ଶମ୍ବରର ମୃତ୍ୟୁକୁ ନେଇ ଗାଁର ନାମକରଣ, ଜାଣନ୍ତୁ ସିର୍ତିଗୁଡାର ମଜାଳିଆ କାହାଣୀ

ପ୍ରତିଟି ଗାଁର ନାମକରଣ ନେଇ ରହିଛି କିଛି ନା କିଛି ଐତିହାସିକ ପୃଷ୍ଠ ଭୂମିର ଗାଥା ସହ କିଛି ଲୋକକଥା । ଯାହାକି ଗାଁର ସଂସ୍କୃତି ପରମ୍ପରା ଐତିହ୍ୟର ଗାରିମା ବଢ଼େଇଥାଏ । ଆଜି ଆସନ୍ତୁ ଏପରି ଏକ ଗାଁ ପଛର ନାଁ ବିଷୟରେ ଜାଣିବା ।
କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକର ଏକ ସର୍ବ ପୁରାତନ ଗାଁ ସିର୍ତିଗୁଡା । ଏହି ସିର୍ତିଗୁଡା ଗାଁର ନାମ କରଣ ନେଇ ରହିଛି କିଛି ମଜାଳିଆ କଥା । ବହୁତ ବର୍ଷ ପୂର୍ବେ ଏହି ସିର୍ତିଗୁଡା ଗାଁରେ ପ୍ରଥମେ କିଛି ଆଦିବାସୀ ପରିବାର ବସବାସ କରୁଥିଲେ । ଗାଁରେ ଏକ ସନ୍ତସନ୍ତିଆ ସ୍ଥାନ ଥିଲା ଯେଉଁଠି କି ଗଲେ ମଣିଷ ହୋଉ କି ଜୀବ ଜନ୍ତୁ ଧସି ଫସି ଯାଉଥିଲେ । ଏପରି କି ଜୀବନ ଫେରି ପାଉନଥିଲେ ।
ତେବେ ଏକଦା ଏକ ଶମ୍ବର ସେହି ସନ୍ତସନ୍ତିଆ ସ୍ଥାନରେ ଫସି ଯାଇ ଜୀବନ ହରେଇଥିଲା । ଶମ୍ବରଟିର ମୃତ୍ୟୁ ପରେ ଦୁର୍ଗନ୍ଧ ହୋଇଥିଲା । ତେବେ ଆଦିବାସୀ ଭାଷା ଅନୁଯାୟୀ ଶ୍ରିତି ଶବ୍ଦର ଅର୍ଥ ଦୁର୍ଗନ୍ଧ ଓ ମାର୍ଜୁ ଶବ୍ଦ ର ଅର୍ଥ ଶମ୍ବର । ତେବେ ସେହି ସନ୍ତସନ୍ତିଆ ସ୍ଥାନରେ ଶମ୍ବରଟିର ମୃତ୍ୟୁ ଓ ପରେ ପଚି ସଢ଼ି ଦୁର୍ଗନ୍ଧକୁ ନେଇ ଗାଁର ନାମ କରଣ ରହିଥିବା ଲୋକକଥା ରହିଛି ।
ଏହି ଗାଁରେ ଧୀରେ ଧୀରେ ଜନଵସତି ବଢିବା ପରେ ବିଭିନ୍ନ ବର୍ଗର ଲୋକ ଏକତା ଭାଇଚାରାରେ ବାନ୍ଧି ହୋଇ ଆଜି ଯାଇଁ ରହି ଆସୁଛନ୍ତି । ତେବେ ଆଦିବାସୀ ଭାଷା ଅନୁସାରେ ଏହି ଗାଁର ନାଁ ପ୍ରଥମେ ଶ୍ରିତିଗୁଡା ରହିଥିବା ବେଳେ ସରକାରୀ ସ୍ତରରେ ସିର୍ତିଗୁଡା ଭାବେ ମାନ୍ୟତା ପାଇଛି ।



