ବିଚାର

ରାତିରେ କ’ଣ ଆପଣ ବି ଖାଉଛନ୍ତି ରୁଟି ? ତେବେ ଏହି ଗୁରୁତ୍ଵପୂର୍ଣ୍ଣ କଥା ନିହାତି ଜାଣନ୍ତୁ…

ବନ୍ଧୁଗଣ ଭାତ ଭଳି ରୁଟି ମଧ୍ୟ ସମସ୍ତେ ଖାଇବାକୁ ପସନ୍ଦ କରନ୍ତି । ବିଶେଷ କରି ଓଡିଶାର ଲୋକ ଭାତ ଯଦିଓ ଅଧିକ ଖାଇବାରେ ରୁଚି ରଖିଥାନ୍ତି । ହେଲେ ଆଜିଆଲି ରୁଟି ମଧ୍ୟ ଏଠାରେ ବହୁ ପରିମାଣରେ ସେବନ କରାଯାଉଛି । ତେବେ ରୁଟିରେ ପ୍ରୋଟିନ ଭରପୁର ମାତ୍ରାରେ ରହିଥାଏ । ଏଥିସହ ଆଉ ସବୁ ଅନ୍ୟାନ୍ୟ ପୋଷକ ତତ୍ଵ ମଧ୍ୟ ରହିଥାଏ । ତେବେ ରୁଟି ଖାଇବା ଦ୍ଵାରା ଆମ ଶରୀରକୁ କେଉଁ ସବୁ ଫାଇଦା ପହଞ୍ଚି ଥାଏ ଆସନ୍ତୁ ସେ ସମ୍ପର୍କରେ ଏଠାରେ ଆଲୋଚନା କରିବା ।

1- ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ରୁଟି ଖାଇବା ଦ୍ଵାରା ଆମ ଶରୀରରେ ନୂଆ ରକ୍ତ ନିର୍ମାଣ ହୋଇଥାଏ, ତେବେ ଏହା ଛଡା ରୁଟି ଖାଇବା ଦ୍ଵାରା ଆମ ରକ୍ତରେ ଥିବା ଅଶୁଦ୍ଧି ସବୁ ନଷ୍ଟ ହୋଇଥାଏ । ଆମ ଶରୀରକୁ ରୋଗରୁ ଲଢିବା ପାଇଁ ଶକ୍ତି ମିଳିଥାଏ । ରୁଟି ଖାଇବା ଦ୍ଵାରା ଆମ ଶରୀର ରକ୍ତ ଅଭାବ ଦୂର ହୋଇଥାଏ । କାରଣ ଗହମରେ ଆଇରନ ରହିଥାଏ । ଯାହା ଆମ ଶରୀରରେ ନୂଆ ରକ୍ତ ନିର୍ମାଣ କରିବାରେ ସାହାଯ୍ୟ କରିଥାଏ ।

2- ଯଦି ଆପଣଙ୍କୁ ଆଣ୍ଠୁ ଗଣ୍ଠି ବିନ୍ଧା ରହିଥାଏ ତେବେ ଆପଣଙ୍କୁ ଏହି ରୁଟି ସେବନ କରିବା ଆବଶ୍ୟକ ହୋଇଥାଏ। କାରଣ ରୁଟିରେ ଭରପୁର ମାତ୍ରାରେ ଭିଟାମିନ ଆଉ କ୍ୟାଲସିଅମ ରହିଥାଏ ଯାହା ଦ୍ଵାରା ଆମ ଶରୀର ହାଡ ମଜବୁତ ହୋଇଥାଏ ଆଉ ହାଡ ବିନ୍ଧା ଦରଜ ସବୁ ଦୂର ହୋଇଥାଏ ।

3- ଯଦି ଆପଣଙ୍କୁ ହାଇ ବିପି ବା ଲୋ ବିପି ଅଛି ତେବେ ଆପଣଙ୍କୁ ରୁଟି ସେବନ କରିବା ଉଚିତ ଯାହାଫଳରେ ଆପଣଙ୍କ ବିପି ନିୟନ୍ତ୍ରଣରେ ରହିଥାଏ । ଯେଉଁ ବ୍ୟକ୍ତିଙ୍କୁ କିଡନିରେ ଷ୍ଟୋନ ଭଳି କିଛି ଅନୁଭବ ହେଉଛି । ତେବେ ଆପଣଙ୍କୁ ରୁଟି ସେବନ କରିବା ଉଚିତ କାରଣ ରୁଟିରେ ଫାଇବାର ମାତ୍ରା ବହୁତ ଅଧିକ ହୋଇଥାଏ ଆଉ ରୁଟି ଖାଇଲେ ଷ୍ଟୋନ ମେଲ୍ଟ ହବାର ଚାନ୍ସ ରହିଥାଏ ।

4- ଆଜିକାଲି ପ୍ରାୟତଃ ଲୋକଙ୍କୁ ମଧୁମେହ ଅର୍ଥାତ ଡାଇବେଟିସ ସମସ୍ଯା ରହୁଛି । ତେବେ ରୁଟି ଖାଇଲେ ଆପଣଙ୍କ ମଧୁମେହ ନିୟନ୍ତ୍ରଣରେ ରହିଥାଏ । କାରଣ ଏହା ଆପଣଙ୍କ ଇନସୁଲିନ ନାମକ ହର୍ମୋନକୁ ସଠିକ ଭାବରେ କାମ କରିବାରେ ସାହାଯ୍ୟ କରିଥାଏ । ଯାହା ଦ୍ଵାରା ସୁଗାର ଲେବଲ ନିୟନ୍ତ୍ରଣରେ ରହିଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button