ମନୋରଞ୍ଜନ

ଘରେ ବନାନ୍ତୁ ‘ଚକୋଲେଟ ବଲ୍ସ’, ପିଲା ଠାରୁ ବଡ ପର୍ଯ୍ୟନ୍ତ ସମସ୍ତଙ୍କୁ ଆସିବ ପସନ୍ଦ

ଅନେକ ଲୋକ ଅନେକ ପ୍ରକାର ନୂଆ ନୂଆ ବ୍ୟଞ୍ଜନ ତିଆରି କରୁଛନ୍ତି। ଜମା ରୋଷେଇ ଜାଣି ନଥିବା ଲୋକ ବି ଏହି କରୋନା ଲକଡାଉନ ବେଳେ ରୋଷେଇ ଶିଖିଗଲେଣି। ଘରେ ଖାଲି ବସିବା ଅପେକ୍ଷା କିଛି ନୂଆ ରେସିପି ଟ୍ରାଏ କରିବା ବୁଦ୍ଧିମାନର କାମ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ଏମିତି ରେସିପି ଯାହା ବିଷୟରେ ଆପଣ ହୁଏତ କେବେ ଶୁଣି ନଥିବେ କି ଖାଇ ନଥିବେ। ଆମେ ଆପଣଙ୍କୁ କହୁଛୁ ‘ଚକୋଲେଟ ବଲ୍ସ’ ବିଷୟରେ ଯାହା ନିଜର ସ୍ଵାଦରେ ଆପଣଙ୍କ ମନ କିଣିନେବ। ତାହେଲେ ଆସନ୍ତୁ ଜାଣିବା ଏହି ରେସିପି ବିଷୟରେ।

ଆବଶ୍ୟକ ସାମଗ୍ରୀ

-୨୦୦ ଗ୍ରାମ ନଡିଆ କୋରା
-୧୦ଟି ମେରୀ ବିସ୍କୁଟ (ଗୁଣ୍ଡ ହୋଇଥିବା)
-୪ ଟେବୁଲ ଚାମଚ ଚକୋଲେଟ ମିଲ୍କ
-ଅଧା ଚାମଚ ଭାନିଲା ଆସେନ୍ସ
-ଅଧା କପ୍‌ କ୍ଷୀର
-୨ ଟେବୁଲ ଚାମଚ ବଟର
-ସଜେଇବା ପାଇଁ ଅଳ୍ପ ନଡିଆ କୋରା

coconutପ୍ରସ୍ତୁତି ପ୍ରଣାଳୀ

  • ପାତ୍ରରେ ନଡିଆ କୋରା, ବିଷ୍କୁଟ ପାଉଡର ଏବଂ ଚକୋଲେଟ ପାଉଡର ମିକ୍ସ କରନ୍ତୁ।
  • ନନଷ୍ଟିକ ପ୍ୟାନରେ ଏହି ମିକ୍ସଚରକୁ ପକାନ୍ତୁ।
  • କଣ୍ଡେନସଡ୍‌ ମିଲ୍କ, ଭାନିଲା ଆସେନ୍ସ, କ୍ଷୀର, ବଟରକୁ ମିଶାଇ ଭଲଭାବେ ଗୋଳାଇହେବା ପର୍ଯ୍ୟନ୍ତ ଭାଜନ୍ତୁ।
  • ଏବେ ଆଞ୍ଚରୁ ବାହାର କରି ଥଣ୍ଡା ହେବା ପର୍ଯ୍ୟନ୍ତ ଛାଡି ଦିଅନ୍ତୁ।
  • ଏହାପରେ ଏହାକୁ ଆଣି ହାତରେ ତେଲ ଲଗାଇ ଗୋଲ ଗୋଲ କରି ବଲ୍‌ ବନାଇ ଦିଅନ୍ତୁ।
  • ଏହାପରେ ନଡିଆ କୋରାରେ ଏହି ବଲ୍ସକୁ ସଜାଇ ଦିଅନ୍ତୁ।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button