ସ୍ୱାସ୍ଥ୍ୟ

ଦୁର୍ବଳ ଶରୀରକୁ ନେଇ ଚିନ୍ତିତ କି? ଆଜିଠୁ ଡାଏଟ୍‌ ଚାର୍ଟରେ ସାମିଲ କରନ୍ତୁ କ୍ଷୀର ସହ ଏହି ସବୁ ଜିନିଷ

ଆଜିକାଲି ନା କେବଳ ଓଜନ କମାଉଥିବା ବ୍ୟକ୍ତିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି, ବରଂ ଓଜନ ବୃଦ୍ଧି ପାଇଁ ବି ଅନେକ ଲୋକ ଚାହୁଁଛନ୍ତି। ଦୁର୍ବଳପଣ ଯୋଗୁ ସେମାନେ ବି ସେତିକି ଚିନ୍ତିତ ଥାଆନ୍ତି। କାରଣ, ଆବଶ୍ୟକଠାରୁ ଅତ୍ୟଧିକ ଦୁର୍ବଳପଣ ସେମାନଙ୍କ ବ୍ୟକ୍ତିତ୍ୱକୁ ବିଗାଡ଼ି ଦେଇଥାଏ। ଶରୀରକୁ ଶକ୍ତିହୀନ କରିଦେଇଥାଏ। ତେଣୁ ଓଜନ ବଢ଼ାଇବା ପାଇଁ ନିଜ ଡାଏଟ୍‌ ଚାର୍ଟରେ କ୍ୟାଲୋରୀ, ପ୍ରୋଟିନ୍‌, କାର୍ବୋହାଇଡ୍ରେଟ୍‌ ଆଦି ଖାଦ୍ୟ ସାମିଲ କରନ୍ତୁ। ଆଜି ଆପଣଙ୍କୁ ଓଜନ ବୃଦ୍ଧି କରୁଥିବା କିଛି ଖାଦ୍ୟ ବିଷୟରେ କହିବୁ।

w3

୧. କିସ୍‌ମିସ୍‌ ଓ ଅଞ୍ଜିର ଖାଆନ୍ତୁ। ଶୁଖିଲା ଅଞ୍ଜିରର ୬ଟି ଦାନା ଏବଂ ୨୫ରୁ ୩୦ ଗ୍ରାମ କିସ୍‌ମିସ୍‌କୁ ପାଣିରେ ଭିଜାଇ ରାତିସାରା ରଖନ୍ତୁ। ପରଦିନ ଏହାକୁ ପାଣିରୁ ଛାଣି ଦିନକୁ ୨ ଥର ଖାଆନ୍ତୁ। କିଛିଦିନ ଏପରି କଲେ ଆପଣଙ୍କ ଓଜନ ଶୀଘ୍ର ବଢ଼ିଯିବ।

୨. ପ୍ରୋଟିନ୍‌ ଶେକ୍‌ ପିଅନ୍ତୁ। ଏହାଛଡ଼ା ମାଛ, ଅଣ୍ଡା, ଅଙ୍କୁରିତ ଚଣା, ଚିକେନ୍‌, ଭାତ, କ୍ଷୀର, କ୍ଷୀର ଜାତୀୟ ଦ୍ରବ୍ୟ, ସୋୟା ମିଲ୍କ ଏବଂ ପାଉଡରକୁ ସପ୍ତାହକୁ ୨ରୁ ୩ଥର ନିଶ୍ଚିତ ଖାଆନ୍ତୁ।

w4

୩. ଆପଣଙ୍କ ଡାଏଟ୍‌ ଚାର୍ଟରେ କ୍ଷୀର ନିହାତି ଭାବେ ସାମିଲ କରନ୍ତୁ। ମୋଟା ହେବାକୁ ଚାହୁଁଛନ୍ତି ଯଦି ଦିନକୁ ୨ଥର କ୍ଷୀର ପିଅନ୍ତୁ। କ୍ଷୀର ସହିତ କଦଳୀ ଖାଇଲେ ଶୀଘ୍ର ଓଜନ ବଢ଼ିଥାଏ। ଏହାଛଡ଼ା ଆପଣ ଚାହିଁଲେ ଘରେ ମିଲ୍କ ଶେକ୍‌ ପ୍ରସ୍ତୁତ କରିପାରିବେ।

୪. ରାତିରେ ଶୋଇବା ସମୟରେ କ୍ଷୀରରେ ମହୁ ମିଶାଇ ନିୟମିତ ରୂପେ ପିଅନ୍ତୁ। କିଛି ଦିନ ଭିତରେ ଆପଣଙ୍କ ଓଜନ ବଢ଼ିଯିବ। ପ୍ରତିଦିନ ଗୋଟିଏ ଗ୍ଲାସ କ୍ଷୀରରେ ଚ୍ୟବନପ୍ରାଶ୍‌ ଖାଆନ୍ତୁ। ଏହାଦ୍ୱାରା ଆପଣଙ୍କ ହାଡ଼ ମଜଭୁତ ହେବ ଏବଂ ଓଜନ ମଧ୍ୟ ବଢ଼ିବ।

n2

୫. ଆପଣ ଦୁର୍ବଳ ଦେଖାଯାଉଥିଲେ, ଭରପୂର ମାତ୍ରାରେ ସବୁଜ ପନିପରିବା ଖାଆନ୍ତୁ। ଆପଣ ଚାହିଁଲେ, ସ୍ୱାସ୍ଥ୍ୟପ୍ରଦ ମିଠା, ଗୁଡ଼, ଖିରି, ହାଲଓ୍ଵା, କଷ୍ଟାର୍ଡ, ଫ୍ରୁଟ୍‌ ଜୁସ୍‌, ମହୁ ଆଦି ସେବନ କରି ଓଜନ ବଢ଼ାଇପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button