ବିଚାର

Health Tips- କରୋନାରେ ହାର୍ଟକୁ କେମିତି ବଞ୍ଚାଇବେ ? କେଉଁ ମେଡ଼ିସିନ ଖାଇବେ ? କଣ କରିବେ ଯଦି ହାର୍ଟ ଆଟାକର ସନ୍ଦେହ ଥାଏ ? Dr. Bimal Chhajer

କରୋନାରେ ହୃତପିଣ୍ଡକୁ କିପରି ଭାବେ ରକ୍ଷା କରିବେ ବହୁତ ଗୁରୁତ୍ବପୁର୍ଣ କଥା । କାରଣ କରୋନାରେ ଦୁଇ ପ୍ରକାର ମୃତ୍ୟୁ ହୋଇଥାଏ । ଗୋଟିଏ ହେଲା ଫୁସଫୁସ ପାଇଁ ଆଉ ଗୋଟିଏ ହୃତପିଣ୍ଡ ପାଇଁ ।

ଫୁସଫୁସ ରେ ହେଇଥିଲେ ନିମୋନିଆ ହୋଇଥାଏ ଯାହା ଶ୍ଵାସ ପ୍ରକିୟା ଉପରେ ପ୍ରଭାବ ପଡି ଅମ୍ଳଜାନର ଦରକାର ପଡେ ଏବଂ ହୃତପିଣ୍ଡ ପାଇଁ ଦୁଇ ପ୍ରକାରର ମୃତ୍ୟୁ ହୋଇଥାଏ । ଗୋଟିଏ ହୃତପିଣ୍ଡ ସ୍ପନ୍ଦନ ହଠାତ୍ ବନ୍ଦ ହୋଇଯାଏ ନହେଲେ ହାର୍ଟ ପମ୍ପିଂ କମ୍ ହୋଇଯାଏ ବା ନଷ୍ଟ ହୋଇଯାଏ । କିଛି ଦିନ ପୁର୍ବରୁ ଜଣେ ରିପୋର୍ଟରଙ୍କ ମଧ୍ୟ ଏହିଭଳି ମୃତ୍ୟୁ ହୋଇଥିଲା । ଯାହା ୧ ମିନିଟରେ ସେ ମୃତ୍ୟୁ ବରଣ କରିଥିଲେ ।

କରୋନାରେ ଯେତେବେଳେ ମୃତ୍ୟୁ ହୁଏ ହୃତପିଣ୍ଡ ଦ୍ୱାରା ସେତେବେଳେ ସମୟ ମିଳି ନଥାଏ । ରକ୍ତ ଜମାଟ ପାଇଁ ମଧ୍ୟ କିଛି ମସ୍ତିଷ୍କ ରେ ଏନ୍ୟ ସ୍ଥାନରେ ବ୍ଲକ ହୋଇପାରେ ସେଥିପାଇଁ, ଯେଉଁଥିରେ ପାରାଲିସ୍ ମଧ୍ୟ ହୋଇପାରେ କିନ୍ତୁ ରକ୍ତ ଜମାଟ ନହେବା କରୋନାରେ ଏହି ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ । କରୋନାରେ ରକ୍ତ ଜମାଟ ହୋଇଥାଏ ଏହାର କାରଣ ସୁଜନ ହୋଇପାରେ ।

ତେବେ ଏହି ସମୟରେ କ’ଣ କରିବା ଦରକାର ! ଯେଉଁମାନେ ହୃଦରୋଗୀ ଅଛନ୍ତି ସେମାନେ ଆଖି ବନ୍ଦ କରି ରକ୍ତ ପତଳା କରିବା ପାଇଁ ଆସପ୍ରିନ୍ (aspirin) କ୍ଲୋପିଡୋଗ୍ରେଲ୍ (clopidogrel) ଔଷଧ ଖାଇବା ଦରକାର । ଯେଉଁ ମାନଙ୍କୁ ହୃତପିଣ୍ଡ ରୋଗ ନାହିଁ କିନ୍ତୁ ମଧୁମେହ ରୋଗ ଅଛି, ରକ୍ତଚାପ ରୋଗ ଅଛି, ମୋଟାପଣ ରୋଗ ଅଛି, ଯେଉଁ ମାନେ ମାଂସ ଖାଉଛନ୍ତି, ଧୂମପାନ କରୁଛନ୍ତି ଯଦି ଏହିଭଳି ଲୋକଙ୍କୁ କରୋନା ରୋଗ ହେଇଗଲା ତେବେ ଏହି ଔଷଧ ଆପଣ ଖାଇବା ଆରମ୍ଭ କରି ଦିଅନ୍ତୁ ।

ଯେଉଁ ମାନଙ୍କର ବୟସ ୩୫-୪୦ ରୁ ଉର୍ଦ୍ଧ୍ବ ସେମାନେ ରକ୍ତ ପତଳା କରିବା ପାଇଁ ଏହି ଔଷଧ ଖାଇବା ଆରମ୍ଭ କରି ଦିଅନ୍ତୁ । ଯଦି ସାଧାରଣ ସମସ୍ୟା ତେବେ ୧ ମାସ ଧରି ଖାଆନ୍ତୁ ଏବଂ ଅତ୍ୟଧିକ ସମସ୍ୟା ଥିଲେ ଦୁଇ ମାସ ଧରି ଖାଆନ୍ତୁ । କିଛି ଲୋକଙ୍କର ଏମିତି ହୁଏ କରୋନା ରୋଗ ଭଲ ହେବା ପରେ ହଠାତ୍ ହୃଦରୋଗରେ ମରି ଯାଆନ୍ତି । ଯାହା ରକ୍ତ ଜମାଟ ବାନ୍ଧି ଥିବାରୁ । ରକ୍ତ ଜମାଟ ହେବାର ସମ୍ଭାବନା ଅଧିକ ଥାଏ ସେଥିପାଇଁ ଆପଣଙ୍କୁ ପ୍ରଥମରୁ ନେବା ଦରକାର ଔଷଧ ।

ଯଦି ଆପଣଙ୍କର ଏହିପରି ସମସ୍ୟା ଥାଏ ତେବେ ଆମିଷ ଖାଦ୍ୟ ଖାଆନ୍ତୁ ନାହିଁ ସେଥିରେ କଲେଷ୍ଟ୍ରଲ୍ ଥାଏ, ଯଦି ଦୁଧ ଜାତୀୟ ଖାଦ୍ୟ ଖାଉଛନ୍ତି ସେଥିରେ ମଲେଇ ନରହିବା ଦରକାର ଏବଂ କମ୍ ତେଲ ଖାଆନ୍ତୁ, ବାଦାମ ମଧ୍ୟ ଖାଆନ୍ତୁ ନାହିଁ । କରୋନା ରୋଗ ପାଇଁ ଆପଣଙ୍କୁ ଆଣ୍ଟିବଡି ବନାଇବାକୁ ପଡ଼ିବ ସେଥିପାଇଁ ଭିଟାମିନ-ସି ଜାତୀୟ ଖାଦ୍ୟ ଖାଆନ୍ତୁ ଯେମିତି ଲେମ୍ବୁ, କମଳା, ବାତାଜି ଏବଂ ଭିଟାମିନ-ଡି୩ ଜାତୀୟ ଖାଦ୍ୟ ଖାଆନ୍ତୁ । ତେବେ ଏହି ପରି ଆପଣଙ୍କୁ ସଚେତନତା ସହ ରହିବାକୁ ପଡିବ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button