ସ୍ୱାସ୍ଥ୍ୟ

ଉଚ୍ଚ ରକ୍ତଚାପ ଏବଂ କୋଲେଷ୍ଟ୍ରଲ ପାଇଁ ଅତି ଲାଭକାରୀ ଟମାଟ ଜୁସ୍

ବର୍ତ୍ତମାନ ଅଧିକାଂଶ ଲୋକମାନଙ୍କର ଉଚ୍ଚ ରକ୍ତଚାପ ଓ କୋଲେଷ୍ଟ୍ରଲ ସମସ୍ୟା ଦେଖାଯାଇଥାଏ। କିନ୍ତୁ ଏହି ସମସ୍ୟାରେ ପିଡ଼ିତ ଥିବା ଲୋକମାନେ ବିନା ଲୁଣ ଟମାଟ ଜୁସ୍ ପିଇବା ଲାଭକାରୀ ହୋଇଥାଏ। ଏହା ବ୍ୟତୀତ ଟମାଟ ଜୁସ୍ ହ ଦ ରୋଗ ସମ୍ବନ୍ଧିତ ସମସ୍ୟା ମଧ୍ୟ କମ କରିବାରେ ସାହାଯ୍ୟ କରିଥାଏ। ‘ଫୁଡ୍ ସାଇନ୍ସ ଏବଂ ନ୍ୟୁଟ୍ରିଏସନ’ର ଏକ ରିସର୍ଚ୍ଚରୁ ଜାଣିବାକୁ ମିଳିଛି ପାଖାପାଖି ୧୮୪ ଜଣ ପୁରୁଷ ଏବଂ ୨୯୭ ଣ ମହିଳାଙ୍କୁ ବିନା ଲୁଣରେ ଟମାଟ ଜୁସ୍ ଦିଆଯାଇଥିଲା। ଏହି ଅଧ୍ୟୟନର ଶେଷରେ ଉଚ୍ଚ ରକ୍ତ ଚାପରେ ପିଡ଼ିତ ଥିବା ଲୋକମାନଙ୍କର ୯୪ ପ୍ରତିଶତ ସମସ୍ୟା କମ ହୋଇଯାଇଛି। ଜାପାନର ଟୋକିୟୋ ମେଡିକାଲ ଏବଂ ଡେଣ୍ଟାଲ ୟୁନିଭରସିଟିର ଅନୁସନ୍ଧାନରୁ ମଧ୍ୟ ଜାଣିବାକୁ ମିଳିଛି କୋଲେଷ୍ଟ୍ରଲରେ ପିଡିତ ଥିବା ବ୍ୟକ୍ତିମାନଙ୍କର ଏହି ଜୁସ୍ ପିଇବା ଦ୍ବାରା କୋଲେଷ୍ଟ୍ରଲ କମ ହୋଇଛି। ଏହା ବ୍ୟତୀତ ଏହି ବ୍ୟକ୍ତିମାନେ ସାଂସ ଖାଇବା ଅନୁଚିତ। କାରଣ ମାଂସ ଖାଇବା ଦ୍ବାରା ଏହି ମସସ୍ୟା ଆହୁରି ବଢିଯାଇଥାଏ।

Tomato juiceଟମାଟ ଜୁସ୍ ରେ ଭିଟାମିନ-ସି, ବାୟୋଲୋଜିକାଲ ସୋଡିୟମ, ଫସଫରସ, କ୍ୟାଲସିୟମ, ପୋଟାସିୟମ ଏବଂ ସଲଫର ଅଦିକ ମାତ୍ରାରେ ରହିଥାଏ। ଯାହା ସ୍ବାସ୍ଥ୍ୟ ସମ୍ବନ୍ଧିୟ ଅନେକ ସମସ୍ୟା କମ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଏହି ଜୁସ୍ ରେ ଥିବା ପୋଷକ ତତ୍ତ୍ବ କ୍ୟାନ୍ସର ଭଳି ଭୟଙ୍କର ରୋଗକୁ ମଧ୍ୟ କମ କରିବାରେ ସାହାଯ୍ୟ କରିଥାଏ। ଏଥିସହ ଇମ୍ୟୁନ ସିଷ୍ଟମକୁ ମଧ୍ୟ ମଜବୁତ କରିଥାଏ, ଯେଉଁଥିରେ ଶରୀରରେ କୌଣସି ପ୍ରକାର ସଂକ୍ରମଣ ହେବାର ଭୟ ରହିନଥାଏ। ଏହା ବ୍ୟତୀତ ଟମାଟ ଜୁସ୍ ରେ ଥିବା କେମିକାଲ ମାଂସପେଶୀରେ ଦେଖାଯାଉଥିବା ସମସ୍ୟାକୁ ମଧ୍ୟ କମ କରିବାରେ ସାହାଯ୍ୟ କରିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button