ମନୋରଞ୍ଜନ

ଏବେ ବିନା ପିଆଜରେ ପ୍ରସ୍ତୁତ କରନ୍ତୁ ଟେଷ୍ଟି ଶାହୀ ପନିର

ଏବେ ପିଆଜର ମୂଳ୍ଯ ବୃଦ୍ଧି ଦେଖି ଲୋକମାନେ ଏହାର ବ୍ଯବହାର ମଧ୍ଯ କମ କରିସାରିଲେଣୀ। କିନ୍ତୁ ଆଜି ଆମେ ଆପଣଙ୍କୁ କହିବୁ ବିନା ପିଆଜରେ ମଧ୍ଯ ଆପଣ କିଭଳି ଟେଷ୍ଟୀ ଖାଦ୍ଯ ପ୍ରସ୍ତୁତ କରିପାରିବେ, ଯାହା ସମସ୍ତଙ୍କର ପସନ୍ଦ ଆସିପାରିବ। ତେବେ ଜାଣନ୍ତୁ ଆପଣ ବିନା ପିଆଜରେ କିଭଳି ଟେଷ୍ଟୀ ଶାହୀ ପନିର ତିଆରି କରିପାରିବେ।

ଆବଶ୍ଯକୀୟ ସାମଗ୍ରୀ:

ପନୀର- ୨୫୦ ଗ୍ରାମ

ଚିନା ବାଦାମ- ୧ ଚାମଚ

କଖାରୁ ମଞ୍ଜୀ- ୧ ଚାମଚ

ଖସଖସ୍- ୧ ଚାମଚ

ଅଦା ଏବଂ ଲଙ୍କା ପେଷ୍ଟ- ୧ଚାମଚ

ଧନିଆ ପାଉଡର- ୧ ଚାମଚ

କାଜୁ- ୫-୬ଟି

ଲଙ୍କାଗୁଣ୍ଡ- ୧/୨ ଚାମଚ

ଘିଅ- ୧ଚାମଚ

paneerତେଲ- ୧ଚାମଚ

ଗୋଲମରିଚ- ଅଳ୍ପକିଛି

ଚିନି- ୧ ଚାମଚ

କ୍ଷୀର- ୧ କପ୍

ଦହି- ୨ ଚାମଚ

ମଲାଇ- ୨ ଚାମଚ

କସ୍ତୁରୀ ମେଥୀ- ୨ ଚାମଚ

ହଳଦୀ ପାଉଡର- ୧/୪ ଚାମଚ

ଶାହୀ ପନିର ମସଲା- ୧ ଚାମଚ

ଲୁଣ- ସ୍ବାଦନୁସାରେ

ପ୍ରସ୍ତୁତ କରିବା ବିଧି:

paneer-ପ୍ରଥମେ ବାଦାମ, କଖାରୁ ମଞ୍ଜୀ ଏବଂ କାଜୁକୁ ୫ ରୁ ୬ ଘଣ୍ଟା ପାଣିରେ ଭିଜାଇ ରଖିବା ପରେ ପେଷ୍ଟ କରିଦିଅନ୍ତୁ। ଏହାପରେ ପ୍ଯାନରେ ତେଲ ଗରମ କରି ସେଥିରେ ଜୀରା ଏବଂ ପସ୍ତୁତ ହୋଇଥିବା ପେଷ୍ଟ ପକାନ୍ତୁ। ସେଥିରେ ଅଦା, ଳଙ୍କାଗୁଣ୍ଡ, ଟମାଟ, ଲୁଣ, ଧନିଆ ପାଉଡର ଏବଂ ହଳଦୀ ପାଉଡର ପକାଇ ଭଲଭାବେ ମିଶ୍ରଣ କରନ୍ତୁ। କିଛି ସମୟ ମିଶ୍ରଣ କରିବା ପରେ ସେଥିରେ ଗରମ ମସଲା ଏବଂ କସ୍ତୁରୀ ମେଥୀ ପକାନ୍ତୁ। ଏହାପରେ ସେଥିରେ କ୍ଷୀର ବା କ୍ରିମ ପକାଇ ୩ ରୁ ୪ ମିନିଟ୍ ପର୍ଯ୍ଯନ୍ତ ଛାଡିଦିଅନ୍ତୁ। ଏହାପରେ ମସଲା ଭଲଭାବେ କଷି ହୋଇ ରଙ୍ଗ ଗାଢ ହୋଇଯିବା ପରେ ଗ୍ଯାସ ବନ୍ଦ କରିଦିଅନ୍ତୁ। ଏବେ ସେଥିରେ କଟା ଯାଇଥିବା ପନିର ଏବଂ ଧନିଆ ପତ୍ର ପକାଇ ଦିଅନ୍ତୁ। ଏବେ ଆପଣଙ୍କର ଶାହୀ ପନିର ପସ୍ତୁତ ହୋଇସାରିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button