ମନୋରଞ୍ଜନ

ସକାଳ ଜଳଖିଆରେ ବନାନ୍ତୁ ‘ଆଳୁ କଟଲେଟ’, ମିନିଟରେ ହେବ ପ୍ରସ୍ତୁତ

ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଆଳୁ ‘କଟଲେଟ’। ଯାହା ଖାଇବାକୁ ଯେତିକି ସ୍ୱାଦିଷ୍ଟ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲଭାକାରୀ। ଏହାକୁ ଥରେ ଖାଇ ଦେଖନ୍ତୁ ଏହା ଏତେ ସ୍ୱାଦିଷ୍ଟ ଯେ ଏହାକୁ କେବେବି ଭୁଲିପାରିବେନି। ତେବେ ଆସନ୍ତୁ ଜାଣିବା କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

-ସିଛା ଆଳୁ ୩ରୁ୪

-ଗାଜର କଦ୍ଦୁକସ୍‌ କରିଥିବା

-ସିମଲା ଲଙ୍କା ୧

-କଞ୍ଚା ଲଙ୍କା ୧

-ଅଦା ୧ ଇଞ୍ଚ

-ଚାଟ ମସଲା ୧ ଛୋଟ ଚାମଚ

-ହଳଦି ୧/୪ ଟେବୁଲ ଚାମଚ

-ଲାଲ ଲଙ୍କା ପାଉଠର୧/୪ ଟେବୁଲ ଚାମଚ

-ଲୁଣ ସ୍ୱାଦାନୁସାରେ

-ତେଲ ଆବଶ୍ୟକ ଅନୁଯାୟୀ

ପ୍ରସ୍ତୁତି ପ୍ରଣାଳୀ

ସର୍ବପ୍ରଥମେ ସବୁ ପରିବାକୁ କାଟି ଅଲଗା ରଖିଦିଅନ୍ତୁ।

ଏବେ ବ୍ରେଡକୁ ଗ୍ରାଇଣ୍ଡରରେପେଶି ଦିଅନ୍ତୁ।

ଏକ ବଡ ପାତ୍ରରେ ସିଝା ଆଳୁ, ସବୁ କଟା ହୋଇଥିବା ପରିବା, ପିଆଜ, ଅଦା, କଞ୍ଚା ଲଙ୍କା, ଚାଟ ମସଲା, ଲାଲ ଲଙ୍କା, ହଳଦି ଏବଂ ଲୁଣ ମିଶାନ୍ତୁ।

ଏବେ ବ୍ରେଡର ଗୁଣ୍ଡକୁ ପକାଇ ହାତରେ ମିଶାଇ ଦିଅନ୍ତୁ। ଏବେ ସବୁ କଟଲେଟକୁ ସେକି ଦିଅନ୍ତୁ। ହାଲୁକା ଆଞ୍ଚରେ ଏହାକୁ ସେକନ୍ତୁ।

ଏବେ ଏହା ପ୍ରସ୍ତୁତ ହୋଇଯାଇଛି ଆପଣ ଏହାକୁ ଚଟଣୀ ସହିତ ଖାଇପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button