ଜୀବନଶୈଳୀ

ଘରେ ସବୁବେଳେ ହେଉଛି କି ଝଗଡ଼ା, ତେବେ ଶୀଘ୍ର ଆପଣାନ୍ତୁ ଏହି ଉପାୟ

ସ୍ବାମୀ-ସ୍ତ୍ରୀଙ୍କ ସମ୍ପର୍କରେ କେତେବେଳେ ଭଲପାଇବା ରହିଥାଏ ତ କେତେବେଳେ ହୋଇଥାଏ ଝଗଡ଼ା। ତେବେ ଅନେକ ସମୟରେ ବହୁତ ଛୋଟ ଛୋଟ କଥା ବଡ଼ା ଝଗଡ଼ାର କାରଣ ହୋଇଯାଇଥାଏ। ଆଜି ଆମେ ଦମ୍ପତିଙ୍କ ମଧ୍ୟରେ ଥିବା ସେହିପରି କିଛି ଛୋଟ ଛୋଟ କଥା ବିଷୟରେ କହିବାକୁ ଯାଉଛୁ ଯାହା ସାଧାରଣତଃ ଝଗଡ଼ାର ମୂଳ କାରଣ ପାଲଟିଥାଏ।

-ବିବାହର କିଛି ସମୟରେ ପରେ ସାଧାରଣତଃ ସମସ୍ତେ ନିଜ ସାଥିଙ୍କୁ ସରପ୍ରାଇଜ୍ ବା ଉପହାର ଦେବା ବନ୍ଦ କରିଦିଅନ୍ତି। ଏହି ସମୟରେ ଅନେକଙ୍କୁ ଲାଗିଥାଏ କି ତାଙ୍କ ସାଥିଙ୍କର ତାଙ୍କ ପ୍ରତି ଭଲ ପାଇବା କମ ହୋଇଯାଇଛି ଅଥବା ସେ ବଦଳିଯାଇଥାନ୍ତି। ଏହି କାରଣରୁ ସଂପର୍କରେ ଝଗଡ଼ା ହୋଇଥିବା ବେଳେ ଅନେକ ମନ ମତାନ୍ତର ଦେଖିବାକୁ ମିଳିଥାଏ।

-ପ୍ରାୟ ସମସ୍ତଙ୍କ ସାଥିଙ୍କର ଅଭିଯୋଗ ଏହା ରହିଥାଏ କି ତାଙ୍କ ସାଥି ତାଙ୍କୁ ଆବଶ୍ଯକତା ପରିମାଣର ସମୟ ଦେଇନଥାନ୍ତି। ଏହା ଦ୍ବାରା ଆପଣ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହେବାର ଅନେକ ସମ୍ଭାବନା ରହିଥାଏ। ଏଣୁ ସବୁବେଳେ କିଛି ସମୟ ବାହାର କରି ନିଜ ସାଥିଙ୍କ ସହ କିଛି ଏକୁଟିଆ ସମୟ ବିତାଇବା ସହ ତାଙ୍କୁ ସ୍ବତନ୍ତ୍ର ଅନୁଭବ କରାନ୍ତୁ।

Indian couple

-ଏପରି ଦେଖାଯାଇଥାଏ କି, ଜୀବନରେ ସନ୍ତାନ ଆସିବା ମାତ୍ରେ ଦାମ୍ପତ୍ଯ ଜୀବନରେ ଭଲପାଇବା କିଛି ମାତ୍ରାରେ କମ ହୋଇଯାଇଥାଏ। ଯେଉଁ କାରଣରୁ ଅନେକ ପ୍ରକାରର ଝଗଡ଼ା ହେବା ସହ ଦେଖିବାକୁ ମିଳିଥାଏ ବାଦ-ପ୍ରତିବାଦ। ଏଣୁ ସନ୍ତାନ ଆସିବା ମାତ୍ରେ ଭଲ ପାଇବାକୁ କମ ନକରି ତାହାର ଆଉଏକ ଶୁଭାରମ୍ଭ କରନ୍ତୁ।

-ସବୁବେଳେ କୁହାଯାଥାଏ କି ପୁରୁଷଙ୍କ ମନର ରାସ୍ତା ପେଟ ହୋଇଯାଇଥାଏ। ଏଣୁ ଯେତେବେଳେ ପୁରୁଷ ମାନଙ୍କୁ ଘରେ ଏକ ପ୍ରକାରର ଖାଇବା ପ୍ରତିଦିନ ମିଳିଥାଏ ପୁରୁଷମାନେ କ୍ରୋଧିତ ହେବା ସହ ବିଭିନ୍ନ ପ୍ରକାରର ଝଗଡ଼ା କରିଥାନ୍ତି। ଏଣୁ ଯଦି ସମ୍ଭଭ ସାଥିଙ୍କୁ ସମୟ ବ୍ଯବଧାନରେ ଡ଼େଟରେ ବାହାରକୁ ଯାଅନ୍ତୁ ଅଥବା ଘରେ କ୍ଯାଣ୍ଡଲ ଲାଇଟ ଡ଼ିନରର ବ୍ଯବସ୍ଥା କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button