ମନୋରଞ୍ଜନ

ଆଜି ଯଦି କିଛି ସ୍ପେଶାଲ ଖାଇବାକୁ ଚାହୁଁଛନ୍ତି ତାହେଲେ ବନାଇ ଖାଆନ୍ତୁ ‘ଗ୍ରୀନ ମେଙ୍ଗୋ ରାଇସ୍‌’

ଆପଣ ଅନେକ ପ୍ରକାର ରାଇସ୍‌ ଖାଇଥିବେ, ଯେମିତିକି ଜୀରା ରାଇୀସ୍‌, ଲେମନ୍‌ ରାଇସ୍‌। କିନ୍ତୁ ଥରେ ଭାବନ୍ତୁ ଏହି ରାଇସରେ ଯଦି ଆମ୍ବର ସ୍ୱାଦ ମିଳେ ତାହାଲେ କେମିତି ଲାଗିବ। ଏଥିପାଇଁ ଆଜି ଆପଣ ‘ଗ୍ରୀନ ମେଙ୍ଗୋ ରାଇସ୍‌’ ରେସିପି। ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।

ଆବଶ୍ୟକ ସାମଗ୍ରୀ

– ୧ କପ୍‌ ବାସୁମତି ଚାଉଳ
– ୧ ଚାମଚ ସୋରିଷ ତେଲ
– କଞ୍ଚା ଆମ୍ବ (କୋରା ହୋଇଥିବା)
– ଏକ ଚାମଚ ଜୀରା
– କାଜୁ
– କଞ୍ଚା ଲଙ୍କା
– ଭ୍ରୁଷଙ୍ଗ ପତ୍ର
– ଏକ ଚିମୁଟା ହେଙ୍ଗୁ
– ୧ ଚାମଚ ହଳଦି ପାଉଡର
– ସ୍ୱାଦାନୁସାରେ ଲୁଣ
– ତେଲ ଆବଶ୍ୟକ ଅନୁଯାୟୀ

ପ୍ରସ୍ତୁତି ପ୍ରଣାଳୀ

  • ରାଇସକୁ ରାନ୍ଧି ଗୋଟିଏ ପଟେ ରଖିଦିଅନ୍ତୁ। ଯଦି ଆପଣ ବାସୁମତି ଚାଉଳର ବ୍ୟବହାର କରୁଛନ୍ତି ତେବେ ଦେଢ଼ କପ୍‌ ପାଣି ପ୍ରତ୍ୟେକ ଚାଉଳ କପ୍‌ ହିସାବରେ ଦିