତ ରକ୍ତ କଣିକା ଟିସୁରେ ଅମ୍ଳଜାନ ପହଞ୍ଚି ନପାରିଲେ, ଶରୀରର ତାପମାତ୍ରା ହ୍ରାସପାଏ। ଫଳରେ ଥଣ୍ଡା ଲାଗିଥାଏ।

ନିଶ୍ୱାସ ନେବାରେ ଅସୁବିଧା ହେବା
ରକ୍ତ ଅଭାବ କାରଣରୁ ଶରୀରକୁ ଅମ୍ଳଜାନ ସଠିକ୍ ଭାବରେ ପହଞ୍ଚିପାରେ ନାହିଁ। ଏଭଳି ପରିସ୍ଥିତିରେ ନିଶ୍ୱାସ ନେବାରେ ଅସୁବିଧା, ଅଳ୍ପ ସମୟ ଚାଲିବା ପରେ ନିଶ୍ୱାସ ନେବାରେ କଷ୍ଟ ଲାଗିବା ଏବଂ ଶୋଇବା ସମୟରେ ମଧ୍ୟ ନିଶ୍ୱାସ ନେବାରେ ସମସ୍ୟା ହେଉଥିଲେ ତୁରନ୍ତ ଡାକ୍ତରଖାନା ଯାଆନ୍ତୁ।

ଭୋକ ନଲାଗିବା
ଦୀର୍ଘ ସମୟ ଧରି ଭୋକ ନଲାଗିବା ମଧ୍ୟ ଶରୀରରେ ରକ୍ତହୀନତାର ଏକ ମୁଖ୍ୟ ଲକ୍ଷଣ ହୋଇପାରେ। ଯଦି ଉପରସ୍ତ ଲକ୍ଷଣ ମଧ୍ୟରୁ କୌଣସି ଗୋଟିଏ ସମସ୍ୟା ରହୁଛି, ତେବେ ଅବହେଳା ନ କରି ଡାକ୍ତରଙ୍କ ପରାମର୍ଶ ଗ୍ରହ କରନ୍ତୁ।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button