ମନୋରଞ୍ଜନ

କ୍ୟାମେରା ସାମ୍ନା ରେ ଭିଡ଼ରେ Deepika Padukone ଙ୍କ ସହିତ ହେଲା ଏମିତି ଖରାପ ବ୍ୟବହାର କି ଭାଇରାଲ ହେଲା ଫଟୋ

ନମସ୍କାର ବନ୍ଧୁଗଣ,ବନ୍ଧୁଗଣ ବର୍ତ୍ତମାନ ସମୟ ରେ ବଲିଉଡ ଫିଲନ ଇଣ୍ଡଷ୍ଟ୍ରୀ ନାମ ସମଗ୍ର ବିଶ୍ୱରେ ପରିଚୟ ସୃଷ୍ଟି କରିପାରିଛି । ଏହା ସମ୍ଭବ ହୋଇପାରିଛି କେବଳ ବଲିଉଡର କେତେକ ମହାନ ଅଭିନେତା ଙ୍କ ପାଇଁ । ବଲିଉଡର ସମସ୍ତ ଫିଲ୍ମ ବର୍ତ୍ତମାନ ସମୟ ରେ ଅନେକ ଟଙ୍କା ରୋଜଗାର କରୁଥିବା ବ୍ୟତୀତ ଏଥିରେ ଥିବା ଆକ୍ସନ , ରୋମାନ୍ସ , କମେଡି ସମସ୍ତଙ୍କୁ ବହୁତ ଭଲ ଲାଗୁଛି । ଆମେ ଆମ ମନୋରଞ୍ଜନ ପାଇଁ ଚଳଚ୍ଚିତ୍ର ଦେଖିଥାଉ ।

କିନ୍ତୁ ଫିଲ୍ମ ଟି ସେତେବେଳେ ଭଲ ଲାଗିଥାଏ ଯେତେବେଳେ ଅଭିନେତ୍ରୀ ର ପ୍ରବେଶ ହୋଇଥାଏ । ଅନେକ ଗୁଡିଏ ଫିଲ୍ମ ତ କେବଳ ନାୟିକା ମାନଙ୍କ ର ଷ୍ଟାଇଲ ଓ ଲୁକ ପାଇଁ ହିଁ ହିଟ ହୋଇଯାଇଛି । ସେହିପରି ବଲିଉଡର ଜଣେ ଅଭିନେତ୍ରୀ ହେଉଛନ୍ତି ଦୀପିକା ପାଦୁକନ । ଦୀପିକା ଙ୍କୁ କିଏ ବା ନ ଜାଣେ । ନିଜର ଅତି ଚମତ୍କାର ଅଭିନୟ ପାଇଁ ସେ ସମଗ୍ର ବିଶ୍ୱ ରେ ପରିଚିତ ।

ତେବେ ବନ୍ଧୁଗଣ ଦୀପିକା ଙ୍କ ସହିତ ଭିଡ଼ ମଧ୍ୟରେ ଏପରି ଏକ ଘଟଣା ଘଟି ଯାଇଥିଲା ଯାହା କ୍ୟାମେରା ରେ କଏଦ ହୋଇଯାଇଥିଲା । ତେବେ କଣ ହୋଇଥିଲା ସେଗି ସମୟ ରେ ଆସନ୍ତୁ ଜାଣିବା । ଅଭିନେତ୍ରୀ ଦୀପିକା ପାଦୁକନ ଙ୍କ ର ଏତେ ଫାନ ରହିଛନ୍ତି ଯେ ସେ ଯେଉଁ ସ୍ଥାନ କୁ ଗଲେ ମଧ୍ୟ ସବୁବେଳେ ଭିଡ଼ ମଧ୍ୟରେ ରହିଥାନ୍ତି ତେଣୁ ଏହିପରି ଘଟଣା ଘଟିବାର ସମ୍ଭାବନା ମଧ୍ୟ ଅଧିକ ରହିଥାଏ । ସେହିପରି କିଛି ଘଟଣା ଏବେ ଦୀପିକା ଙ୍କ ସହିତ ଘଟିଥିଲା ।

