ବିଚାର

ସକାଳର ଟିଫିନକୁ କରନ୍ତୁ ମଜାଦାର, ବନାନ୍ତୁ ନୁଡୁଲସ କଟଲେଟ

ଚା ସହିତ କିଛି ସ୍ନାକ୍ସ ଖାଇଲେ ତାର ମଜା ଅଲଗା ଥାଏ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ନୁଡୁଲସ କଟଲେଟ। ଯାହା ସ୍ୱାଦ ସହିତ ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ ଉପଯୋଗୀ। ଏହାକୁ ବନାଇ ଆପଣ ପିଲାଙ୍କୁ ଟିଫିନରେ ବି ଦେଇପାରିବେ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

-୧ ପ୍ୟାକେଟ ନୁଡୁଲସ୍‌

-୧ କପ୍‌ ବନ୍ଧା କୋବି

-୧/୨ କପ୍‌ ଚିଜ୍‌

-ଗୋଟିଏ କଟା ପିଆଜ

-ଦୁଇଟି କଞ୍ଚା ଲଙ୍କା

-୩ ବଡ ଚାମଚ କର୍ଣ୍ଣଫ୍ଲୋର

-ତେଲ ଛାଣିବା ପାଇଁ

-ଲୁଣ ସ୍ୱାଦାନସାରେ

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ନୁଡୁଲସକୁ ଉଷୁମ ପାଣିରେ ଭିଜାଇ କାଢ଼ି ଦିଅନ୍ତୁ। ଏହାପରେ ସେଥିରେ ବନ୍ଧା କୋବି, ଚିଜ୍‌, ପିଆଜ, ଲୁଣ ଏବଂ କଞ୍ଚା ଲଙ୍କା ପକାଇ ଭଲ ଭାବେ ମିଶ୍ରଣ କରନ୍ତୁ। ଏହାପରେ ଏହାକୁ ସମାନ ଭାବରେ ବାଣ୍ଟି ଦିଅନ୍ତୁ। ଏବେ ଏହାକୁ ମନପସନ୍ଦର ଆକାର ଦେଇ କର୍ଣ୍ଣଫ୍ଲୋରରେ ବୁଡାଇ ତେଲରେ ଛାଣନ୍ତୁ। ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ନୁଡୁଲସ୍‌ କଟଲେଟ୍‌।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button