ନୀତି

ବୁଧବାର ଦିନ କରି ଦିଅନ୍ତୁ ଏହି ଛୋଟ କାମ, ବଡ ରୁ ବଡ ସଙ୍କଟ ର ହେବ ସମାଧାନ

ଯେମିତିକି ଆପଣ ସମସ୍ତେ ଜାଣିଛନ୍ତି କି ଭଗବାନ ଗଣେଶଙ୍କୁ ହିନ୍ଦୁ ଧର୍ମରେ ପ୍ରଥମ ପୂଜନୀୟ ଦେବତା ବୋଲି କୁହାଯାଏ । ସବୁ ଦେବତାଙ୍କ ମଧ୍ୟରେ ଗଣେଶଙ୍କୁ ପ୍ରଥମେ ପୂଜା କରାଯାଇଥାଏ । ଏହା ଛଡା ଗଣେଶଙ୍କୁ ବୁଦ୍ଧିର ଦେବତା ବୋଲି କୁହାଯାଏ । ସବୁ କାମ ଆରମ୍ଭ ହେବା ପୂର୍ବରୁ ପ୍ରଥମେ ଗଣେଶଙ୍କର ପୂଜା କରାଯାଇଥାଏ ।

ବୁଧୁବାର ଦିନ ବିଶେଷ ରୂପରେ ଯଦି ଭଗବାନ ଗଣେଶଙ୍କର ପୂଜା କରାଯାଏ ତେବେ ତାଙ୍କର କୃପା ସବୁବେଳେ ରହିବ । ଯାହା ଉପରେ ଭଗବାନ ଗଣେଶଙ୍କର କୃପା ରହିଥାଏ ତେବେ ତାହାର ବଡ ରୁ ବଡ ସଙ୍କଟ ଦୂର ହୋଇ ଯାଇଥାଏ । ଆଜି ଆମେ ଏହି ଲେଖା ମାଧ୍ୟମରେ ଆପଣଙ୍କୁ ଗଣେଶଙ୍କ ବିଷୟରେ କିଛି ଖାସ କଥା କହିବାକୁ ଯାଉଛୁ ।

ଆସନ୍ତୁ ଜାଣିବା ଗଣେଶଙ୍କର ପୂଜା କରିବା ପାଇଁ କେଉଁ କଥାର ଧ୍ୟାନ ରଖିବା ଉଚିତ

·    ଆପଣ ଭଗବାନ ଗଣେଶଙ୍କର ପୂଜା ବୁଧୁବାର ଦିନ କରନ୍ତୁ କିମ୍ବା ଅଲଗା ଦିନରେ କରନ୍ତୁ କିନ୍ତୁ ଆପଣ ସବୁବେଳେ ଗଣେଶଙ୍କ ସାମ୍ନାରେ ଦେଶୀ ଘିଅର ଦୀପ ଜଳାନ୍ତୁ ଏବଂ ପୂଜା କରିବା ସମୟରେ ଦୂବର ୨୧ ଗଣ୍ଠି  ଅର୍ପିତ କରନ୍ତୁ ।

·    ଆପଣ ବୁଧୁବାର ଦିନ ଗଣେଶଙ୍କର ୬ଟି ମନ୍ତ୍ରକୁ ଜପ କରନ୍ତୁ ଏବଂ ଏହି ମନ୍ତ୍ରକୁ ୧୦୮ ଥର କରନ୍ତୁ

·    ଆପଣ ଗଣେଶଙ୍କର ପୂଜା କରିବା ସମୟରେ ସିନ୍ଦୁର, ଚନ୍ଦନ, ଜନେଊ, ଦୂବ, ଲଡୁ କିମ୍ବା ଗୁଡ ଦ୍ଵାରା ତିଆରି ମିଠାର ଭୋଗ ଲଗାନ୍ତୁ । ଏହା ପାଶ୍ଚାତ ଧୂପ ଏବଂ ଦୀପକୁ ଲଗାଇ ଭଗବାନ ଗଣେଶଙ୍କର ଆରତୀ କରନ୍ତୁ ।

·    ଯଦି ଆପଣ ଭଗବାନ ଗଣେଶଙ୍କର ପୂଜା କରୁଛନ୍ତି ତେବେ ତାଙ୍କର ପୂଜା କରିବା ସମୟରେ କୌଣସି ଗରିବକୁ ଘରେ ଡାକି ଭୋଜନ କରାନ୍ତୁ ଏବଂ ତାଙ୍କୁ ଦାନ ରୂପରେ କିଛି ଟଙ୍କା ନିଶ୍ଚିତ ଦିଅନ୍ତୁ ।

·   କଳିଯୁଗରେ ଗଣେଶ ଏବଂ ଦୂର୍ଗାଙ୍କୁ ଶୀଘ୍ର ସିଧି ପ୍ରଦାନ କରନ୍ତି ବୋଲି କୁହାଯାଏ ସେଥିପାଇଁ ଯଦି ଆପଣ ଭଗବାନ ଗଣେଶଙ୍କ ସହିତ ମାତା ଦୂର୍ଗାଙ୍କର ପୂଜା କରୁଛନ୍ତି ତେବେ ଆପଣଙ୍କୁ ଏହି ଦୁଇଜଣଙ୍କର କୃପା ପ୍ରାପ୍ତ ହେବ ଏବଂ ଆପଣଙ୍କର ଜୀବନରେ ଚାଲୁଥିବା ସବୁ ସଙ୍କଟ ଦୂର ହୋଇଯିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button