ବିଚାର

ଥରି ଉଠିଲା ମାଟି, ଫାଟିଗଲା ଘର… ମାଟି ତଳୁ ବାହାରିଲେ ଠାକୁର, ବିଶ୍ଵାସ ହେଉନଥିଲେ ଦେଖନ୍ତୁ ଏହି Video

ବନ୍ଧୁଗଣ, ସୂଚନା ଅନୁଯାୟୀ ସ୍ଵପ୍ନରେ ମା’ କହୁଥିଲେ ମତେ ଉଦ୍ଧାର କର । ରାତି ୩ ଟାରେ ଥରି ଉଠିଲା ମାଟି । ବିଜୁଳି ଘଡଘଡି ସହିତ ବର୍ଷା ରେ କମ୍ପିଲା ଘର । ଆଖି ଖୋଲିଲା ବେଳକୁ ଫାଟି ଯାଇଥିଲା ଘରର ମାର୍ବଲ । ସଙ୍ଗେ ସଙ୍ଗେ ନିଜ ଘରକୁ ଖୋଳିଦେଲେ ମାଲିକ । ଏବଂ ଘର ତଳୁ ବାହାରିଲା ୧୪ ଟି ପିତଳ ମୂର୍ତ୍ତି । ତେବେ ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ପଡ଼ିଛି ଚହଳ । ତେବେ ଘର ମାଲିକଙ୍କ କହିବ ଅନୁସାରେ, ରାତି ୩ ଟାରେ ଭୂମି ଥରିଲା, ମାଟି ଥରିଲା ଏବଂ ମତେ ସ୍ଵପ୍ନ ହେଲା, ଏହା ସାଙ୍ଗକୁ ଘଡଘଡି ବର୍ଷା ତଥା ବିଜୁଳି ଶବ୍ଦ ହେଲା ।

ଘର ମାଲିକ ଙ୍କ ଗୋଡହାତ ଝିମଝିମ ହେଲା ତଥା କରେଣ୍ଟ ମାରିବା ଭଳି ଅନୁଭବ ହେଲା । ମୁଁ ମା’ ଙ୍କୁ କହିଲି ଯେ ମା’ ମୋତେ ରକ୍ଷାକର । ସାଙ୍ଗେ ସାଙ୍ଗେ ସବୁକିଛି ଥମ ହୋଇଗଲା । ଏବଂ ଖଟ ତଳେ ଥିବା ମର୍ବଲ ଫାଟିଗଲା । ଏହାପରେ ସକାଳେ ଖୋଳିକି ତାଙ୍କୁ ବାହାର କରିଲୁ । ତେବେ ଅଲୌକିକ କୁହନ୍ତୁ କି ଚମତ୍କାର ବେଳେ ବେଳେ ଆଖି ସାମ୍ନା କୁ ଏଭଳି କିଛି ଦୃଶ୍ୟ ଆସୁଛି ଯାହାକୁ ଦେଖିଲେ ଆପଣ କିଛି ସମୟ ପାଇଁ ସ୍ତବ୍ଧ ହୋଇଯିବେ ।

ଏବଂ ଚିନ୍ତା କରିବେ ସତରେ କଣ ଏହା ସମ୍ଭବ । ନଚେତ କଣ ସ୍ଵପ୍ନାଦେଶ ପରେ କିଏ କ’ଣ ନିଜ ଘରକୁ ଖୋଳିଦେଇପାରେ ? ଘାର ମାଲିକଙ୍କୁ ସ୍ଵପ୍ନାଦେଶ ହେବା ପରେ ସେ ନିଜ ଘରକୁ ଖୋଳିପକାଇଥିଲେ । ଏବଂ ଏହାପରେ ସେ ଯାହା ଦେଖିଥିଲେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଗୋଟିଏ କି ଦୁଇଟି ନୁହେଁ ମାଟିତଳୁ ବାହାରିଥିଲା ସମୁଦାୟ ୧୪ ଟି ପିତଳ ମୂର୍ତ୍ତି ।

ଏହି ଘଟଣା ଟି ହେଉଛି କଟକ ଜିଲ୍ଲା ରାଉତିପାଟଣା ନାହାରଙ୍ଗ ଗ୍ରାମ ରୁ ଏହି ୧୪ ଟି ମୂର୍ତ୍ତି ଉଦ୍ଧାର ହୋଇଛି । ଘର ମାଲିକ ଏହା କହିଛନ୍ତି ଯେ ଗୁରୁବାର ଦିନ ସ୍ଵପ୍ନ ହେଲା । ମା’ ଆଦିଶକ୍ତି କହିଲେ ଯେ ମତେ ଉଦ୍ଧାର କର । ମତେ ଉଦ୍ଧାର କର ଏବଂ ଉଦ୍ଧାର କରି ମୋର କର୍ମ କର । ମା’ ସ୍ଵପ୍ନ ରେ କହିଥିଲେ ଯେ ଖଟ ତଳେ ଥିବା ଭୂମି ଭିତରେ ଅଛି ।

ଘର ମାଲିକ ସ୍ଵପ୍ନ ରେ ମା’ ଙ୍କୁ ପଚାରିଲେ ଯେ ସେ ଜାଣିବେ କିଭଳି ଏହାପରେ ମା କହିଲେ ଯେ ତୁ ଖଟତଳ ଦେଖ, ଏବଂ ଖଟତଳ ଦେଖିବା ବେଳକୁ ଫାଟି ଯାଇଥିଲା ଏହାପରେ ସକାଳେ ଘର ମାଲିକ ଖୋଳି ମା’ ଙ୍କୁ ଉଦ୍ଧାର କରିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button