ଦେଶ ବିଦେଶ

ୟୁରିକ୍‌ ଏସିଡ୍‌କୁ କମ୍‌ କରିବାରେ ରାମବାଣ ସଦୃଶ କାମ କରେ ଅଲିଭ୍‌ ଅଏଲ, ଜାଣନ୍ତୁ ବ୍ୟବହାର କରିବା ଉପାୟ

ଶରୀରରେ ୟୁରିକ୍‌ ଏସିଡ୍‌ର ପରିମାଣ ବଢ଼ିଗଲେ ପ୍ରବଳ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଓ ଦେହ ହାତ ପୀଡ଼ା ହେଇଥାଏ। ୟୁରିକ୍‌ ଏସିଡ୍‌କୁ କଣ୍ଟ୍ରୋଲ କରିବା ଖୁବ୍‌ ଜରୁରୀ, ନଚେତ୍‌ ଅନେକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ। ୟୁରିକ୍‌ ଏସିଡ୍‌କୁ କଣ୍ଟ୍ରୋଲ କରିବା ପାଇଁ ପ୍ରାୟତଃ ଲୋକମାନେ ଔଷଧ ସେବନ କରିଥାନ୍ତି, କିନ୍ତୁ ଏହାର ସାଇଡ୍‌ ଇଫେକ୍ଟ ରହିଛି। ଏହି ମେଡିସିନ୍‌ ଖାଇବା ଅପେକ୍ଷା ଆପଣ ଡାଏଟ୍‌ରେ ଅଲିଭ୍‌ ଅଏଲ ସାମିଲ କରିପାରିବେ। ଏହା କେବଳ ୟୁରିକ୍‌ ଏସିଡ୍‌କୁ କଣ୍ଟ୍ରୋଲ କରିନଥାଏ, ଏହାର ଲକ୍ଷଣକୁ ମଧ୍ୟ କମ୍‌ କରିଥାଏ। ଆସନ୍ତୁ ଜାଣିବା ଏହାକୁ ବ୍ୟବହାର କରିବା ଉପାୟ…

uric acid

ଅଲିଭ୍‌ ଅଏଲରେ ଥିବା ପୋଷକ ତତ୍ତ୍ୱ ୟୁରିକ୍‌ ଏସିଡ୍‌ ଲେବଲକୁ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରିଥାଏ। ଆଣ୍ଠୁଗଣ୍ଠି ଯନ୍ତ୍ରଣା ଓ ଫୁଲାକୁ କମ୍‌ କରିବାରେ ମଧ୍ୟ ଅଲିଭ୍‌ ଅଏଲ ସାହାଯ୍ୟ କରେ। ପ୍ରତିଦିନ ଖାଦ୍ୟରେ ଅଲିଭ ଅଏଲ ସେବନ କରିବା ଦ୍ୱାରା ୟୁରିକ୍‌ ଏସିଡ୍‌ର ସ୍ତର ହ୍ରାସ ପାଇଥାଏ। ଅଲିଭ୍‌ ଅଏଲ୍‌ରେ ଭିଟାମିନ୍‌ ଇ ବହୁ ପରିମାଣରେ ରହିଥାଏ, ଯାହା ୟୁରିକ୍‌ ଏସିଡ୍‌ର ସ୍ତରକୁ କମ୍‌ କରିଥାଏ।

olive

ଅଲିଭ ଅଏଲ ବ୍ୟତୀତ ଆପଲ ଭିନେଗାର ମଧ୍ୟ ୟୁରିକ୍‌ ଏସିଡ୍‌କୁ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରିଥାଏ।

ପ୍ରତିଦିନ ନଡ଼ିଆ ପାଣି ପିଅନ୍ତୁ, ୟୁରିକ୍‌ ଏସିଡ୍‌ର ପରିମାଣ କମ୍‌ ରହିବ।

coconut-oil

ଆଲୋଭେରା ଜୁସ୍‌ରେ ଅଁଳା ଜୁସ୍‌ ମିଶାଇ ପିଅନ୍ତୁ। ଏହା ଖୁବ୍‌ ଲାଭଦାୟକ ହୋଇଥାଏ।

କମ୍‌ ଫ୍ୟାଟ୍‌ଯୁକ୍ତ କ୍ଷୀର ପିଇବା ୟୁରିକ୍‌ ଏସିଡ୍‌ ଆକ୍ରାନ୍ତଙ୍କ ପାଇଁ ଲାଭଦାୟକ ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button