କ୍ରାଇମ
ପୂର୍ବ ଶତ୍ରୁତା: ପିଉସୀ ପୁଅକୁ ଠେଙ୍ଗାରେ ପିଟିପିଟି ହତ୍ୟା କଲା ମାମୁ ପୁଅ

ବଲାଙ୍ଗିର: ଭାଇକୁ ମାରିଲା ଭାଇ। ପିଉସୀ ପୁଅକୁ ଠେଙ୍ଗାରେ ପିଟିପିଟି କଲା ହତ୍ୟା । ବଲାଙ୍ଗିର ଜିଲ୍ଲା ହଳଦୀ ପଞ୍ଚାୟତ କର୍ଲାପଟା ଗାଁରେ ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ବୀଭିଷଣ ଧରୁଆ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା ହୋଇଛି । ଗତକାଲି ଗାଁରେ ନାମଯଜ୍ଞ ଚାଲିଥିଲା । ବୀଭିଷଣ ନାମଯଜ୍ଞ ଦେଖୁଥିବାବେଳେ ପଛପଟୁ ଆକ୍ରମଣ କରିଥିଲା ପୁରୁନ୍ଧର। ଘଟଣାସ୍ଥଳରେ ବୀଭିଷଣଙ୍କ ମୃତ୍ୟୁ ହୋଇଥିଲା । ପୂର୍ବରୁ ପୁରୁନ୍ଧର ନିଜ ଭାଇକୁ ହତ୍ୟା କରି ଜେଲ୍ ଯାଇଥିଲା ।


