ବିଚାର

ଅଧିକ ଆଖୁରସ ପିଉଛନ୍ତି କି? ହୋଇଯାଆନ୍ତୁ ସାବଧାନ , ଭୋଗିବାକୁ ପଡିପାରେ ଏହି ସମସ୍ୟା

ଗରମ ସମୟରେ ଲୋକମାନେ ଆଖୁ ରସ ପିଇବା ଖୁବ୍ ପସନ୍ଦ କରିଥାନ୍ତି। ପୋଦିନା ସହ ଆଖୁ ରସ ମିଶାଇ ସେବନ କଲେ ଶରୀର ପାଇଁ ଲାଭକାରୀ ହୋଇଥାଏ। କିନ୍ତୁ ଅନେକ ସମୟରେ ଅଧିକ ଆଖୁ ରସ ପିଇବା ଦ୍ବାରା ପେଟ ଜନିତ ସମସ୍ୟା ଦେଖାଯାଇଥାଏ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଅଧିକ ଆଖୁ ରସ ପିଇବା ଦ୍ବାରା ଶରୀରରେ କଣ କ୍ଷତି ହୋଇଥାଏ।

Sugarcane-Juice-ପ୍ରାୟତଃ ଲୋକମାନେ ଆଖୁ ରସ ବଜାରରେ ଥିବା ଠେଲା ଗାଡ଼ିରୁ ହିଁ ପିଇଥାନ୍ତି। ଏହି ସ୍ତାନରୁ ପିଇବା କିଛି ଖରାପ ହୋଇ ନଥାଏ କିନ୍ତୁ ପ୍ରଥମେ ଧ୍ୟାନ ରଖିବା ଉଚିତ ପୂର୍ବରୁ ଛଣା ହୋଇ ରହିଥିବା ଆଖୁରସ ପିଇବେ ନାହିଁ। କାରଣ ଏଥିରେ ମାଛି ବସିଥିବା କାରଣରୁ ଏହାକୁ ସେବନ କରିବା ଦ୍ବାରା ଅନେକ ପ୍ରକାର ବ୍ୟାକ୍ଟେରିଆ ପେଟ ଭିତରକୁ ଯାଇଥାଏ।
ଗରମ ସମୟରେ ଆଖୁରସରେ ବରଫ ମିଶାଇ ପିଇବା ପସନ୍ଦ ଲାଗିଥାଏ କିନ୍ତୁ ଏପରି ପିଇବା ଦ୍ବାରା ପେଟରେ ସମସ୍ୟା ଦେଖାଯାଇଥାଏ। କାରଣ ବରଫ ଯେଉଁ ପାଣିରେ ବସିଥାଏ ପ୍ରାୟତଃ ସେହି ପାଣି ପରିସ୍କାର ହୋଇନଥାଏ। ଏହା ଦ୍ବାରା ରୋଗ ନିଶ୍ଚିନ୍ତ ହୋଇଥାଏ।

juiceଆଖୁ ରସରେ ଅନେକ ମାତ୍ରାରେ କ୍ୟାଲୋରୀ ରହିଥାଏ। ଜୁସ୍ କୁହାଯାଉଥିବା କାରଣରୁ ଅନେକ ଲୋକମାନେ ଏହାକୁ ଅଧିକ ସେବନ କରିଦେଇଥାନ୍ତି। କିନ୍ତୁ ଏହାକୁ ଅଧିକା ସେବନ କରିବା ଦ୍ବାରା ମୋଟାପଣ ବଢିଥାଏ। ଯେଉଁ ଲୋକମାନେ ଫିଟ୍ ରହିବା ପାଇଁ ଚେଷ୍ଟା କରୁଛନ୍ତି ତେବେ ସେହି ବ୍ୟକ୍ତି ଆଖୁ ରସ ପିଇବା ଅନୁଚିତ। ଅନେକ ଲୋକମାନେ ମଧ୍ୟ ବହୁତ ସମୟ ପର‌୍ୟ୍ୟନ୍ତ ଏହାକୁ ପିଇବା ପାଇଁ ଫ୍ରିଜରେ ରଖିଥାନ୍ତି। କିନ୍ତୁ ଆଖୁ ରସ କଟା ପିଆଜ ବା ଅନ୍ୟ କଟା ଫଳ ଭଳି ଅକ୍ସିଡାଇଜ ହେବାକୁ ଲାଗିଥାଏ, ଯାହା ଦ୍ବାରା ଏହାକୁ ଅଧିକ ସମୟ ପର୍ଯ୍ୟନ୍ତ ରଖି ସେବନ କରିବା ଦ୍ବାରା ଫୁଡ୍ ପଏଜନିଙ୍ଗ୍ ହେବା ସହ ପେଟରେ ଯନ୍ତ୍ରଣା ମଧ୍ୟ ହୋଇଥାଏ।
ଆଖୁ ରସରେ ଥିବା ପୋଷକ ତତ୍ତ୍ବ ଆଲକହଲ ଭଳି ପ୍ରଭାବ ପକାଇଥାଏ। ଶରୀର ଏବଂ ମସ୍ତିଷ୍କ ସନ୍ତୁଳନ ରକିବା ପାଇଁ ଅଧିକ ଆଖୁରସ ସେବନ କରନ୍ତୁ ନାହିଁ। ଏହା ଅଧିକ ପିଇବା ଦ୍ବାରା ମୁଣ୍ଡ ବୁଲାଇବା ସହ ମୁଣ୍ଡ ବିନ୍ଧିବା ଭଳି ସମସ୍ୟା ଦେଖାଯାଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button