ବିଚାର

ମଧୁମେହ (diabetes) ରୋଗୀଙ୍କ ପାଇଁ ବିଷ ସମାନ ହୋଇଥାଏ ଏହି ସବୁ ଖାଦ୍ୟ, ଆଜି ହିଁ ଖାଇବା ଛାଡି ଦିଅନ୍ତୁ ନଚେତ ଭୋଗିବେ ଭୟଙ୍କର ପରିଣାମ

ମଧୁମେହ ବା ଡାଇବେଟିସ ଏକ ଏମିତି ରୋଗ ଯାହା ଆମ ଶରୀରରେ ନାନା ପ୍ରକାର ରୋଗର କାରଣ ହୋଇଥାଏ । ତେଣୁ ଡାଇବେଟିସକୁ ନିୟନ୍ତ୍ରଣରେ ରଖିବା ନିହାତି ଆବଶ୍ୟକ ଅଟେ । ଏହି ରୋଗକୁ ସଂପୂର୍ଣ୍ଣ ଭାବେ ଭଲ କରିବା ଅସମ୍ଭବ ଅଟେ । କିନ୍ତୁ ଜୀବନ ପ୍ରଣାଳୀ ଏବଂ ଖାଦ୍ୟପେୟରେ ପରିବର୍ତ୍ତନ କରି ଡାଇବେଟିସକୁ ସହଜରେ ନିୟନ୍ତ୍ରଣରେ ରଖାଯାଇ ପାରିବ । ଆଜି ଆମେ ଆପଣଙ୍କୁ ଏପରି କିଛି ଖାଦ୍ୟ ବିଷୟରେ କହିବୁ ଯାହା ଡାଇବେଟିସ ରୋଗୀଙ୍କ ପାଇଁ ବି-ଷ ସଦୃଶ ହୋଇଥାଏ ।

ଡାଇବେଟିସ ଥିଲେ ଆଳୁ ଖାଇବା ଉଚିତ ନୁହେଁ । କାରଣ ଆଳୁରେ କାର୍ବୋହାଇଡ୍ରେଟ ବା ଶ୍ଵେତସାରର ମାତ୍ର ଅଧିକ ଥାଏ । ଏହା ଶୀଘ୍ର ହଜମ ହୋଇ ଆମ ରକ୍ତରେ ଶର୍କରାର ମାତ୍ରାକୁ ବଢାଇ ଦିଏ । ଆଳୁ ବ୍ଯତୀତ ଆଳୁରେ ତିଆରି ଖାଦ୍ୟ ଯଥା ଆଳୁ ଚିପ୍ସ, ଫ୍ରେଞ୍ଚ ଫ୍ରାଇସ ଆଦିରେ କାର୍ବୋହାଇଡ୍ରେଟର ମାତ୍ରା ଅଧିକ ଥାଏ । ଏହାକୁ ଅଧିକ ସମୟ ତେଲରେ ଫ୍ରାଏ କରାଯାଏ ଯାହାଫଳରେ ଏଥିରେ ବିଷାକ୍ତ ପଦାର୍ଥର ମାତ୍ରା ବଢିଯାଏ । ଯାହା ହୃଦରୋଗ ଏବଂ କ୍ୟାନ୍ସରର କାରଣ ହୋଇଥାଏ ।

ଦ୍ବିତୀୟରେ ହେଉଛି ମଇଦା ତିଆରି ସମସ୍ତ ଖାଦ୍ୟ ଯଥା ଧଳା ପାଉଁରୁଟି, ପାସ୍ତା, ବିସ୍କୁଟ ଏବଂ ଟୋଷ୍ଟ ଡାଇବେଟିସ ରୋଗୀଙ୍କ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ । ମଇଦାରେ ରିଫାଇଣ୍ଡ କାର୍ବୋହାଇଡ୍ରେଟର ମାତ୍ରା ଅଧିକ ଥାଏ । ଏହାକୁ ରିଫାଇଣ୍ଡ କରିବା ପ୍ରକ୍ରିୟାରେ ଏଥିରେ ଫାଇବାରର ମାତ୍ରା ଖୁବ କମିଯାଏ । ଏହା ମଧ୍ୟ ଶୀଘ୍ର ହଜମ ହୋଇ ସୁଗାରରେ ପରିଣତ ହୋଇଯାଏ । ବଜାରରେ ମିଳୁଥିବା ସମସ୍ତ ତେଲଜାତୀୟ ଖାଦ୍ଯ ପ୍ରତ୍ଯକ୍ଷ ଭାବେ ଆମ ରକ୍ତରେ ସୁଗାର ସ୍ତର ନ ବଢାଉଥିଲେ ମଧ୍ୟ ଏହା ଆମ ଭଲ କୋଲେଷ୍ଟେରୋଲ ସ୍ତରକୁ କମ କରି ରକ୍ତରେ ଇନସୁଲିନକୁ ଅକାମି କରି ଦିଏ ।

