ସ୍ୱାସ୍ଥ୍ୟ

ଯଦି ଏହି ଲକ୍ଷଣ ଦେଖୁଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ, ଆପଣଙ୍କ କିଡନୀର ୯୯% ହୋଇସାରିଛି ଖରାପ

ଅନେକ ରସାୟନିକ ତତ୍ବକୁ ନେଇ ତିଆରି ଆମ ଶରୀର । ସୁସ୍ଥ ଶରୀର ପାଇଁ ପ୍ରତ୍ଯେକ ଅଙ୍ଗ ଠିକ୍ ରହିବା ଜରୁରୀ । ଯଦି କୌଣସି ଗୋଟିଏ ଅଙ୍ଗରେ ବି ଟିକେ ସମସ୍ଯା ହୁଏ ତେବେ ଫଳ ପୁରା ଶରୀର ଭୋଗିଥାଏ । ତେବେ ଶରୀରର ସବୁଠାରୁ ମହତ୍ବପୂର୍ଣ୍ଣ ଅଙ୍ଗ ହେଉଛି କିଡନୀ , ଯାହା ରକ୍ତକୁ ସଫା କରିବା ସହ ଶରୀରର ସବୁ ହାନିକାରକ ପଦାର୍ଥକୁ ବାହାର କରିବାରେ ସହାୟକ ହୋଇଥାଏ। କିନ୍ତୁ ଆମର କିଛି ଭୁଲ୍ ଅଭ୍ଯାସ ଯୋଗୁଁ କିଡନୀ ଉପରେ ଖରାପ ପ୍ରଭାବ ପକାଇଥାଏ । ଏବଂ ଧୀରେ ଧୀରେ ଏହା ଖରାପ ହେବାକୁ ଲାଗିଥାଏ । କେବଳ ସେତିକି ନୁହେଁ କିଛି ରୋଗ ହେଲେ ଡାକ୍ତରଙ୍କ ବିନା ପରାମର୍ଶରେ ଔଷଧ ଖାଇନେଇଥାଉ । ଯାହାର ସିଧା ପ୍ରଭାବ ଆମ କିଡନୀ ଉପରେ ପଡିଥାଏ । ତେବେ ଆଜି ଆମେ ଆପଣଙ୍କୁ କିଡନୀ ଖରାପ ହେବାର ଭୟାନକ ଲକ୍ଷଣ ଏବଂ ଏହାର ଉପଚାର ବିଷୟରେ ଜଣାଇବୁ ।

 

