ଏହି ଗଛର ସେବା କଲେ ମା’ ଲକ୍ଷ୍ମୀ ହୁଅନ୍ତି ପ୍ରସନ୍ନ, ଘରେ ପଡିବ ନାହିଁ କାହାର କୁପ୍ରଭାବ

ଧାର୍ମିକ ଗ୍ରନ୍ଥ ଏବଂ ପୁରାଣ ଅନୁସାରେ ଅନେକ ଗଛ ଲତା ଏମିତି ରହିଛି ଯେଉଁଠାରେ ଦେବୀ-ଦେବତା ବାସ କରନ୍ତି। ଆହୁରି ଏମିତି ଗଛ ଅଛି ଯାହା ଭଗବାନଙ୍କ ର ବହୁତ ପ୍ରିୟ ଗଛ। ଏମିତି ହିଁ ଏକ ଗଛ ଅଛି ଯାହା ଲକ୍ଷ୍ମୀଙ୍କୁ ବହୁତ ପ୍ରିୟ। କୁହାଯାଏ ଯେ ଏହି ଗଛକୁ ପୂଜା କରିବା ଦ୍ୱାରା ମାତା ଲକ୍ଷ୍ମୀ ଏବଂ ମହାଦେବ ପ୍ରସନ୍ନ ହୋଇଥାନ୍ତି।
ଶାସ୍ତ୍ର ଅନୁସାରେ କିଛି ଗଛ ଲତାକୁ ଧାର୍ମିକ ଏବଂ ଜ୍ୟୋତିଷ ମହତ୍ତ୍ୱ ରହିଥିବା କୁହାଯାଇଛି। କିଛି ଗଛ ଲତା ଏମିତି ରହିଛି ଯାହା ଆମକୁ ଅନେକ ଚମତ୍କାରୀ ଲାଭ ପ୍ରଦାନ କରିଥାଏ। ଆମ ଘର କିମ୍ବା ଘରର ଆଖପାଖରେ ଏହି ଗଛ ଥିଲେ ବହୁତ ଲାଭ ମିଳିଥାଏ। ଆମେ ଆପଣଙ୍କୁ କହୁଛୁ ଅରଖ ଗଛ ବିଷୟରେ।
ଅରଖ ଗଛକୁ ଯଦି ଘରର ସମ୍ମୁଖରେ ଥାଏ ତେବେ ଏଥିରୁ ବହୁତ ଲାଭ ମିଳିଥାଏ। ଶାସ୍ତ୍ର ଅନୁଯାୟୀ ଅରଖ ଫୁଲ ଶିବଙ୍କ ଉପରେ ଚଢ଼ାଇଲେ ସମସ୍ତ ମନଷ୍କାମନା ପୂର୍ଣ୍ଣ ହୋଇଥାଏ ଏବଂ ଅକ୍ଷୟ ପୂଣ୍ୟ ପ୍ରାପ୍ତି ହୋଇଥାଏ।
ଅରଖ ଗଛ ଘରର ମୁଖ୍ୟ ଦ୍ୱାର କିମ୍ବା ଘରର ସାମ୍ନାରେ ଥିଲେ ବହୁତ ଶୁୁଭ ଫଳ ମିଳିଥାଏ। ଏହାର ରଙ୍ଗ ସାମାନ୍ୟ ଧଳା ରଙ୍ଗର । ବିଦ୍ୱାନଙ୍କ ଅନୁଯାୟୀପୁରୁଣା ଅରଖ ଗଛର ମୂଳରୁ ଶ୍ରୀଗଣେଷଙ୍କ ପ୍ରତିମୂର୍ତ୍ତି ବନାଇ ଯେଉଁ ସାଧକ ପୂଜା କରନ୍ତି ସେମାନେ ଚମତ୍କାର ଫଳ ପାଇଥାନ୍ତି।
ଜ୍ୟୋତିଷ ଅନୁଯାୟୀ ଯେଉଁ ଘର ସାମ୍ନାରେ ସମୀପ ଆକାରର ଗଛ ଥାଏ, ସେହି ଘରକୁ କେବେବି କାହାର ନକାରାତ୍ମକ ଶକ୍ତିର ପ୍ରଭାବ ପଡିନଥାଏ। ଏହାଛଡା ସେହି ଘରେ ରହୁଥିବା ଲୋକଙ୍କ ଉପରେ ତାନ୍ତ୍ରିକ ବାଧା କେବେବି ପଡିନଥାଏ।
ଅରଖ ଗଛ ରହିବା ଦ୍ୱାରା ଘରର ଆଖପାଖରେ ସକାରାତ୍ମକ ଏବଂ ପବିତ୍ର ବାତାବରଣ ଲାଗି ରହିଥାଏ, ଯାହା ଘରକୁ ସୁଖ-ସମୃଦ୍ଧି ପ୍ରଦାନ କରିଥାଏ। ଏମିତି ଲୋକଙ୍କ ଉପରେ ମହାଲକ୍ଷ୍ମୀଙ୍କ କୃପା ବିଶେଷ ରୁପରେ ଥାଏ। ଏହାସହିତ ଲୋକମାନଙ୍କୁ ଶୁଭ ଫଳ ପ୍ରାପ୍ତି ହୋଇଥାଏ।



