ଦେଶ ବିଦେଶ

ମାତ୍ର ୧୫ ଦିନରେ ଦୂର ହେବ ମୁହଁରେ ଥିବା କଳାଦାଗ, ଜାଣନ୍ତୁ କେମିତି

ଆପଣ ଯେତେ ସୁନ୍ଦର ହୋଇଥାନ୍ତୁ ନା କାହିଁକି ମୁହଁରେ ସାମାନ୍ୟ କଳା ଦାଗ ଆପଣଙ୍କୁ ଅସୁନ୍ଦର କରିଦିଏ। ବ୍ରଣ ଜନିତ କଳାଦାଗ ଆପଣଙ୍କ ଚେହେରାକୁ ଅସୁନ୍ଦର କରିଥାଏ। ତେଣୁ କଳାଦାଗ ଦୂର କରିବା ପାଇଁ ମହିଳାମାନେ ଅନେକ ପ୍ରକାର ବିୟୁଟି ଟିପ୍ସ ଆପଣାଇଥାନ୍ତି । କିନ୍ତୁ ବେଳେବେଳେ ଏହା ଆପଣଙ୍କ ସମସ୍ୟାକୁ କମାଇବା ସହିତ ଓଲଟି ବଢ଼ାଇ ଦେଇଥାଏ।

ଏଥିପାଇଁ ଆମେ ଆପଣଙ୍କ ପାଇଁ କିଛି ପ୍ରାକୃତିକ ଉପଚାର ନେଇ ଆସିଛୁ। ଏହି ପ୍ରାକୃତିକ ଉପାୟକୁ ଆପଣେଇ ଆପଣ ଏହି କଳାଦାଗ ସମସ୍ୟାକୁ ସବୁଦିନ ପାଇଁ ଦୂରେଇ ପାରିବେ। ଏହି ଉପାୟର ମାତ୍ର ୧୫ ଦିନ ମଧ୍ୟରେ ଆପଣ ଏହାର ପ୍ରଭାବ ଜାଣିପାରିବେ। ତାହେଲେ ଆସନ୍ତୁ ଜାଣିବା କେମିତି

-୧୦-୧୫ଟି ତୁଳସୀ ପତ୍ର ରସରେ ଏକ ଚାମଚ ଲେମ୍ବୁ ରସ ମିଶାନ୍ତୁ । ସେଥିରେ ଏକ ଚାମଚ ବେସନ ମିଶାଇ ଏକ ଗାଢା ପେଷ୍ଟ୍ ପ୍ରସ୍ତୁତ ବନାନ୍ତୁ ।

-ଏହାକୁ ପ୍ରତିଦିନ ସକାଳେ ଓ ରାତିରେ ଚେହେରାରେ ବା ଯେଉଁଠି କଳା ଦାଗ ହୋଇଛି ସହି ସ୍ଥାନରେ ଲଗାଇ ଦିଅନ୍ତୁ । ଲଗାଇବା ପରେ ଏହାକୁ ଅଧଘଣ୍ଟାରୁ ୪୫ ମିନିଟ୍ ରଖନ୍ତୁ ।

-ତା’ପରେ ଚେହେରା ଧୋଇବା ପାଇଁ କୌଣସି ସାବୁନ୍ କିମ୍ବା ଫେସୱାସ୍ ବ୍ୟବହାର କରନ୍ତୁ ନାହିଁ ।

-ଆପଣଙ୍କୁ ଜଣାଇବାକୁ ଚାହିଁବୁ ଲେମ୍ବୁ ରସ ପ୍ରାକୃତିକ କ୍ଲିନଜିଂ ଭାବେ କାମ କରିଥାଏ । ଏହି ଉପାୟ ଆପଣାଇ କଳାଦାଗରୁ ମୁକ୍ତି ପାଆନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button