ମନୋରଞ୍ଜନ

ଜାଣନ୍ତୁ ହୋଲିରେ କେମିତି ପାଇବେ ଫ୍ୟାସନେବଲ ଲୁକ୍ ଏବଂ କେମିତି କରିବେ କପଡାର ଠିକ ଚୟନ

ହୋଲିରେ ରଙ୍ଗ ଦ୍ବାରା ନା କେବଳ କେଶ ଏବଂ ତ୍ବଚା ଖରାପ ହୋଇଥାଏ ବରଂ କପଡା ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡିଥାଏ। କପଡାରେ ରଙ୍ଗ ଲାଗିଗଲେ ଏହାକୁ ଛଡାଇବା ପାଇଁ ସମସ୍ୟା ହୋଇଥାଏ ଏବଂ ରଙ୍ଗରେ ଥିବା କେମିକାଲ କାରଣରୁ କପଡା ଖରାପ ମଧ୍ୟ ହୋଇଯାଇଥାଏ। ଏମିତିରେ ଜରୁରୀ ଅଟେ ହୋଲିରେ ଠିକ ପୋଷାକର ଚୟନ।

-ହୋଲିରେ ରଙ୍ଗଠାରୁ ଦୂରେଇ ରହିବା ପାଇଁ ପୁରୁଣା ପୋଷାକ ପିନ୍ଧନ୍ତୁ ଯାହାଦ୍ବାରା କପଡା ଖରାପ ହେଲେ ଦୁଃଖ ଲାଗିନଥାଏ। ସବୁ ପର୍ବରେ ଟ୍ରାଡିସନାଲ କିମ୍ବା ଏଥିନିକ ଲୁକ ଭଲ ଲାଗିଥାଏ। ଏଥିପାଇଁ ଆପଣ ହୋଲିରେ ଏଥିନିକ ଥୀମ ରଖିପାରିବେ ଏବଂ ନିଜର ବନ୍ଧୁ-ପରିଜନଙ୍କୁ ମଧ୍ୟ ଟ୍ରାଡିସନାଲ ଏବଂ ଏଥିନିକ ଡ୍ରେସ ପିନ୍ଧିବାକୁ କହିପାରିବେ।

holi -ଆପଣ ଚାହିଁବେ ତ ଏମିତି ଗେଟଅପ ନେଇପାରିବେ ଯେମିତି କୁର୍ତ୍ତା,ଲେଗିଙ୍ଗସ। ଏହାକୁ ପିନ୍ଧିବା ସହିତ ରଙ୍ଗକୁ ଖେଳିବାର ମଜା ଦୁଇଗୁଣା ହୋଇଥାଏ। କୁର୍ତ୍ତା ସହିତ ଆପଣ ସ୍କାର୍ଫ କିମ୍ବା ଚୁନରି ମଧ୍ୟ ପିନ୍ଧିପାରିବେ।

-ହୋଲି ରଙ୍ଗର ପର୍ବ ତେଣୁ କାହିଁକି କପଡା ସହିତ ଆପର ଏକ୍ସପେରିମେଣ୍ଟ କରିବେ। ହୋଲିରେ ଆପଣ ସାଲୱାର କିମ୍ବା ୱେଷ୍ଟର୍ଣ୍ଣ ଆଉଟଫିଟ୍ ପିନ୍ଧିପାରିବେ।

holi-କପଡା ସହିତ ଏହା ଜାଣିବା ମଧ୍ୟ ଜରୁରି ଯେ କେଉଁ ଫେବ୍ରିକ ଭଲ ରହିବ। କଟନ ଫେବ୍ରିକ୍ ହୋଲି ଖେଳିବା ପାଇଁ ସବୁଠୁ ଠିକ ବୋଲି କୁହାଯାଏ। ଯେତେ ଗରମ କିମ୍ବା ଖରା ହେଲେ କଟନ କପଡା ଆପଣଙ୍କୁ ଆରାମ ଦେଇଥାଏ।

-ଷ୍ଟାଇଲିଷ୍ଟ ଦେଖିବା ପାଇଁ ଚାହୁଁଥିଲେ ଆପଣ ଟପ୍ କିମ୍ବା କୁର୍ତ୍ତାକୁ ପାଲାଜୋ ସହିତ ପିନ୍ଧି ପାରିବେ। ଆଜିକାଲି କୁର୍ତ୍ତା ସହିତ ଧୂତି ପ୍ୟାଣ୍ଟ ବହୁତ ଭଲ ଟ୍ରେଣ୍ଡ ନେଉଛି।

-ସାଢ଼ୀ ହୋଲିରେ ପିନ୍ଧିବା ପାଇଁ ସବୁଠାରୁ ଭଲ ପରିଧାନ ଅଟେ। ସାଢ଼ୀରେ ଆପଣ ବହୁତ ଭଲ ଲୁକ୍ ପାଇପାରିବେ। କିନ୍ତୁ ଧ୍ୟାନ ରଖିବାକୁ ପଡିବ ଯେ ଆପଣଙ୍କୁ ସାଢ଼ୀ ଠିକ ଭାବରେ କ୍ୟାରୀ କରିବାକୁ ପଡିବ ତାହେଲେ ଯାଇ ଆପଣ ଭଲ ଲୁକ୍ ପାଇପାରିବେ। ସାଢ଼ୀରେ ବହୁତ ସାବଧାନ ନେବାକୁ ହେବ କାରଣ ଓଦା ହେଇଗଲେ ଏହା ଆପଣଙ୍କ ଶରୀରରେ ଲାଗି ହୋଇ ରହିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button