ଆଜି ରଜ ସଂକ୍ରାନ୍ତିରେ ପିଲାକୁ ବନାଇ ଖୁଆନ୍ତୁ ଟେଷ୍ଟୀ କ୍ରିସପି ବ୍ରେଡ୍ ଚିଜ୍ ବଲ୍

ପିଲାମାନେ ସବୁବେଳେ କିଛି ନୂଆ ଖାଇବାକୁ ଡିମାଣ୍ଡ କରିଥାନ୍ତି। ତେବେ ଆପଣ ଏଥିପାଇଁ ଚିନ୍ତା କରିବାର ଆବଶ୍ୟକତା ନାହିଁ। ସଂଧ୍ୟାରେ ନିଜ ପିଲାଙ୍କ ପାଇଁ ଏହାକୁ ନିଶ୍ଚୟ ବନାନ୍ତୁ। ଏହାସହିତ ଏହାକୁ ପ୍ରସ୍ତୁତ କରିବା ପାଇଁ ସମୟ ମଧ୍ୟ ବହୁତ କମ୍ ଲାଗିଥାଏ।
ଆବଶ୍ୟକୀୟ ସାମଗ୍ରୀ
ମୋଜରେଲା ଚିଜ୍ – ୧ କପ୍
ସିଝା ଆଳୁ ଚକଟା ହୋଇଥିବା – ୧-୨ ଆଳୁ
ସ୍ବିଟ କର୍ଣ୍ଣ – ୧/୨ କପ୍
ଆରୋରୁଟ୍ – ଏକ ଚାମଚ
କଳା ମରୀଚ ପାଉଡର – ୧/୨ ଛୋଟ ଚାମଚ
ଚାଟ ମସଲା – ୧/୨ ଛୋଟ ଚାମଚ
ଲୁଣ – ସ୍ବାଦାନସାରେ
ମଇଦା ପେଷ୍ଟ – ୨ ବଡ ଚାମଚ
ବ୍ରେଡ ଗୁଣ୍ଡ – ୧ କପ୍
ତେଲ – ଅବଶ୍ୟକ ଅନୁସାରେ
କ୍ରିସପି ଚିଜ୍ ବଲ୍ସ ପ୍ରସ୍ତୁତ କରିବାର ଉପାୟ
-ସର୍ବପ୍ରଥମେ ଏକ ପାତ୍ରରେ ମୋଜରେଲା ଚିଜ୍, ସ୍ବିଟ୍ କର୍ଣ୍ଣ, ଏକ ଚାମଚ ଆରୋରୁଟ, ଆଳୁ, ଚାଟ ମସଲା, କଳା ମରୀଚ ଏବଂ ଲୁଣ ମିଶାଇ ଭଲ ଭାବେ ମିଶାନ୍ତୁ।
-ଏବେ ଏହି ମିଶ୍ରଣର କିଛି ଅଂଶ ନେଇ ଲେମ୍ବୁ ଆକାରରେ ଗୋଲ କରିଦିଅନ୍ତୁ ଏବଂ ପରେ ଏହାକୁ ଆରୋରୁଟ ସହିତ ମିଶାଇ କୋଟିଂ କରନ୍ତୁ।
-ଏହାପରେ ଏହାକୁ ମଇଦା ପେଷ୍ଟରେ ବୁଡାଇ ବ୍ରେଡ ଗୁଣ୍ଡରେ କୋଟିଂ କରନ୍ତୁ।
-ଏହିପରି ପ୍ରସ୍ତୁତ କରିଥିବା ବଲକୁ ୩୦ ମିନିଟ ପର୍ୟ୍ୟନ୍ତ ଫ୍ରିଜରେ ରଖିଦିଅନ୍ତୁ।
-ଏବେ କଡାଇରେ ତେଲ ଗରମ କରନ୍ତୁ। ଏହା ଗରମ ହେବା ପରେ ସେଥିରେ ବଲକୁ ପକାଇ ଧିମା ଆଞ୍ଚରେ ସୁନେଲୀ ରଙ୍ଗ ହେବା ଯାଏଁ ଫ୍ରାଇ କରନ୍ତୁ।
-ଏକ ପ୍ଲେଟରେ ଟିସୁ ପେପର ରଖି ସେଥିରେ ଆପଣ ଏହାକୁ ବାହାର କରିଦିଅନ୍ତୁ। ତେଲ ବାହାର ହୋଇଗଲା ପରେ ଆପଣ ଏହି ବଲକୁ ଆପଣଙ୍କ ପିଲାକୁ ଗରମାଗରମ କର୍ଣ୍ଣ ଚିଜ୍ ବଲ୍ସ ସର୍ଭ କରନ୍ତୁ।



