ବିଚାର

ଘରେ ସହଜରେ ପ୍ରସ୍ତୁତ କରନ୍ତୁ ଚିକେନ ୬୫

ସାମଗ୍ରୀ

ବୋନଲେସ ଚିକେନ – ୧/୨ କିଗ୍ରା

ଦହି – ୧/୨ କପ୍

ଲେମ୍ବୁ ରସ – ୧୧/୨ ଚାମଚ

ଚାଉଳ ପାଉଡା – ୨ ବଡ ଚାମଚ

ଲୁଣ – ସ୍ବାଦାନୁସାରେ

ତେଲ – ଆବଶ୍ୟକ ଅନୁସାରେ

ମସଲା ପାଇଁ ସାମଗ୍ରୀ

ଲାଲ ଲଙ୍କା – ୪

ଅଦା – ୨ ଇଞ୍ଚ

ରସୁଣ – ୬ କୋଲା

ଧନିଆ – ୨ ବଡ ଚାମଚ

କଳା ମରୀଚ – ୧ ବଡ ଚାମଚ

ପ୍ରସ୍ତୁତି ପ୍ରଣାଳୀ

ସର୍ବପ୍ରଥମେ ଲାଲ ଲଙ୍କା, ଅଦା, ରସୁଣ, ଧନିଆ, କଳା ମରୀଚକୁ ମିଶାଇ ପେଶି ଦିଅନ୍ତୁ। ଏବେ ଏଥିରେ ଦହି, ଲେମ୍ବୁ ରସ, ଚାଉଳ ପାଉଡର, ଲୁଣ, ଦୁଇ ବଡ ଚାମଚ ତେଲ ପକାଇ ଭଲଭାବେ ମିକ୍ସ କରିଦିଅନ୍ତୁ। ଏବେ ସେହି ମିଶ୍ରଣରେ ଚିକେନକୁ ମିଶାନ୍ତୁ। ଏହାକୁ ୧ ଘଣ୍ଟା ପର‌୍ୟ୍ୟନ୍ତ ଫ୍ରୀଜରେ ରଖିଦିଅନ୍ତୁ।

ଏବେ କଡାଇରେ ତେଲ ଗରମ କରିଦିଅନ୍ତୁ। ଚିକେନକୁ ଗୋଟିଏ ଗୋଟିଏ କରି ତେଲରେ ପକାନ୍ତୁ। ଏବେ ଧୀମା ଆଞ୍ଚରେ ସବୁ ଚିକେନକୁ ଛାଣି ଦିଅନ୍ତୁ। ଏବେ ଆପଣଙ୍କର ଗରମା ଗରମ ଚିକେନ ୬୫ ପ୍ରସ୍ତୁତ ହୋଇଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button