ତେଲକୁ ବାରମ୍ବାର ଗରମ କରିବା ଯୋଗୁଁ ଏଥିରେ ଟ୍ରାଂସଫେଡର ମାତ୍ର ବଢିଯାଏ । ଯାହା ଆମ ଶରୀର ପାଇଁ ଖୁବ କ୍ଷତିକାରକ ଅଟେ । ତେଣୁ ଡାଇବେଟିସ ରୋଗୀ ବଜାରରେ ମିଳୁଥିବା ତେଲଜାତୀୟ ଖାଦ୍ୟ ଖାଇବା ଉଚିତ ନୁହେଁ । ଡାଇବେଟିସ ରୋଗୀଙ୍କୁ ମୃଦୁ-ପାନୀୟ ଆଦୌ ପିଇବା ଉଚିତ ନୁହେଁ । ବଜାରରେ ମିଳୁଥିବା ସମସ୍ତ ପ୍ରକାର ମୃଦୁ-ପାନୀୟରେ ଶର୍କରା ଏବଂ କାର୍ବୋହାଇଡ୍ରେଟ ରହିଥାଏ । ଏହି ସମସ୍ତ ପାନୀୟ ମଧ୍ୟ ରକ୍ତରେ ସୁଗାର ସ୍ତର ବଢାଇବା ସହ ଇନସୁଲିନକୁ ଅକାମୀ କରି ଦିଅନ୍ତି । ଏଥିରେ ଥିବା ଫ୍ଲୁଟୋଜ ରକ୍ତନଳୀ ଏବଂ ପେଟରେ ଖରାପ କୋଲେଷ୍ଟେରୋଲକୁ ଜମା କରିଥାଏ । ଯାହା ହୃଦରୋଗର କାରଣ ହୋଇଥାଏ ।

ଫୃଟ ଜୁସରେ ମଧ୍ୟ ଫୃଟ ସୁଗାର ଅଧିକ ମାତ୍ରାରେ ରହିଥାଏ ଯାହା ରକ୍ତରେ ସୁଗାର ମ୍ଯାଟରକୁ ବୃଦ୍ଧି କରେ । ଏକ ଗବେଷଣାରୁ ଜଣା ପଡିଛି, ପ୍ରତିଦିନ ଫୃଟ ଜୁସ ପିଉଥିବା ଲୋକଙ୍କୁ ଡାଇବେଟିସ ହେବାର ମାତ୍ରା ୧୮ ପ୍ରତିଶତ ବଢିଯାଏ । ସେହିପରି ଅଙ୍ଗୁରୁକୁ ମଧ୍ୟ ଶୁଖାଇ କିସମିସ ତିଆରି କରିବା ପ୍ରକ୍ରିୟାରେ ଏଥିରୁ ପାଣି ଶୁଖିଯାଏ । ଗବେଷଣାରୁ ଜଣାପଡିଛି କି ଗୋଟିଏ କପ୍ କଞ୍ଚା ଅଙ୍ଗୁରୁରେ ୨୭ଗ୍ରାମ କାର୍ବୋହାଇଡ୍ରେଟ ଥିବା ବେଳେ ଗୋଟିଏ କପ୍ କିସମିସରେ ୧୧୫ଗ୍ରାମ କାର୍ବୋହାଇଡେଟ ରହିଥାଏ ।

ତେଣୁ ଏହା ମଧ୍ୟ ଡାଇବେଟିସକୁ ବଢାଇଥାଏ । ସେହିପରି ଧଳା ଭାତ, ରେଡ ମିଟ (red meat) ଏବଂ ବଜାରରେ ପ୍ଯାକେଟର ମିଳୁଥିବା ଶସ୍ଯ ଯଥା କର୍ଣ୍ଣ ଫ୍ଲେକ୍ସ ଆଦି ଖାଇବା ମଧ୍ୟ ଉଚିତ ନୁହେଁ । ଏହି ସବୁ ଖାଦ୍ଯ ମଧ୍ୟ ଡାଇବେଟିସ ରୋଗୀଙ୍କ ପାଇଁ ବିଷ ସଦୃଶ ହୋଇଥାଏ । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button