ଡ୍ରାଇଭର ରୁ 33 କୋଟି ଟଙ୍କାର ମାଲିକ, କିନ୍ତୁ କେମିତି? ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଦର୍ଶକ ବନ୍ଧୁ କୁହାଯାଏ ଭାଗ୍ୟ ବଦଳିବାକୁ ମାତ୍ର ଗୋଟେ ମୂହୁର୍ତ୍ତ ଦରକାର । ଭାଗ୍ୟ ବଦଳିବାକୁ କିଛି କ୍ଷଣ ମାତ୍ର ହିଁ ଆବଶ୍ୟକ ହୋଇଥାଏ । କାହାର ଭାଗ୍ୟ କେବେ ବଦଳିବ ତାହା କେହି ଜାଣି ନ ଥାନ୍ତି । କିନ୍ତୁ ବେଳେବେଳେ ଏମିତି କିଛି ଘଟଣା ଆମ ଆଖି ସାମନା କୁ ଆସିଥାଏ ଯାହାକୁ ନ ଦେଖିଲେ ବିଶ୍ଵାସ କରି ହେବ ନାହି । କେତେବେଳେ କାହାର ଭାଗ୍ୟ ରେ କୋଟିପତି ହେବାର ଲେଖା ଥିବ ତାହା କେହି କହି ପାରିବେ ନାହି ।

ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଯାହାର ଭିଡିଓ ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି । ତେବେ ଏଭଳି କିଛି ଘଟିଛି ଭାରତୀୟ ବଂଶଦ ଡ୍ରାଇଭର ଅଜୟ ଉଗୁଲା ଙ୍କ ସହ । ଦୁବାଇ ରେ ରହୁଥିବା ୩୧ ବର୍ଷିୟ ଅଜୟ ରାତା ରାତି କୋଟିପତି ହୋଇ ଯାଇଛନ୍ତି । ସେ ଏମରେଟ୍ସ ଲକି ଡ୍ର ରେ ୩୩ କୋଟି ର ପୁରସ୍କାର ଜିତିଛନ୍ତି ।
ଏତେ ଟଙ୍କା ଜୀବିବା ପରେ ଅଜୟ କହିଛନ୍ତି ମୋତେ ଏବେ ମଧ୍ୟ ବିଶ୍ଵାସ ହେଉ ନାହି ମୁଁ ଜ୍ୟାକ ପଟ ଜିତି ଯାଇଛି । ସେ କହିଛନ୍ତି ମୁଁ ଏ ଟଙ୍କା ରେ ଗୋଟେ ଅନାଥ ଆଶ୍ରମ କରିବି । ଏହା କରିବା ଦ୍ଵାରା ଲୋକଙ୍କୁ ମୌଳିକ ସୁବିଧା ମିଳି ପାରିବ । ମୂଳତଃ ଦକ୍ଷିଣ ଭାରତରୁ ଆସିଥିବା ଅଜୟ ଉଗୁଲା ୪ ବର୍ଷ ପୂର୍ବର ରୁ ଚାକିରି ଅନ୍ଵେଷଣ ରେ ୟୁଏଆଇ ଯାଇଥିଲେ ।

ବର୍ତ୍ତମାନ ସେ ଏକେ ଜ୍ବେଲର ଫାର୍ମ ରେ ଡ୍ରାଇଭର ଭାବେ କାମ କରୁଛନ୍ତି । ସେ ପ୍ରତେକ ମାସରେ ୩୨୦୦ ବିରାମ ଅର୍ଥାତ ୭୨ ହଜାର ଟଙ୍କା ରୋଜଗାର କରୁଛନ୍ତି । ବର୍ତ୍ତମାନ ସେ ଜ୍ୟାକ ପଟ ଜିତି କୋଟିପତି ହୋଇ ଯାଇଛନ୍ତି । ଆଗକୁ ଅଜୟ କହିଛନ୍ତି କି ଯେତେବେଳେ ମୁଁ ଭାରତରେ ଥିବା ପରିବାରକୁ ମୁଁ କୋଟିପତି ହେବାର ଖବର ଦେଇଥିଲି ସେତେବେଳେ ମୋ ଭାଇ, ଭଉଣୀ ମା ବିଶ୍ଵାସ କରିପାରି ନ ଥିଲେ ।
ତେବେ ପରେ ଗଣ ମାଧ୍ୟମରେ ଏହି ଖବର ପ୍ରସାର ହେବା ପରେ ତାଙ୍କୁ ବିଶ୍ଵାସ ହୋଇଥିଲା । ପ୍ରଥମେ ଅଜୟ ଲଟେରୀ ଟିକେଟ କିଣିଥିଲେ ଆଉ ଡ୍ର କରିଥିଲେ । ତେବେ ତାଙ୍କୁ ବିଶ୍ଵାସ ହୋଇ ନ ଥିଲା ଯେ ସେ ଏହି ଲଟେରୀ ଜିତି ଯାଇଛନ୍ତି । ତାଙ୍କୁ ପୁରସ୍କାର ଭାବେ ୧୫ ମିଲିୟନ ବିରାମ ଅର୍ଥାତ ୩୩ କୋଟି ୭୦ ଲକ୍ଷ ରୁ ଅଧିକ ଟଙ୍କା ଲଟେରୀ ଭାବେ ମିଳିଛି ।
ଏହା ଶୁଣିବା ପରେ ସେ ବିଶ୍ଵାସ କରିପାରି ନ ଥିଲେ । ଜଣେ ଡ୍ରାଇଭର ରୁ ସେ କୋଟିପତି ହୋଇ ପାରିଛନ୍ତି । ତେବେ ଜଣେ ଡ୍ରାଇଭର ଆଜି କୋଟିପତି ହୋଇ ଯାଇଛନ୍ତି ଏହି ଖବର ଟି ନିଶ୍ଚୟ ସମସ୍ତଙ୍କୁ ଚକିତ କରି ରଖି ଦେବ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କାମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।