  • କିଡନୀ ଖରାପ ହେବାରୁ ସବୁଠାରୁ ପ୍ରଥମ ଲକ୍ଷଣ ହେଉଛି ମୁହଁରୁ ଗନ୍ଧ ଆସିବା । ରକ୍ତରେ ୟୁରିଆ କମ୍ ହେଲେ ପାଟିରୁ ଦୁର୍ଗନ୍ଧ ଆସିଥିାଏ । ଏହା ସହ ଜିଭର ସ୍ବାଦ ମଧ୍ୟ ଖରାପ ହେବାକୁ ଲାଗିଥାଏ ।
  • ସେହିପରି କିଡନୀ ଖରାପ ହେବା ପୂର୍ବରୁ ପାଦ ଫୁଲିବା ଏବଂ ଦରଜ ହେବା ଆରମ୍ଭ ହୋଇଥାଏ । ଯାହାର କାରଣ ହେଉଛି ଏଡିମା । ଶରୀରର କୋଷରେ ପାଣି ଭରିଯାଏ ଏବଂ କିଡନୀ ଏହି ପାଣିକୁ ବାହାର କରିପାରିନଥାଏ । ଯାହା ଫଳରେ ଶରୀରର ଅଙ୍ଗ ଫୁଲିବା ଆରମ୍ଭ ହୁଏ ।
  • ଏନିମିଆ ଶରୀରରେ ଲାଲରକ୍ତର କୋଷିକାକୁ ବ୍ଯବସ୍ଥିତ ରଖିଥାଏ । ଆଉ ଏହାର ଅଭାବ ଲାଲରକ୍ତ କୋଷିକାରେ ତିଆରି କରିବା ବନ୍ଦ ହୋଇଯାଇଥାଏ । ଯାହା ଫଳରେ କିଡନୀ ବଢିବା ଆରମ୍ଭ ହୁଏ ।
  • ସେହିପରି କମ୍ ପରିଶ୍ରା କିମ୍ବା କମ୍ ଥର ପରିଶ୍ରା ହେବା, ପରିଶ୍ରାରେ ଫେଣ ହେବା ବା ଗନ୍ଧ ଆସିବା । ଏସବୁ କିଡନୀ ଖରାପ ହେବାର ଲକ୍ଷଣ । ଯଦି ଆପଣଙ୍କ ସହ ଏପରି ହେଉଛି ତେବେ ତୁରନ୍ତ ଡାକ୍ତରଙ୍କୁ ଦେଖା କରନ୍ତୁ ।
  • ଅପଣଙ୍କ ପରିଶ୍ରାରେ ରକ୍ତ ପଡିଲେ ଏହାକୁ ହାଲକାରେ ନନେଇ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ। ଏହା କିଡନୀ ଖରାପ ହେବାର ଲକ୍ଷଣ ହୋଇପାରେ।
  • ଛୋଟ ଛୋଟ କାମକରିବା ଦ୍ୱାରା ଦୂର୍ବଳ ଲାଗିବା। ଥକି ପଡିବା ଇତ୍ୟାଦି କିଡନୀ ଖରାପ ହେବାର ଲକ୍ଷଣ ଅଟେ ତେଣୁ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରିବା ଆବଶ୍ୟକ।
  • ଯଦି ପିଠିର ଗୋଟିଏ ପଟରେ ଭୟାନକ କଷ୍ଟ ବା ପୀଡା ହୋଇ ଏହା ଧୀରେ ଧୀରେ ଶରୀରର ଅନ୍ଯ ଅଙ୍ଗ ଆଡକୁ ଯାଉଛି ତେବେ ଜାଣନ୍ତୁ ଆପଣଙ୍କ କିଡନୀ ଖରାପ ହେଲାଣି।

କିଡନୀକୁ ଖରାପ ହେବାରୁ ରୋକିବା ଏବଂ ଅଧିକ ଖରାପ ନହେବା ପାଇଁ କିଛି ଉପାୟ :

  • ଯେଉଁମାନଙ୍କର କିଡନୀ ସମସ୍ଯା ଅଛି ସେମାନେ ଚା ଏବଂ ଚିନି ବିଲକୁଲ୍ ଖାଆନ୍ତୁ ନାହିଁ । କାରଣ ଏସବୁ ଖାଇବା ବିଷ ସହ ସମାନ ।
  • ପ୍ରତିଦିନ ୧୦ରୁ ୧୨ ଗ୍ଲାସ ପାଣି ପିଇବା ଅତ୍ୟନ୍ତ ଆବଶ୍ୟକ । ଅଧିକ ମାତ୍ରାରେ ପାଣି ପିଇବା ଦ୍ୱାରା ଶରୀର ମଧ୍ୟରେ ଥିବା ବିଷାକ୍ତ ପଦାର୍ଥ ବାହାରକୁ ନିଷ୍କାସନ ହୋଇଥାଏ ।ଯାହାଫଳରେ ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବା ସହ କିଡନୀ ରୋଗ ହୋଇ ନଥାଏ ।
  • ୪୦ ବର୍ଷ ବୟସ ଅତିକ୍ରମ କଲାପରେ ନିୟମିତ ଭାବରେ ଆପଣଙ୍କୁ କିଡନୀର ଯାଂଚ କରିବା ଜରୁରୀ ଅଟେ ।
  • ଆପଣଙ୍କ କିଡନୀକୁ ସୁସ୍ଥ ରଖିବାକୁ ତେବେ ଆପଣ ପ୍ରତିଦିନ ସନ୍ତୁଳିତ ଖାଦ୍ୟ ଖାଇବା ଅତ୍ୟନ୍ତ ଜରୁରୀ । ଏଥିପାଇଁ ଆପଣଙ୍କ ଖାଦ୍ୟରେ ବିଭିନ୍ନ ପନିପରିବା ସମେତ ସତେଜ ଫଳକୁ ସାମିଲ କରିବା ଉଚିତ ।

