ବିଚାର

ଭୁଲରେ ବି ଗରମ ଦିନରେ ଏହିଭଳି ଜିନିଷର କରନ୍ତୁ ନାହିଁ ବ୍ୟବହାର, ରଖନ୍ତୁ ଧ୍ୟାନ

ଗରମ ଦିନରେ ଖାଦ୍ୟ ପାନୀୟକୁ ନେଇ ସାବଧାନ ରଖିବା ଜରୁରୀ। ଅଧିକ ତାପମାତ୍ରା ଥିବାରୁ ଏହି ସମୟରେ ଖାଦ୍ୟ ମଧ୍ୟ ଶୀଘ୍ର ଖରାପ ହୋଇଯାଇଥାଏ। ସେଥିରୁ ବିଭିନ୍ନ ସମସ୍ୟା ଏବଂ ରୋଗ ଦେଖାଦେଇଥାଏ।

-ଗରମ ଦିନରେ ଛଣାଛଣି, ତେଲ ମସଲା ଜାତୀୟ ଖାଦ୍ୟ ଖାଆନ୍ତୁ ନାହିଁ। ଏହାଛଡ଼ା ଫ୍ରିଜରେ ୨-୩ ଦିନ ଧରି ରଖାଯାଇଥିବା ଖାଦ୍ୟ ଅଧିକ ପରିମାଣରେ ଖାଆନ୍ତୁ ନାହିଁ। ଫଳରେ ଦେହ ଖରାପ ହେବାର ଆଶଙ୍କା ଅଧିକ ଥାଏ।

-କିଛି ଲୋକ କ୍ଷୀରକୁ ଫ୍ରିଜରେ ରଖି ୨-୩ ଧରି ବ୍ୟବହାର କରନ୍ତି। ଏପରି କରିବା ଅନୁଚିତ୍। ଯଦି ଆପଣ ତାଜା କ୍ଷୀର ଆଣୁଛନ୍ତି ତା’ ହେଲେ ଥରେ ଗରମ କରିବା ପରେ ତାକୁ ସେହିଦିନ ଶେଷ କରି ଦିଅନ୍ତୁ। ପ୍ୟାକେଟ୍ କ୍ଷୀର ଆଣୁଥିଲେ ଏକ୍ସପାୟରୀ ଡେଟ୍ ପୂର୍ବରୁ ତାକୁ ବ୍ୟବହାର କରନ୍ତୁ।

milk-ଡାକ୍ତରଙ୍କ କହିବା ଅନୁସାରେ ଗରମ ଦିନରେ ୪-୫ ଘଣ୍ଟା ପୂର୍ବରୁ ତିଆରି ହୋଇଥିବା ଖାଦ୍ୟକୁ ଖାଇବା ଅନୁଚିତ୍। ଏହାଦ୍ୱାରା ଫୁଡ୍ ପଏଜନିଂ ହେବାର ଆଶଙ୍କା ରହିଥାଏ। କାରଣ ଏହି ସମୟରେ ବାୟୁମଣ୍ଡଳରେ ତାପମାତ୍ରା ଅଧିକ ଥିବାରୁ ବ୍ୟାକ୍ଟେରିଆ ଶୀଘ୍ର ଉତ୍ପନ୍ନ ହୋଇଥାନ୍ତି। ୫ରୁ ୬୦ ଡିଗ୍ରୀ ସେଲସିୟସ୍ ମଧ୍ୟରେ ଏହି ବ୍ୟାକ୍ଟେରିଆ ଶୀଘ୍ର ବୃଦ୍ଧି ହୋଇଥାନ୍ତି।

-ଏପରିକି ଘଣ୍ଟାକୁ ଏହି ବ୍ୟାକ୍ଟେରିଆ ୨-୩ ଗୁଣା ବୃଦ୍ଧି ହୋଇ ଯାଇଥାନ୍ତି, ଯାହାଦ୍ୱାରା ଖାଦ୍ୟ ବିଷାକ୍ତ ହୋଇଥାଏ। ଏଭଳି ଖାଦ୍ୟକୁ ଖାଇଲେ ଝାଡ଼ା, ବାନ୍ତି ଓ ପେଟ କାଟିବା ଭଳି ସମସ୍ୟା ଦେଖାଦିଏ।

-ଏହାଛଡ଼ା ସାଲାଡ୍ ଓ ଫଳକୁ ଖାଇବା ସମୟରେ ହିଁ କାଟିବା ଆବଶ୍ୟକ। ନହେଲେ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ। ତେଣୁ ଯେତେବେଲେ ଫଳ ଖାଇବେ ସେତେବେଳେ ହିଁ ଫଳ କାଟନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button