ଜୀବନଶୈଳୀ

କ୍ଲିନ୍‌ ସେଭ୍‌ ନା ଦାଢି ଥିବା ବ୍ୟକ୍ତି ? ଜାଣନ୍ତୁ କିଭଳି ପୁରୁଷଙ୍କୁ ଅଧିକ ପସନ୍ଦ କରିଥାନ୍ତି ମହିଳା

ଆଜିକାଲି ପୁରୁଷଙ୍କମାନଙ୍କ ମଧ୍ୟରେ ଦାଢି ରଖିବାକୁ ନେଇ ଫ୍ୟାସନ୍‌ ବଢିବାରେ ଲାଗିଛି। ଏପରିକି କ୍ରିକେଟ୍‌ ଫିଲ୍ଡ ଠାରୁ ଆରମ୍ଭ କରି ବଲିଉଡ୍‌ର ବଡ ବଡ ସେଲିବ୍ରିଟିମାନେ ମଧ୍ୟ ଦାଡି ରଖିବାର ଫ୍ୟାସନ୍‌କୁ ଫଲୋ କରୁଛନ୍ତି। କିନ୍ତୁ ଆଜି ଆମେ ଦାଢି ରଖୁଥିବା ପୁରୁଷଙ୍କ ପାଇଁ ଏକ ଖୁସି ଖବର କହିବୁ। ଏକ ରିସର୍ଚ୍ଚ ଅନୁଯାୟୀ ଦାଢି ରଖୁଥିବା ପୁରୁଷମାନଙ୍କ ପ୍ରତି ମହିଳାମାନେ ଅଧିକ ଆକର୍ଷିତ ହୋଇଥାନ୍ତି।

BEARDରିସର୍ଚ୍ଚ ଅନୁଯାୟୀ ଦାଢି ରଖୁଥିବା ପୁରୁଷ ଶାରିରୀକ ଏବଂ ସାମାଜିକ ସ୍ତରରେ ଅଧିକ ପ୍ରଭାବୀ ହୋଇଥାନ୍ତି। ଏହିକାରଣରୁ ମହିଳାମାନେ ଏଭଳି ପୁରୁଷଙ୍କ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି। ସୂଚନା ମୁତାବକ କିଛି ମହିଳାମାନେ ମଧ୍ୟ ବ୍ୟାକ୍ଟେରିଆ ଭୟରେ ଦାଢି ଥିବା ପୁରୁଷଙ୍କୁ ପସନ୍ଦ କରିନଥାନ୍ତି। ରିସର୍ଚ୍ଚ ଅନୁଯାୟୀ କ୍ଲିନ୍‌ ସେଭ୍‌ କରୁଥିବା ପୁରୁଷଙ୍କୁ ପସନ୍ଦ କରୁଥିବା ମହିଳା ବ୍ୟାକେରିଆରେ ଭୟଭିତ ଥିବା ଜଣାପଡିଛି ଏବଂ ଏହିକାରଣୁ ଦାଢି ଥିବା ପୁରୁଷଙ୍କ ଉପରେ ଏହି ମହିଳା ଆଗ୍ରହ ପ୍ରକାଶ କରନ୍ତି ନାହିଁ।

look1ଏହି ରିସର୍ଚ୍ଚ ଆମେରିକାର ୧୦୦୦ ମହିଳାଙ୍କ ଉପରେ କରାଯାଇଥିଲା, ଯେଉଁଥିରେ ମହିଳାମାନଙ୍କୁ ସେମାନଙ୍କ ପାଟର୍ନରଙ୍କ ଦାଢି ରଖିବାକୁ ନେଇ କିଛି ପ୍ରଶ୍ନ ପଚରାଯାଇଥିଲା। ଅଷ୍ଟ୍ରେଲିଆର ୟୁନିଭରସିଟି ଅଫ୍‌ କ୍ୱିସଲ୍ୟାଣ୍ଡର ବିଶେଷଜ୍ଞ ଏହି ରିସର୍ଚ୍ଚରେ ୧୮ ରୁ ୭୦ ବର୍ଷର ସମୁଦାୟ ୯୧୯ ଜଣ ମହିଳାଙ୍କୁ ସାମିଲ୍‌ କରାଯାଇଥିଲା। ଏହାପରେ ତାଙ୍କୁ ଭିନ୍ନ-ଭିନ୍ନ ପୁରୁଷଙ୍କର ୩୦ଟି ଫଟୋ ଦିଆଯାଇଥିଲା। ଏହି ଫଟୋରେ ଦାଡି ରଖିନଥିବା ଲୋକଙ୍କର ଫଟୋ ମଧ୍ୟ ରହିଥିଲା। ଏହିସବୁ ଫଟୋକୁ ଫେଟୋସପ୍‌ ଜରିଆରେ କିଛି ପରିବର୍ତ୍ତନ ମଧ୍ୟ କରାଯାଇଥିଲା। ରିସର୍ଚ୍ଚରେ ସାମିଲ ହୋଇଥିବା ମହିଳାଙ୍କୁ ଏହି ଫଟୋରେ ଆକର୍ଷଣ ପାଇଁ ଲଙ୍ଗ ଟର୍ମ ବା ସର୍ଟ ଟର୍ମ ରିଲେଶନସିପ୍‌ ଆଧାରରେ ଶୂନ୍ୟ ରୁ ଆରମ୍ଭ କରି ୧୦୦ ପର୍ଯ୍ୟନ୍ତ ରେଟିଂ ଦେବା ପାଇଁ ପ୍ରକିୟା କରାଯାଇଥିଲା।

look-ରିପୋର୍ଟ ଅନୁଯାୟୀ ଏହି ରିସର୍ଚ୍ଚରେ ଅଧିକ ମହିଳାମାନେ ଦାଢି ରଖିଥିବା ପୁରଷଙ୍କ ଫଟୋକୁ ବେଶି ପସନ୍ଦ କରିଛନ୍ତି। ଏହାପରେ ପ୍ରମୁଖ ବିଶେଷଜ୍ଞ ଟେସା କ୍ଲାର୍କସନ ଏହା ପଛର କାରଣ ବିଷୟରେ କହିଛନ୍ତି। ଟେସା କ୍ଲାର୍କସନଙ୍କ କହିବାନୁଯାୟୀ, ଦାଢି ରଖିଥିବା ପୁରୁଷ ଶାରିରୀକ ରୂପେ ମଜବୁତ ଏବଂ ସାମାଜିକ ରୂପେ ଅଧିକ ପ୍ରଭାବଶାଳୀ ହୋଇଥାନ୍ତି ଏବଂ ଚଉଡା ପାଟି ଥିବା ଚେହେରାକୁ କମ ଆକର୍ଷକ ଅଂଶକୁ ଲୁଚାଇପାରିଥାଏ। କିନ୍ତୁ ଯେଉଁ ମହିଳାଙ୍କ ମଧ୍ୟରେ ବ୍ୟାକ୍ଟେରିଆ ବା ଅପରିଷ୍କାରକୁ ନେଇ ଅଧିକ ଡର ରହିଛି, ସେମାନେ ଦାଢି ରଖିଥିବା ପୁରୁଷଙ୍କୁ ପସନ୍ଦ କରିନଥାନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button