ମନୋରଞ୍ଜନ

ରବିବାରରେ ଘରେ ଅଛନ୍ତି କି, ତାହେଲେ ଆଜି ବନାଇ ଖାଆନ୍ତୁ ‘ଓ୍ଵାଇନ ଚାଇନିଜ ଚିକେନ’

ସଣ୍ଡେରେ ଘରେ ଛୁଟିରେ ଅଛନ୍ତି ଆଉ କିଛି ସ୍ପେଶାଲ ଖାଇବାକୁ ଇଚ୍ଛା ହେଉଛି। ତେବେ କିଛି ଭାବନ୍ତୁନି ଆଜି ବନାନ୍ତୁ ‘ଓ୍ଵାଇନ୍‌ ଚାଇନିଜ୍‌ ଚିକେନ’। ଚିକେନକୁ ନନଭେଜ୍‌ ସୌକିନମାନେ ଖୁବ୍‌ ପସନ୍ଦ କରନ୍ତି। ଏହାର ସବୁ ଡିସ୍‌ ଚିକେନପ୍ରେମୀଙ୍କୁ ବହୁତ ଭଲ ଲାଗିଥାଏ। ଆଜି ଆମେ ଆପଣଙ୍କ ପାଇଁ ନେଇଆସିଛୁ ‘ଓ୍ଵାଇନ୍‌ ଚାଇନିଜ୍‌ ଚିକେନ’ ରେସିପି। ଯାହା ଏକଦମ୍‌ ଜବରଦସ୍ତ ସ୍ୱାଦ ଦେବ। ଆପଣ ଆଙ୍ଗୁଳି ଚାଟି ରହିଯିବେ। ତାହାଲେ ଆସନ୍ତୁ ଜାଣିବା ଏହି ରେସିପି ବିଷୟରେ।

ଆବଶ୍ୟକ ସାମଗ୍ରୀ

ବୋନଲେସ୍‌ ଚିକେନ – ୫୦୦ ଗ୍ରାମ

ଓ୍ଵାଇନ୍‌ – ୨ ଟେବୁଲ ଚାମଚ

ସୋୟା ସସ୍‌ – ୨ ଟେବୁଲ ଚାମଚ

ସୋରିଷ ତେଲ -୨ ଟେବୁଲ ଚାମଚ

ମକା ଅଟା – ୨ ଟେବୁଲ ଚାମଚ

ଲାଲ ଲଙ୍କା ପେଷ୍ଟ – ୧ ଟେବୁଲ ଚାମଚ

ଭିନେଗାର -୧ ଟେବୁଲ ଚାମଚ

ଅଦା ପେଷ୍ଟ – ୧ ଟେବୁଲ ଚାମଚ

ପିଆଜ -୧୦୦ ଗ୍ରାମ

ପ୍ରସ୍ତୁତି ପ୍ରଣାଳୀ

-ଏକ ପାତ୍ରରେ ଓ୍ଵାଇନ, ସୋୟା ସସ୍‌ ଏବଂ ତେଲ ପକାଇ ତାହାକୁ ଭଲଭାବେ ମିକ୍ସ କରିଦିଅନ୍ତୁ।

-ଏହାପରେ ମକା ଅଟା ମିଶାଇ ଏକ ଘୋଳ ପ୍ରସ୍ତୁତ କରନ୍ତୁ। ଏହି ଘୋଳରେ ଚିକେନ ମ୍ୟାରିନେଟ୍‌ ହେବାକୁ ରଖିଦିଅନ୍ତୁ।

-ଏବେ ଆଉ ଏକ ପାତ୍ରରେ ମକା ଅଟା, ଓ୍ଵାଇନ, ସୋୟା ସସ୍‌, ତେଲ,ଲଙ୍କା ପେଷ୍ଟ, ଭିନେଗାର ଏବଂ ଚିନି ପକାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ।

-ଏହି ପେଷ୍ଟରେ ପିଆଜ, ରସୁଣ ଏବଂ ରୋଷ୍ଟେଡ୍‌ ବାଦାମ ପକାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ।

-ଏହି ପେଷ୍ଟକୁ ପ୍ୟାନରେ ପକାଇ ୧୦ ରୁ ୧୫ ମିନିଟ୍‌ ପଯ୍ୟର୍ନ୍ତ ରାନ୍ଧନ୍ତୁ। ସିଝିବା ପରେ ମ୍ୟାରନେଟେଡ୍‌ ଚିକେନକୁ ପ୍ୟାନରେ ପକାନ୍ତୁ।

-ଚିକେନ ଯେତେବେଳେ ଭଲଭାବେ ରାନ୍ଧି ହୋଯିବ ସେତେବେଳେ ପିଆଜକୁ ଛୋଟ ଛୋଟ କରି କାଟି ଗାର୍ନିସ କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button