ବିଚାର

ଶରୀରର ହାଡ ମଜବୁତ୍‌ କରିବା ପାଇଁ ଆପଣାନ୍ତୁ ଏହି ସବୁ ଖାଦ୍ୟ

ଯଦି ଆପଣ ନିଜର ହାଡ ମଜବୁତ୍‌ ରଖିବା ପାଇଁ ଚାହୁଁଛନ୍ତି ତେବେ ପ୍ରଚୁର କ୍ୟାଲସିୟମ ଥିବା ଖାଦ୍ୟ ସେବନ କରନ୍ତୁ। ପ୍ରକୃତରେ ଯଦି ଥରେ ହାଡ ଦୁର୍ବଳ ହୋଇଯାଇଥାଏ ତେବେ ଆଣ୍ଠୁ-ଗଣ୍ଠି ଯନ୍ତ୍ରଣା ଠାରୁ ଆରମ୍ଭ କରି ବିଭିନ୍ନ ସମସ୍ୟା ଦେଖାଯାଇଥାଏ। ପ୍ରତ୍ୟେକ ବୟସରେ ହାଡ ମଜବୁତ୍‌ ରହିବା ଉଚିତ। ହାଡ ମଜବୁତ୍‌ ରଖିବା ପାଇଁ ସବୁଠାରୁ ଭଲ ଖାଦ୍ୟ ହେଉଛି ସବୁଜ ପନିପରିବା। କାରଣ ସବୁଜ ପନିପରିବାରେ ପ୍ରଚୁର ମାତ୍ରାରେ କ୍ୟାଲସିୟମ ରହିଥାଏ।

ଯଦି ଆପଣ କ୍ୟାଲସିୟମ ଥିବା ଖାଦ୍ୟ ସେବନ କରିନଥାନ୍ତି ତେବେ ଖୁବ୍‌ ଶୀଘ୍ର ଆପଣଙ୍କ ହାଡ ଦୁର୍ବଳ ହୋଇଯାଇଥାଏ। କ୍ୟାଲସିୟମ ସହ ହାଡ ମଜବୁତ୍‌ ପାଇଁ ଭିଟାମିନ୍‌ ଏ ଏବଂ କେ ମଧ୍ୟ ଲାଭକାରୀ ହୋଇଥାଏ। ଏଥିସହ ଆପଣ ପୋଟାସିୟମ ଏବଂ ଜିଂକ୍‌ ଥିବା ଖାଦ୍ୟ ମଧ୍ୟ ସେବନ କରିପାରିବେ।

ହାଡ ମଜବୁତ୍‌ କରିବା ପାଇଁ ଆପଣ ପ୍ରତ୍ୟେକ ଦିନ ପିସ୍ତା ବାଦାମ ଖାଆନ୍ତୁ। ଗୋଟିଏ ମୁଠା ବାଦାମରେ ୭୫ ଗ୍ରାମରୁ ଅଧିକ କ୍ୟାଲସିୟମ ରହିବା ସହ ପୋଟାସିୟମ ଏବଂ ପ୍ରୋଟିନ ମଧ୍ୟ ରହିଥାଏ। ହାଡକୁ ମଜବୁତ୍‌ ରଖିବା ପାଇଁ ଆପଣ ବିନ୍ସ ଡାଲି ମଧ୍ୟ ସେବନ କରିପାରିବେ। କାରଣ ଏଥିରେ ପ୍ରଚୁର ମାତ୍ରାରେ କ୍ୟାଲସିୟମ ଏବଂ ମ୍ୟାଗ୍ନେସିୟମ ରହିଥାଏ।

ଏଥିସହ ବ୍ରୋକଲୀ ମଧ୍ୟ ହାଡ ମଜବୁତ୍‌ ରଖିବାରେ ସାହାଯ୍ୟ କରିଥାଏ। କାରଣବ୍ରୋକଲୀରେ ପ୍ରଚୁର ମାତ୍ରାରେ କ୍ୟାଲସିୟମ ରହିଥାଏ। ଏହାବ୍ୟତୀତ ହାଡ ମଜବୁତ୍‌ ରଖିବା ପାଇଁ ଆପଣ କାଜୁ, ବାଦାମ ଏବଂ ମାଛ ମଧ୍ୟ ଖାଇ ପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button