ସ୍ୱାସ୍ଥ୍ୟ

ମେଟାଷ୍ଟ୍ରାଟିକ୍ କ୍ୟାନସର ରୋଗୀଙ୍କ ପାଇଁ ନୂତନ ଆଶାର ଆଲୋକ, ଭ୍ୟାକସିନ୍ ବଞ୍ଚାଇବ ଜୀବନ

ମେଟାଷ୍ଟ୍ରାଟିକ ଏଚଆଇଆର ୨ କ୍ୟାନସର ରୋଗୀ ମାନଙ୍କ ଚିକିତ୍ସା ପାଇଁ ଏକ ନବ ବିକସିତ ହୋଇଥିବା ଟୀକା। ଚରଣ ୧ ପରୀକ୍ଷଣରେ ଏହି ସିଦ୍ଧାନ୍ତ ଦେଖିବାକୁ ମିଳିଛି। ଏଚଇଆର ୨ ପଜିଟିଭ ସ୍ତନ କର୍କଟ ମାନବ ପ୍ରୋଟିନ ପାଇଁ ସକାରାତ୍ମକ ପାରୀକ୍ଷଣ କରିଥାଏ ଯାହାକୁ ମାନବ ଏପିଡର୍ମଲ ଗ୍ରୋଥ ଫ୍ୟାକ୍ଟର ରିସେପ୍ଟର ୨ (ଏଚଇଆର୨) କୁହାଯାଏ। ଯାହା କର୍କଟ ରୋଗର କୋଶିକାର ବିକାଶକୁ ବଢ଼ାଇ ଥାଏ। ଅଧିକ ଆକ୍ରାମଣାତ୍ମକ ହେବା ବଦଳରେ ଏହା ହରମୋନ ଥେରାପୀ ଆଡକୁ ସମ୍ବେଦନଶୀଳ ହେବା ପାଇଁ ମଧ୍ୟ କମ୍ ସମ୍ଭାବନା ହୋଇଥାଏ। ଜୟ ଏ ବର୍ଜଫସ୍କାଏ କହନ୍ତି ’ଆମେ ଏଚଇଆର ୨କୁ ପ୍ରତିରକ୍ଷା ପ୍ରତିକ୍ରୀୟା ଉତ୍ପନ କରିବା ପାଇଁ ଏକ ଟୀକାକରଣ ଉପଯୋଗ କରୁଛୁ ଯାହା ଉଚ୍ଚ ସ୍ତରରେ ମିଳିଥାଏ ଏବଂ ସ୍ତନ, ଡିମ୍ବଗ୍ରନ୍ଥି, ଫୁସଫୁସ, କୋଲେରେକ୍ଟଲ ଏବଂ ଗ୍ୟାସ୍ଟୋସୋଫେଜେଲ କ୍ୟାନସର ସହିତ ଅନେକ ପ୍ରକାରର କ୍ୟାନସର ବିକାଶକୁ ଚଳାଇଥାଏ’।

ବେର୍ଜଫସ୍କାଏ ୟୁଏସ ନ୍ୟାସନାଲ କ୍ୟାନସର ଇନଷ୍ଟିଚ୍ୟୁଟ୍ ଅର୍ଥାତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥର ଜଣେ ଅଂଶ ଅଟନ୍ତି।ରିସର୍ଚ୍ଚରେ ଦେଖାଗଲା ଯେ ୧୧ ଜଣ ରୋଗୀଙ୍କ ମଧ୍ୟରୁ ଯେଉଁମାନେ ଏଚଆଇଆର ୨ ଟାର୍ଗେଟରେ ରଖିଥିବା ଚିକିତ୍ସକୀୟ କ୍ୟାନସର ଟୀକାର ସବୁଠୁ କମ୍ ଡୋଜ ନେଲେ, ତେବେ ୫୪ ପ୍ରତିଶତ ରୋଗୀଙ୍କ ପାଖରେ ଏହି କ୍ଲିନିକାଲ ଲାଭ ଦେଖିବାକୁ ମିଳିଲା।

F1.largeଓଭାରୀରେ କ୍ୟାନସର ହୋଇଥିବା ଏକ ରୋଗୀଙ୍କ ପାଖରେ ୮ ସପ୍ତାହ ପର‌୍ୟ୍ୟନ୍ତ ଏକ ସଂପୂର୍ଣ୍ଣ ପ୍ରତିକ୍ରୀୟା ଥିଲା, ଗ୍ୟାଷ୍ଟ୍ରୋସୋଫେଜେଲ କ୍ୟାନସର ହୋଇଥିବା ଏକ ରୋଗୀଙ୍କ ପାଖରେ ଆଂଶିକ ପ୍ରତିକ୍ରୀୟା ଥିଲା ଯାହା ୧୬ ସପ୍ତାହ ପର‌୍ୟ୍ୟନ୍ତ ଚାଲିଥିଲା, ଏବଂ ଚାରି ଜଣ କ୍ୟାନସର ରୋଗୀଙ୍କର ପ୍ରତିକ୍ରୀୟା ସ୍ଥିର ଥିଲା ଯେଉଁମାନଙ୍କ ମଧ୍ୟରୁ କୋଲନ କ୍ୟାନସରରେ ଦୁଇଜଣ, ପ୍ରୋଟେଷ୍ଟ କ୍ୟାନସରରେ ଜଣେ ଏବଂ ଓଭାରୀରେ କ୍ୟାନସରରୁ ଜଣେ। ବେଜୋର୍ଫସ୍କାଏ କହିଲେ ଯେ ଆମର ସିଦ୍ଧାନ୍ତ ଏହା ଦର୍ଶଉଛିଯେ ଆମ ପାଖରେ ଏଚଇଆର ୨ କ୍ୟାନସର ପାଇଁ ଏକ ବହୁତ ଭଲ ଆଶାଜନକ ଟୀକା ଅଛି।

ଆମେ ଆଶା କରୁଛୁ ଯେ ଗୋଟିଏ ଦିନ ଏହି ଟୀକା କ୍ୟାନସରରେ ଆକ୍ରାନ୍ତ ରୋଗୀଙ୍କ ପାଇଁ ଏକ ନୂଆ ଉପଚାରର ବିକଳ୍ପ ହେବ।
ଟୀକା ଦ୍ବାରା ତାଙ୍କ ରକ୍ତରେ ପ୍ରତିରକ୍ଷା କୋଶିକାକୁ ଉପଯୋଗ କରି ଟୀକାକରଣକୁ ବ୍ୟକ୍ତିଗତ ଭାବରେ ଅନୁକୂଳ କରାଯାଇଥିଲା।
ପ୍ରିକ୍ଲିନିକାଲ ଷ୍ଟଡିଜରୁ ଜଣା ପଡିଲା ଯେ ଏହି ପ୍ରକାର ଟୀକା ବଡରୁ ବଡ ଟ୍ୟୁମର ଏବଂ ଫୁସଫୁସର ମେଟଷ୍ଟେସକୁ ମଧ୍ୟ କମ୍ କରିପାରେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button