ବିଚାର

ଅସ୍ତ ହେଲେ ବୃହସ୍ପତି : କେଉଁ ରାଶି ଉପରେ କିଭଳି ପ୍ରଭାବ ପଡ଼ିବ, ଆସନ୍ତୁ ଜାଣିବା

ଦେବତାଙ୍କ ଗୁରୁ ଏବଂ ମାର୍ଗଦର୍ଶକ ହେଉଛନ୍ତି ବୃହସ୍ପତି । ନବ ଗ୍ରହ ମଧ୍ୟରୁ ସବୁଠାରୁ ଶକ୍ତିଶାଳୀ ହେଉଛନ୍ତି ବୃହସ୍ପତି ଗ୍ରହ । ଜ୍ୟୋତିଷ ଗଣନା ଅନୁଯାୟୀ ଆଜି ଅର୍ଥାତ୍ ନଭେମ୍ବର ୧୩ ତାରିଖରେ ବୃହସ୍ପତି ଅସ୍ତ ହେଉଛନ୍ତି । ବୃହସ୍ପତି ଯେଉଁ ରାଶିରେ ଚଳନ ହୁଅନ୍ତି ସେ ବ୍ୟକ୍ତିର ବହୁତ ଶୁଭ ହୁଏ । ପରେ ଅସ୍ତ ହେଲେ ପୁଣି ଗୋଟିଏ ବର୍ଷ ପରେ ସେହି ରାଶିକୁ ଆସିଥାନ୍ତି । ଏମିତିବି କୁହାଯାଏ ଯେ ବୃହସ୍ପତି ଅସ୍ତ ହେଲେ ଲୋକଙ୍କ ବୁଦ୍ଧି ହଜି ଯାଏ । କୌଣସି ଗ୍ରହ ଅସ୍ତ ହେବାର ଅର୍ଥ ହେଉଛି ବ୍ୟକ୍ତିର ଜାତରେ ଥିବା ସେହି ଗ୍ରହ ଶକ୍ତିହୀନ ହୋଇଯାନ୍ତି । ଖରାପ ଫଳ ମଧ୍ୟ ଦେଇଥାନ୍ତି । ତେବେ ବୃହସ୍ପତିଙ୍କ ଅସ୍ତ ଯୋଗୁଁ କେଉଁ ରାଶି ଉପରେ କିଭଳି ପ୍ରଭାବ ପଡ଼ିବ, ଆସନ୍ତୁ ଜାଣିବା ।

JUPITOR-BRUHASPATI

ମେଷ : ଶତ୍ରୁ ଠାରୁ ସାବଧାନ ରହୁନ୍ତୁ । ସ୍ତ୍ରୀ ଓ ପୁତ୍ରଙ୍କ ପାଇଁ ସମସ୍ୟାରେ ପଡ଼ି ପାରନ୍ତି । ଅଧିକ କ୍ରୋଧ ଜାତ ହେବ ।

ବୃଷ : ଅଯଥା ଖର୍ଚ୍ଚ ହେବ । ସନ୍ତାନ ଓ ଶତ୍ରୁଙ୍କୁ ନେଇ ସତର୍କତା ଅବଲମ୍ବନ କରନ୍ତୁ ।

ମିଥୁନ : ନିଜ ଆଚରଣ ଓ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । ବ୍ୟବସାୟରେ କ୍ଷତି ହେବାର ସମ୍ଭାବନା ରହିଛି ।

numerology

କର୍କଟ : ପୁତ୍ର ଓ ପତ୍ନୀଙ୍କୁ ନେଇ ସତର୍କ ରୁହନ୍ତି । ସେମାନଙ୍କ ପକ୍ଷରୁ ସମସ୍ୟା ଉପୁଜିବ । ଅନ୍ୟ ସହ କଥାବାର୍ତ୍ତା ବେଳେ ସଚେତନ ରୁହନ୍ତୁ ।

ସିଂହ : ଏହି ରାଶିର ବ୍ୟକ୍ତି ସବୁ ଦିଗରୁ ସଜାଗ ରହିବା ଦରକାର । ବିଶେଷ କରି ଶତ୍ରୁମାନେ ହଇରାଣ କରି ପାରନ୍ତି । ଧନ ସଂଗ୍ରହରେ ବାଧା ଆସିବ ।

କନ୍ୟା : ବନ୍ଧୁବର୍ଗ ସମସ୍ୟାରେ ପକାଇ ପାରନ୍ତି । ସତର୍କ ରୁହନ୍ତୁ । ଗରିବଙ୍କୁ ସହାୟତା କରନ୍ତୁ ।

ତୁଳା : ବେଶ୍ କିଛି ସମସ୍ୟା ଆସିବ । ସାହସର ସହ ସେ ସବୁର ମୁକାବିଲା କରନ୍ତୁ । ଘରେ କିମ୍ବା ବାହାରେ ଧର୍ମ କାମ କରିବା ସହିତ ଗୁରୁଜନମାନଙ୍କୁ ଭକ୍ତି କରନ୍ତୁ ।

ବିଛା : ମିଛ କୁହନ୍ତୁ ନାହିଁ । ଧର୍ମ କାମରେ ସମୟ ଦିଅନ୍ତୁ । ସନ୍ତାନମାନେ ଆଘାତ ପାଇବାର ଆଶଙ୍କା ରହିଛି ।

jupita

ଧନୁ : ପ୍ରତ୍ୟେକ କାମ ଭଲ ଭାବରେ ବୁଝି ବିଚାରି କରନ୍ତୁ । ବୃହସ୍ପତିଙ୍କ ଅସ୍ତ କାଳରେ କୌଣସି ଯାନବାହନ କିଣନ୍ତୁ ନାହିଁ ।

ମକର : ଏହି ରାଶିରେ ଟିକେ ଖରାପ ସମୟ ଚାଲିବ । ଚାରିଆଡୁ ସମସ୍ୟା ଦେଖାଦେବ । ତେଣୁ ଭଲ ଭାବେ ଚିନ୍ତା କରି କୌଣି କାର୍ଯ୍ୟ କରନ୍ତୁ । ନହେଲେ ବିଫଳ ହେବେ।

କୁମ୍ଭ : ପତ୍ନୀଙ୍କ ପଟୁ ସମସ୍ୟା ଦେଖା ଦେଇ ପାରେ । ଦାନ୍ତ ଜନିତ ସମସ୍ୟାରେ ପଡ଼ି ପାରନ୍ତି ।

ମୀନ : ଦାନଧର୍ମ ସହିତ ଗରିବମାନଙ୍କୁ ସାହାଯ୍ୟ ସହାୟତା କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button