ଆଉ କିଛି ସମୟ ପରେ ଏକାଠି ହେବେ ପଲାଶ ମୁଚାଲ-ସ୍ମୃତି ମନ୍ଧାନା, “ଗୁଲାବି ଆଖେଁ’’ ଗୀତରେ କଲେ ଜବରଦସ୍ତ ଡ୍ୟାନ୍ସ

ଇଣ୍ଡିଆନ୍ ମ୍ୟୁଜିକ କମ୍ପୋଜର ପଲାଶ ମୁଚ୍ଛଲ ଆଜି ଭାରତୀୟ କ୍ରିକେଟର ସ୍ମୃତି ମନ୍ଧାନାଙ୍କୁ ବିବାହ କରିବାକୁ ଯାଉଛନ୍ତି । ଉଭୟେ ବର୍ତ୍ତମାନ ବିବାହରେ ବ୍ୟସ୍ତ ରହିଛନ୍ତି । ସେମାନଙ୍କର ସଙ୍ଗୀତ ସେରିମନିର ଦୁଇଜଣଙ୍କ ଅନେକ ରୋମାଣ୍ଟିକ ଭିଡିଓ ସୋସିଆଲ ମିଡିଆରେ ସେୟାର ହୋଇଛି । ଯେଉଁଥିରେ ସେମାନେ ଖୁସି ନଜର ଆସିଛନ୍ତି ।
ଏହି ଭିଡିଓରେ ପଲାଶ ସ୍ମୃତିଙ୍କୁ “ଗୁଲାବି ଆଁଖେଁ ଜୋ ତେରୀ ଦେଖି” ଗୀତରେ ଜବରଦସ୍ତ ଡ୍ୟାନ୍ସ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି । ସେମାନଙ୍କ ଡ୍ୟାନ୍ସ ପରଫରମାନ୍ସ ଶେଷରେ ସମସ୍ତେ ଉଭୟଙ୍କୁ ଖୁବ୍ ପ୍ରଶଂସା କରିଥିଲେ ।
ଯଦି ସେମାନଙ୍କ ଗେଟଅପ୍ କଥା କୁହାଯାଏ ତେବେ ପଲାଶଙ୍କୁ ବ୍ଲାକ୍ କଲରର ଡ୍ରେସରେସେ ଖୁବ୍ ସୁନ୍ଦର ଦେଖାଯାଉଥିଲେ । ସେହିପରି ସ୍ମୃତିଙ୍କୁ ମଧ୍ୟ ଗୋଲ୍ଡେନ୍ ଗାଉନରେ ନଜର ଆସିଥିଲେ । ଗୁଲାବି ଆଁଖେଁ ଗୀତରେ କେବଳ ନୁହେଁ ବରଂ ସେମାନେ “ଅଗର ମୈଁ କହୁନ” ଗୀତରେ ମଧ୍ୟ ଡ୍ୟାନ୍ସ କରିଥିଲେ । ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବା ପରେ ଫ୍ୟାନ୍ସ ସେମାନଙ୍କ ଯୋଡ଼ିକୁ ଖୁବ୍ ପ୍ରଶଂସା କରିଥିଲେ ।
ଏହାରି ମଧ୍ୟରେ ପଲକ ମୁଚ୍ଛଲ ମଧ୍ୟ ଦୁହିଁଙ୍କ ଫଟୋକୁ ସେୟାର କରିବା ସହ “ଦିଲୱାଲେ ଦୁଲହନିଆ ଲେ ଜାଏଙ୍ଗେ” କ୍ୟାପସନ ଦେଇଛନ୍ତି ।