ଦୀପିକା ମୁମ୍ବାଇ କୌଣସି ଏକ ସ୍ଥାନ ରୁ ନିଜ କାର ପାଖକୁ ଫେରୁଥିବା ସମୟ ରେ ଏତେ ଭିଡ଼ ହୋଇଯାଇଥିଲା କି ତାହା ସମ୍ଭାଳିବା ମଧ୍ୟ କଷ୍ଟସାଧ୍ୟ ହୋଇପଡିଥିଲା । ଏତେ ଭିଡ଼ ମଧ୍ୟରେ ଦୀପିକା ନିଜର ଗାଡି ପାଖରେ ପହଞ୍ଚିବା ମଧ୍ୟ ବହୁତ କଷ୍ଟକର ଥିଲା । ଏହା ମଧ୍ୟରେ ଜଣେ କେହି ତାଙ୍କ ପର୍ସ କୁ ଟାଣିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସର୍ବ ଶେଷ ରେ ସେ ବହୁତ କଷ୍ଟ ରେ ନିଜେ ଗାଡି ପାଖରେ ପହଁଚି ପାରିଥିଲେ । ବେଳେ ବେଳେ ଜଣେ ସେଲିବ୍ରିଟି ର ଲୋକପ୍ରିୟତା ହିଁ ତାଙ୍କୁ ବହୁତ ହଇରାଣ ରେ ପକାଇଥାଏ । ଦୀପିକା ଙ୍କ ସହିତ ଘଟିଥିବା ଘଟଣା ଟି ତାର ଏକ ଉଦାହରଣ ସ୍ୱରୂପ ଅଟେ ।

ଦୀପିକା ପାଦୁକନ ଏକ ରେଷ୍ଟୁରାଣ୍ଟ କୁ ଡିନର କରିବାକୁ ଯାଇଥିବା ସମୟ ରେ କେହିଜଣେ ବାହାରେ ଏହି କଥା କୁ ପ୍ରଚାର କରିଦେଇଥିଲା । ସେହି ସମୟ ରେ ସେ ବାହାରକୁ ଆସିବା ପୂର୍ବ ରୁ ହିଁ ଲୋକ ମାନେ ତାଙ୍କୁ ଦେଖିବା ପାଇଁ ଭିଡ଼ ଜମାଇ ରଖିଥିଲେ । ଏହା କୁ ଦେଖି ଦୀପିକା ଖୁସି ଯେତିକି ହୋଇଥିଲେ ତାହା ଠାରୁ ବେଶୀ ଡରି ଯାଇଥିଲେ । ସେହି ଭିଡ଼ ରେ ଲୋକ ମାନେ ତାଙ୍କୁ ବହୁତ ହଇରାଣ କରିଥିଲେ ।

ସେହି ସମୟ ରେ ସେଠାରେ ଟିସୁ ପେପର ବିକ୍ରି କରୁଥିବା ଜଣେ ମହିଳା ଦୀପିକା ଙ୍କ ପାଖକୁ ଆସିଥିଲେ ଟିସୁ ପେପର କିଣିବା ପାଇଁ ବାଧ୍ୟ କରିଥିଲେ । ଏହା ପରେ ସେ ଦୀପିକା ଙ୍କ ର ପର୍ସ କୁ ଟାଣିବାକୁ ଚେଷ୍ଟା କରିଥିଲେ । ଏହି ପରି ଘଟଣା ଦେଖି ଦୀପିକା ମଧ୍ୟ ବହୁତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପରେ ପରେ ତାଙ୍କର ବଡ଼ି ଗାର୍ଡ ମାନେ ଏହାକୁ ସମ୍ପୂର୍ଣ୍ଣ ଭାବରେ ସମ୍ଭାଳି ନେଇଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button