କିଡନୀକୁ ଫମ୍ପା କରୁଛି ଏହି ତିନି ଖାଦ୍ୟ : 

ଜଙ୍କ୍ ଫୁଡ୍

ଆଜିକାଲିର ଲୋକମାନଙ୍କୁ ଜଙ୍କ୍ ଫୁଡ ଖାଇବାର ଖରାପ ଅଭ୍ୟାସ ରହିଛି। ଜଙ୍କ୍ ଫୁଡରେ ଫସଫରସ ଏବଂ ସୋଡିୟମର ଅଧିକ ମାତ୍ରା ହେବା କାରଣରୁ କିଡନୀ ଉପରେ ଖରାପ ପ୍ରଭାବ ପକାଇଥାଏ। ଏହା ଦ୍ବାରା କିଡନୀ ଧିରେ ଧିରେ ଦୁର୍ବଳ ହୋଇ ନଷ୍ଟ ହୋଇଯାଇଥାଏ।

ଅଧିକ ମାତ୍ରାର ମାଂସାହାର ସେବନ କରିବା

ଅଧିକାଂଶ ଲୋକ ମାଂସ, ମାଛ ଏବଂ ଚିକେନକୁ ଅଧିକ ମାତ୍ରାରେ ଖାଇଥାନ୍ତି। ଏହି ଜିନିଷରୁ ଆନିମାଲ ପ୍ରୋଟିନ ମିଳିଥାଏ। ଯାହା ନିଶ୍ଚିତ ମାତ୍ରାରେ ଶରୀର ପାଇଁ ଲାଭଦାୟକ ହୋଇଥାଏ। କିନ୍ତୁ ମାଂସ, ମାଛ ଏବଂ ଚିକେନକୁ ଅଧିକ ଖାଇବା ଦ୍ବାରା ଶରୀରରେ ଆନିମାଲ ପ୍ରୋଟିନର ମାତ୍ରା ବଢ଼ିଯାଇଥାଏ। ଯାହା କିଡନୀ ଉପରେ ଖରାପ ପ୍ରଭାବ ପକାଇଥାଏ। ଏଥିପାଇଁ ସୀମିତ ମାତ୍ରାରେ ମାଂସାହାର କରିବା ଉଚିତ। ସନ୍ତୁଳିତ ଭାବରେ ପରିବା ଏବଂ ଫଳ ଖାଇବା ଅବଶ୍ୟକ।

ଧୂମ୍ରପାନ କରିବା

କିଛି ଲୋକଙ୍କୁ କମ୍ ବୟଷରେ ଧୂମପାନ କରିବାର ଖରାପ ଅଭ୍ୟାସ ହୋଇଯାଇଥାଏ। ଏହା ଦ୍ବାରା ଶରୀରର ହାଇପରଟେନସନ ବଢ଼ିଥାଏ। ହ୍ରୁଦୟର ଗତି ବଢ଼ିଥାଏ ଏବଂ ରକ୍ତ ସଞ୍ଚାଳନ କମ୍ ହୋଇଥାଏ। ଯାହା ଦ୍ବାରା ରକ୍ତ ନଳୀ ଗୁଡିକ ସଂକୁଚିତ ହୋଇଯାଇଥାଏ ଏବଂ କିଡନୀ ଉପରେ ଏହାର ବିପରୀତ ପ୍ରଭାବ ପଡିଥାଏ। ଯାହା ଦ୍ବାରା କିଡନୀ ଧିରେ ଧିରେ କାର୍ଯ୍ଯକାରୀ କରିବା କମାଇ ଦେଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button