ବିଚାର

Vastu Tips- ନିଜେ ମା ଲକ୍ଷ୍ମୀ ଦେଇଛନ୍ତି ବରଦାନ, ଯିଏ ବି ଏହି ସମୟରେ ଘରେ ଲଗାଇଥାଏ ଝାଡୁ, ତାର ଘରକୁ ଧନ ଦୌଲତ ରେ ଭରି ଦିଅନ୍ତି ମା ଲକ୍ଷ୍ମୀ

ବନ୍ଧୁଗଣ ମାତା ଲକ୍ଷ୍ମୀ ଙ୍କ କୃପା ସମସ୍ତେ ପାଇବା ପାଇଁ ବହୁତ ପୂଜା ଅର୍ଚ୍ଚନା କରିଥାନ୍ତି । ହିନ୍ଦୁ ଶାସ୍ତ୍ରରେ ଏମିତି ଏକ ଶୁଭ ସମୟ ବିଷୟରେ କୁହାଯାଇଛି କି ଯେଉଁ ବ୍ୟକ୍ତି ଏହି ସମୟରେ ଘରେ ଝାଡୁ ଲଗେଇଥାଏ ତାହାର ଘରେ ମାତା ଲକ୍ଷ୍ମୀ ଙ୍କ କୃପା ଦୃଷ୍ଟି ରହିଥାଏ ଏବଂ ଘରେ ସୁଖ ସମୃଦ୍ଧି ର ଆଗମନ ହୋଇଥାଏ । ଶାସ୍ତ୍ରରେ ଏହା ମଧ୍ୟ ବର୍ଣ୍ଣନା କରାଯାଇଛି କି ଝାଡୁ ହେଉଛି ମାତା ଲକ୍ଷ୍ମୀ ଙ୍କ ଦିତୀୟ ରୂପ । ଯେଉଁ ଘରେ ଏହି ସମୟରେ ଝାଡୁ ଲଗା ଯାଇଥାଏ ସେହି ଘରେ ସ୍ଵୟଂ ମାତା ଲକ୍ଷ୍ମୀ ବାସ କରିଥାନ୍ତି । ତେବେ ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ ବିଷୟ ବସ୍ତୁ ।

ବନ୍ଧୁଗଣ ସକାଳର ସମୟ ବ୍ରହ୍ମସମୟ ବୋଲି କୁହାଯାଇଥାଏ । ଏହି ସମୟରେ ଦେବତା ମାନେ ଭ୍ରମଣ କରିବାକୁ ବାହାରିଥାନ୍ତି । ତେଣୁ ଏହି ସମୟରେ ଯେଉଁବି ବ୍ୟକ୍ତି ନିଜର ଘର ଝାଡୁ କରି ସଫା କରିଥାନ୍ତି ସେହି ଘରେ ମାତା ଲକ୍ଷ୍ମୀ ଙ୍କ କୃପା ରହିଥାଏ । ଘରେ ସୁଖ ଶାନ୍ତି ଓ ଧନ ଦୌଲତରେ ଭରି ରହିଥାଏ । ଏହା ସହ ମାତା ଲକ୍ଷ୍ମୀ ନିଜେ ଆପଣଙ୍କ ଘରେ ବାସ କରିଥାନ୍ତି । ଏହି ସମୟରେ ଯେଉଁ ନାରୀ ଘର ଝାଡୁ କରିଥାଏ ତ ଜୀବନରେ ସୁଖ ଆସିଥାଏ ।

ବନ୍ଧୁଗଣ ଅନ୍ଧାର ହୋଇଯିବା ପରେ କେବେ ମଧ୍ୟ ଭୁଲରେ ବି ନିଜ ଘରେ ଝାଡୁ କରନ୍ତୁ ନାହିଁ ଏହା ଦ୍ୱାରା ମାତା ଲକ୍ଷ୍ମୀ ଙ୍କ ଅପମାନ ହୋଇଥାଏ ଯାହା ଦ୍ଵାରା ମାତା ଲକ୍ଷ୍ମୀ ରଷ୍ଟ ହୋଇଥାନ୍ତି ଏବଂ ଆପଣଙ୍କ ଘରୁ ଚାଲିଯାଇଥାଆନ୍ତି । ଏହି ସମୟରେ ଝାଡୁ ଲଗାଇବା ଦ୍ୱାରା ଘରେ ସବୁବେଳେ ଅଶାନ୍ତି ଲାଗି ରହିଥାଏ । ଅର୍ଥ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ । ତେଣୁ କେବେବି ରାତ୍ର ସମୟରେ ଝାଡୁ ଲଗାନ୍ତୁ ନାହିଁ ।

ବନ୍ଧୁଗଣ ଯଦି ଆପଣ ସ୍ୱପ୍ନରେ ଝାଡୁ ଧରିଥିବାର ଦେଖୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ବହୁତ ଶୁଭ ହୋଇଥାଏ । ଏହା ମାତା ଲକ୍ଷ୍ମୀ ଙ୍କ ବରଦାନ ହୋଇଥାଏ । ଆପଣଙ୍କୁ ଖୁବ ଶୀଘ୍ର ସଫଳତା ମିଳିବାର ସମ୍ଭାବନା ରହିଥାଏ । ଆପଣଙ୍କ ସମସ୍ତ ଦୁଃଖ କଷ୍ଟ ସ୍ଵୟଂ ମା ଲକ୍ଷ୍ମୀ ଦୂର କରିଥାନ୍ତି । ଆପଣଙ୍କୁ କେବେ ମଧ୍ୟ କୌଣସି ଜିନିଷର ଅଭାବ ହୋଇନଥାଏ । ତେବେ ବନ୍ଧୁଗଣ ମାତା ଲକ୍ଷ୍ମୀ ଙ୍କ କୃପା ଲାଭ କରିବା ପାଇଁ କମେଣ୍ଟ ରେ ଲେଖନ୍ତୁ ଜୟ ମା ଲକ୍ଷ୍ମୀ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button