ବିଛା କାମୁଡିବାର ତୁରନ୍ତ କରନ୍ତୁ ଏହି କାମ, ବଞ୍ଚିଯାଇପାରେ ଜୀବନ!

ଆମେ ସମସ୍ତେ ଭଲଭାବେ ଜାଣିଛନ୍ତି ଯେ ବିଛା ବହୁତ କ୍ଷତିକାରକ। ଯାହାର ନାମ ଶୁଣି ସମସ୍ତ ଡରି ଯାଆନ୍ତି। କିନ୍ତୁ କଣ ଆପଣ ଜାଣନ୍ତି ଏହା ଆପଣଙ୍କୁ କାମୁଡି ଦେଲେ ଏଥିରୁ ଆପଣ କେମିତି ରକ୍ଷା ପାଇବେ। ଯଦି ବିଛା ଆପଣଙ୍କୁ କାମୁଡି ଦିଏ ତେବେ ଘରୋଇ ଉପଚାର ଦ୍ବାରା ଆପଣ ତାହାର ବିଷକୁ ନିଜ ଶରୀରରୁ କାଢ଼ି ପାରିବେ। ଏଥିପାଇଁ ଆଜି ଆମେ ଆପଣଙ୍କୁ ଏମିତି ଏକ ଘରୋଇ ଉପଚାର ବିଷୟରେ ଜଣାଇବୁ ଯାହାକୁ ବ୍ୟବହାର କରି ଆପଣ ବିଛାର ବିଷକୁ ସମ୍ପୂର୍ଣ୍ଣ ଭାବରେ କାଢ଼ି ପାରିବେ।
ବିଛା କାମୁଡିଲେ ତୁରନ୍ତ କରନ୍ତୁ ଏହି କାମ :
-ଯଦି କୌଣସି ବ୍ୟକ୍ତିଙ୍କୁ ବିଛା କାମୁଡି ଦେଲା ତେବେ ଏମିତି ପରିସ୍ଥିତିରେ ବିଛା କାମୁଡିଥିବା ସ୍ଥାନର କିଛି ଉପରକୁ କୌଣସି ପତଳା ରଶି କିମ୍ବା କପଡାକୁ ଜାବୁଡିକି ବାନ୍ଧି ଦିଅନ୍ତୁ। ଏହା ଦ୍ବାରା ବିଷ ଶରୀରକୁ ପହଁଚି ପାରିବ ନାହିଁ।
-ଏହା ପରେ ପୁଦିନା ପତ୍ରକୁ ବାଟି ବିଛା କାମୁଡିଥିବା ସ୍ଥାନରେ ଲଗାଇ ଦିଅନ୍ତୁ। ଏହା ସହିତ ତାଙ୍କୁ ପୁଦିନା ରସ ମଧ୍ୟ ପିଇବାକୁ ଦିଅନ୍ତୁ। ଏମିତି କରିବା ଦ୍ବାରା ବିଛାର ବିଷ ବହୁତ ଜଲଦି ବାହାରି ଯାଇଥାଏ।
-ଏହା ବ୍ୟତିତ ଫିଟିକାରୀର ବ୍ୟବହାରରେ ମଧ୍ୟ ବିଛାର ବିଷକୁ ବାହାର କରାଯାଇ ପାରିବ। ଏହାପାଇଁ ଫିଟିକରୀକୁ ପାଣିରେ ଘଷି ବିଛା କାମୁଡିଥିବା ସ୍ଥାନରେ ଲଗାଇ ଦିଅନ୍ତୁ ଏବଂ ଏକ ଗରମ କପଡା ଦ୍ବାରା ସେକ ଦିଅନ୍ତୁ।



