ସାଧା ସିଧା ସଂସ୍କାରୀ ନଜର ଆସୁଥିବା ପ୍ରୀତା (Shraddha Arya) ଅସଲରେ ଜୀବନରେ ଅଟନ୍ତି ବହୁତ ଷ୍ଟାଇଲିସ ଆଉ ବୋଲ୍ଡ, ଜାଣନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା

ବନ୍ଧୁଗଣ ଶ୍ରଦ୍ଧା ନିଜର ସୁନ୍ଦର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ମନକୁ ଜିତି ପାରିଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଶ୍ରଦ୍ଧାଙ୍କ ଅଭିନୟ କାରିୟର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଶ୍ରଦ୍ଧା ୧୫ ବର୍ଷ ହେବ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରି ସଫଳତା ହାସଲ କରିଛନ୍ତି । ଆଜିକୁ ସେ Zee TVର ଫେମସ ସିରିଏଲ ‘କୁଣ୍ଡଳୀ ଭାଗ୍ୟ’ରେ ମୁଖ୍ୟ ଅଭିନେତ୍ରୀ ରୂପେ ନଜର ଆସୁଛନ୍ତି । ବନ୍ଧୁଗଣ ଟିଭି ସହିତ ଶ୍ରଦ୍ଧା ସାଉଥ ଇଣ୍ଡିଆନ ଫିଲ୍ମରେ କାମ କରି ବହୁତ ନାମ ଅର୍ଜନ କରିଛନ୍ତି । ୨୦୧୫ରେ ଶ୍ରଦ୍ଧା ବିବାହ କରିବାକୁ ଯାଉଥିଲେ ହେଲେ ନିର୍ବନ୍ଧ ହେବା ପରେ ମଧ୍ୟ ବିବାହ ଭାଙ୍ଗିଯାଇଥିଲା । ସେହି ସମୟରେ ଶ୍ରଦ୍ଧା ନିଜକୁ ସମ୍ଭାଳି ଥିଲେ ଓ ଏହି ଟିଭି ଇଣ୍ଡଷ୍ଟ୍ରିରେ ସଫଳତା ପାଇବା ପାଇଁ ବହୁତ କଷ୍ଟ କରିଥିଲେ ।

ବନ୍ଧୁଗଣ ଶ୍ରଦ୍ଧା ୧୭ ଅଗଷ୍ଟ ୧୯୮୭ ମସିହାରେ ରାଜଧାନୀ ଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିଲେ । ଶ୍ରଦ୍ଧା ମୁମ୍ବାଇ ୟୁନିଭର୍ସିଟିରେ ଅର୍ଥନୀତିର ଡିଗ୍ରୀ ହାସଲ କରିଥିଲେ । ହେଲେ ତାଙ୍କୁ ଅଭିନୟ ଦୁନିଆରେ ଆସିବା ପାଇଁ ଇଛା ନଥିଲା । ହେଲେ କିଛି ସମୟ ପରେ ଶ୍ରଦ୍ଧା ଏହି ଗ୍ଲେମର ଦୁନିଆରେ ପାଦ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ । ୨୦୦୪ ମସିହାରେ ସେ ଟିଭିର ‘ବେଷ୍ଟ ସିନେ ଷ୍ଟାର’ରେ ଯୋଗ ଦେଇଥିଲେ ।

ଏହି ଇଭେଣ୍ଟ ପରେ ୨୦୦୬ରେ ଶ୍ରଦ୍ଧା ତାମିଲ ଫିଲ୍ମରେ ଡେବ୍ୟୁ କରିଥିଲେ । ଏହାପରେ ସେ ୨୦୦୭ରେ ସେ ଅଭିନେତ୍ରୀ ଜିଆ ଖାନଙ୍କ ସହ ବଲିଉଡ ଫିଲ୍ମ ‘ନିଶବ୍ଦ’ରେ ନଜର ଆସିଥିଲେ । ଏହା ପରେ ୨୦୧୫ ମସିହା ପର୍ଯ୍ୟନ୍ତ ଶ୍ରଦ୍ଧା ଉଭୟ ଟିଭି ଓ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ ଲୋକପ୍ରିୟତା ହାସଲ କରିଥିଲେ । ଏହା ପରେ ସେ ‘ମେ ଲକ୍ଷ୍ମୀ ତେରେ ଆଙ୍ଗନ କି’, ‘ତୁମହାରି ପାକି ଓ କୁଣ୍ଡଳୀ ଭାଗ୍ୟ’ ଆଦି ସିରିଏଲରେ କାମ କରି ଶ୍ରଦ୍ଧା ଏହି ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଛନ୍ତି ।

ବନ୍ଧୁଗଣ ଶ୍ରଦ୍ଧାଙ୍କ ଅଭିନୟକୁ ଦେଖିବା ପାଇଁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରନ୍ତି । ଶ୍ରଦ୍ଧା ନିଜର ଗ୍ଲେମରସ ଲୁକ୍ ପାଇଁ ସବୁବେଳେ ସୋସିଆଲ ମିଡିଆରେ ଚର୍ଚାରେ ରୁହନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଶ୍ରଦ୍ଧା ବିବାହ କରିନାହାନ୍ତି, ହେଲେ ଶ୍ରଦ୍ଧା ନିଜ ଫ୍ୟାନ୍ସ ମାନଙ୍କ ପାଇଁ ସବୁବେଳେ ସୋସିଆଲ ମିଡିଆରେ ନିଜର ଫଟୋ ସେୟାର କରନ୍ତି । ଆଜିକୁ ଶ୍ରଦ୍ଧା ଟିଭି ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରି ବହୁତ ନାମ ଅର୍ଜନ କରିଛନ୍ତି ।



