ମନୋରଞ୍ଜନ

ସଂନ୍ଧ୍ୟାରେ କରନ୍ତୁ କିଛି ସ୍ପେଶାଲ, ବହୁତ ସହଜରେ ଅତି କମ୍‌ ସମୟରେ ବନାନ୍ତୁ ବ୍ରେଡ ମେଦୁ ବରା

ଗୃହିଣୀଙ୍କ ମନରେ ସବିବେଳେ ସକାଳର ଟିଫିନ ଏବଂ ସଂଧ୍ୟାର ଟିଫିନକୁ ନେଇ କନଫ୍ୟୁଜ୍‌ ହୋଇଥାଏ। କାହିଁକିନା ପ୍ରତିଦିନ ଗୋଟିଏ ପ୍ରକାର ଖାଦ୍ୟ ଖାଇବା ଦ୍ୱାରା ଘରଲୋକ ବୋର୍‌ ହୋଇଯାନ୍ତି। ତେଣୁ ଆଜି ଆମେ ଆପଣଙ୍କ ପାଇଁ ବ୍ରେଡ୍‌ ମେଦୁ ବରା ରେସିପି ନେଇ ଆସିଛୁ। ଯାହା ସାଉଥ୍‌ ଇଣ୍ଡିଆନ ମେଦୁ ବରା ଠାରୁ ସାମାନ୍ୟ ଅଲଗା। ତାହେଲେ ଆସନ୍ତୁ ଜାଣିବା ଏହାର ରେସିପି ସମ୍ପର୍କରେ।

ଆବଶ୍ୟକ ସାମଗ୍ରୀ

-୬ ବ୍ରେଡ ସ୍ଲାଇସ
-୩/୪ କପ୍‌ ଦହି
-ଅଧା କପ୍‌ ଚାଉଳ ଗୁଣ୍ଡ
-୧/୪ କପ୍‌ ସୁଜି
-ଅଧା ଚାମଚ ଜୀରା
-ଅଧା ପିଆଜ (ଛୋଟ କଟା ହୋଇଥିବା)
-୧ ଇଞ୍ଚ ଅଦା ଖଣ୍ଡ
-ଅଳ୍ପ ଧନିଆ ପତ୍ର
-୬ଟି ଭୃଷଙ୍ଗ ପତ୍ର
-୨ କଞ୍ଚା ଲଙ୍କା କଟା ହୋଇଥିବା
-ଲୁଣ ସ୍ୱାଦାନୁସାରେ
-ତେଲ ଆବଶ୍ୟକ ଅନୁଯାୟୀ

ପ୍ରସ୍ତୁତି ପ୍ରଣାଳୀ

  • ବ୍ରେଡର ଛୋଟ ଛୋଟ ଖଣ୍ଡ କରିଦିଅନ୍ତୁ।
  • ଏଥିରେ ଚାଉଳ ଅଟା, ସୁଜି, ଦହି, ଜୀରା, ପିଆଜ, ଅଦା, କଞ୍ଚା ଲଙ୍କା, ଧନିଆ ପତ୍ର, ଭୃଷଙ୍ଗ ପତ୍ର ଏବଂ ଲୁଣ ମିଶାଇ ଗାଢ଼ ଘୋଳ ବନାଇ ଦିଅନ୍ତୁ।
  • ଯଦି ଘୋଳ ସୁଖିଲା ଲାଗେ ତାହେଲେ ଅଳ୍ପ ଦହି ମିଶାଇ ଦିଅନ୍ତୁ।
  • ଏବେ ଏହି ମିଶ୍ରଣକୁ ନେଇ ତେଲରେ ଛୋଟ ଛୋଟ କରି ଛାଣି ଦିଅନ୍ତୁ।
  • ଏହା ଭଲଭାବେ ଛାଣି ହୋଇଗଲା ପରେ ଏହାକୁ ଏକ ପ୍ଲେଟରେ ବାହାର କରି ଚଟଣୀ କିମ୍ବା ସାମ୍ବର ସହିତ ସର୍ଭ କରନ୍ତୁ।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button