ଜୀବନଶୈଳୀ

ଆପଣଙ୍କ ଭାଗ୍ୟ ଖରାପର ମୁଖ୍ୟ କାରଣ ହେଉଛି ଏସବୁ, ଥରେ ନିଶ୍ଚୟ ପକାନ୍ତୁ ନଜର

କୌଣସି ବି ବ୍ୟକ୍ତିଙ୍କ ସ୍ୱଭାବ ବିଷୟରେ ଜାଣିବାରେ ତାଙ୍କ ପରିଧାନର ମୁଖ୍ୟ ଭୂମିକା ଥାଏ। କିନ୍ତୁ କୌଣସି ବ୍ୟକ୍ତିଙ୍କର ପୋଷାକରୁ ଆପଣ ତାଙ୍କ ଚରିତ୍ରକୁ ବାଛି ପାରିବ ନାହିଁ। ଲୋକମାନେ ନିଜକୁ ଆକର୍ଷିତ ଦେଖାଇବା ପାଇଁ ଭଲ ଭଲ ନୂଆ ଷ୍ଟାଇଲର କପଡା ପିନ୍ଧିବାକୁ ପସନ୍ଦ କରନ୍ତି। କିନ୍ତୁ କଣ ଆପଣ ଜାଣନ୍ତି ଆପଣ ପିନ୍ଧୁଥିବା ପୋଷାକ ସହିତ ଆପଣଙ୍କ ଭାଗ୍ୟ ମଧ୍ୟ ଯୋଡି ହୋଇ ରହିଛି ଏବଂ ଏହି କାରଣରୁ ପୋଷାକ ଆପଣଙ୍କ ବୁଡିଯାଉଥିବା ଭାଗ୍ୟର କାରଣ ସାଜିପାରେ। ତେବେ ଆସନ୍ତୁ ଜାଣିବା ତାହା ବିଷୟରେ।

-ଅଧିକ ପୁରୁଣା କପଡା ପିନ୍ଧିବା ଦ୍ୱାରା ଜୀବନରେ ସୁଖର ଆଭବ ରହିଥାଏ। ଏହା ଘରେ ମଧ୍ୟ ନକରାତ୍ମକ ପ୍ରଭାବ ପକାଇଥାଏ।

-ମଇଳା ପୋଷାକ ପିନ୍ଧିବା ଦ୍ୱାରା ଆର୍ଥିକ ଅଭାବ ରହିଥାଏ। ଏହା ଭାଗ୍ୟକୁ ଖରାପ ମଧ୍ୟ କରିଥାଏ। ତେବେ ଏହା ଠାରୁ ରକ୍ଷା ପାଇବା ପାଇଁ ଆପଣ ସଫା ସୁତୁରା ପୋଷାକ ପରିଧାନ କରନ୍ତୁ।

cloth-ରାତିରେ ଶୋଇବା ପୂର୍ବରୁ ଧୋଇ ରଖିଥିବା ପୋଷାକକୁ ବାହାରେ ଖୋଲା ରଖିଥିବା ବଦଳରେ ଆମଲାମରୀରେ ରଖନ୍ତୁ।

-ଯେଉଁ କପଡାକୁ ଆପଣ ପିନ୍ଧୁନାହାନ୍ତି ତାହାକୁ ଫୋପାଡିବା ବଦଳରେ କାହାକୁ ଦାନ କରନ୍ତୁ।

-ଯଦି ଆପଣଙ୍କୁ କୌଣସି କାମରେ ସଫଳତା କିମ୍ବା ଚାକିରି ଇଣ୍ଟରଭିଉରେ ପାସ ହେବାରେ ଅଛି ତେବେ ଏମିତିରେ ଆପଣଙ୍କୁ ହଳଦିଆ ରଙ୍ଗର କପଡା ପିନ୍ଧି ଯିବା ଉଚିତ। ଏମିତି ରଙ୍ଗର କପଡା ଅଧିକ ପିନ୍ଧିବା ଦ୍ୱାରା ସମସ୍ତ କ୍ଷେତ୍ରରେ ଉନ୍ନତିର ରାସ୍ତା ଖୋଲିଥାଏ।

-ଅଧିକାଂଶ ଲୋକଙ୍କୁ ସାମାନ୍ୟ କଥାରେ ଅଧିକ ଚିନ୍ତା କରିବାର ଅଭ୍ୟାସ ରହିଥାଏ। ଏମିତି ଲୋକଙ୍କୁ ସବୁ ଜିନିଷରେ ନେଗେଟିଭିଟୀ ଦେଖାଯାଏ। ଏମିତି ଲୋକଙ୍କୁ ପିଙ୍କ୍‌ ଏବଂ ରେଡ୍‌ କଲରର କପଡା କିଣିବା ଏବଂ ପିନ୍ଧିବା ଉଚିତ। ଏମିତିରେ ସେମାନଙ୍କ ନେଗେଟିଭିଟି ଭାବନା ପଜିଟିଭିଟିରେ ପରିବର୍ତ୍ତନ ଆସିଥାଏ।

cloth fashion-ଫେଙ୍ଗସୁଇ ବାସ୍ତୁଶାସ୍ତ୍ର ଅନୁଯାୟୀ ଚିରା ଫଟା ପୋଷାକ ପିନ୍ଧିବା ଦ୍ୱାରା ଘରେ ଟଙ୍କାର ଅଭାବ ସବୁବେଳେ ରହିଥାଏ। ବ୍ୟକ୍ତିଙ୍କୁ ଆର୍ଥିକ କ୍ଷତି ମଧ୍ୟ ସହିବାକୁ ପଡିଥାଏ।

-ନୂଆ କପଡା କିଣିବା ଶୁକ୍ରବାର ଦିନକୁ ହିଁ ବେଷ୍ଟ ବୋଲି ଧରାଯାଏ। ଏହି ଦିନରେ ପୋଷାକ କିଣିବା ଦ୍ୱାରା ଜୀବନରେ ଖୁସି, ସକାରାତ୍ମକା ଶକ୍ତିର ସଞ୍ଚାର ହେବ। କିନ୍ତୁ ଗୁରୁବାର ଦିନ ପୋଷାକ କିଣିବା ଠାରୁ ଦୂରେଇ ରୁହନ୍ତୁ। ନଚେତ ଏହା ଆପଣଙ୍କ ଠାରେ ନକରାତ୍ମକତା ଆଣିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button