ବିଚାର

ଶୀତଦିନେ ଜାଣନ୍ତୁ ସୁଣ୍ଠିର ଏହିସବୁ ଫାଇଦା ସମ୍ପର୍କରେ

ଶୁଖିଲା ଅଦା ବା ସୁଣ୍ଠିର ବ୍ଯବହାର କରି ଅନେକ ପ୍ରକାର ଘରୋଇ ଔଷଧ ଏବଂ ଖାଦ୍ଯର ସ୍ବାଦ ବଢାଇବା ପାଇଁ ବ୍ଯବହାର କରାଯାଇଥାଏ। ଶୀତ ଦିନେ ମଧ୍ଯ ଆପଣ ସୁଣ୍ଠିର ବ୍ଯବହାର କରି ବିଭିନ୍ନ ସମସ୍ଯାରୁ ରକ୍ଷା ପାଇପାରିବେ। ତେବେ ଜାଣନ୍ତୁ କେଉଁ କେଉଁ କାମରେ ଆପଣ ସୁଣ୍ଠି ବ୍ଯବହାର କରିପାରିବେ।

-ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ପାଇଁ ସୁଖିଲା ଅଦା ବା ସୁଣ୍ଠି ଖୁବ୍ ଲାଭଦାୟକ। ସୁଣ୍ଠି ଏବଂ ଜାଇଫଳକୁ ଗୁଣ୍ଡ କରି ରାଶି ତେଲରେ ମିଶାଇ ଯନ୍ତ୍ରଣା ହେଉଥିବା ସ୍ଥାନରେ ଲଗାଇବା ଦ୍ବାରା ଆରାମ ମିଳିଥାଏ। ଏହାବ୍ଯତୀତ ଉଷୁମ ପାଣିରେ ମହୁ ଏବଂ ଅଦା ପାଉଡର ପିଇବା ଦ୍ବାରା ଲାଭ ମିଳିଥାଏ।

-ସୁଣ୍ଠି, ହେଙ୍ଗୁ ଏବଂ ଲୁଣ ମିଶାଇ ଖାଇବା ଦ୍ବାରା ଗ୍ଯାସ ସମସ୍ଯା ଦୂର ହୋଇଥାଏ।

-ସୁଣ୍ଠି ପାଚନ କ୍ରିୟାରେ ଉତ୍ତମ କରିବା ସହ ଓଜନ କମ କରିବାରେ ସାହାଯ୍ଯ କରିଥାଏ।

-ଅଦାରେ ଥିବା ଥର୍ମୋଜେନିକ ଏଜେଟ ନାମକ ତତ୍ତ୍ବ ମୋଟାପଣ ଦୂର କରିବାରେ ସାହାଯ୍ଯ କରିଥାଏ।

-ଏହା ଝାଳ ବାହାର କରିବାରେ ସାହାଯ୍ଯ କରିଥାଏ, ଯାହାଦ୍ବାରା ଶରୀରର ତାପମାନ କମ ହେବା ସହ ବିଷ ପଦାର୍ଥକୁ ବାହାର କରିବାରେ ସାହାଯ୍ଯ କରିଥାଏ।

-ସୁଣ୍ଠିକୁ କ୍ଷୀରରେ ଫୁଟାଇ ଥଣ୍ଡା କରି ପିଇବା ଦ୍ବାରା ହାକୁଟି ବନ୍ଦ ହୋଇଯାଇଥାଏ।

-ମୁଣ୍ଡବିନ୍ଧା, ମାଇଗ୍ରେନ୍, ଗର୍ଦନ ଏବଂ ଶରୀରର ଯନ୍ତ୍ରଣା ହେବା ଦ୍ବାରା ସୁଖିଲା ଅଦା ଏବଂ ପାଣିର ଲେପ ଲଗାଇବା ଦ୍ବାରା ଆରାମ ମିଳିଥାଏ। ଏହାକୁ ସୁଘିଂବା ଦ୍ବାରା ଛିକ ହେବା ପରେ ମୁଣ୍ଡବିନ୍ଧାରୁ ଆରାମ ମିଳିଥାଏ।

-ଗର୍ଭବତୀ ମହିଳାମାନଙ୍କ ପାଇଁ ସୁଣ୍ଠି ମଧ୍ଯ ଖୁବ୍ ଲାଭକାରୀ।

-ଏହାବ୍ଯତୀତ ସୁଣ୍ଠିରେ କ୍ଯାନ୍ସରରୋଧୀ ଗୁଣ ରହିଥାଏ, ଯାହା କ୍ଯାନ୍ସର କୋଷିକା ଗୁଡିକ ବଢିବାରେ ବାଧା ଦେଇଥାଏ। ଏହାବ୍ଯତୀତ ଗର୍ଭାଶୟ କ୍ଯାନ୍ସରର ସମସ୍ଯାକୁ କମ କରିବାରେ ସାହାଯ୍ଯ କରିଥାଏ ସୁଣ୍ଠି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button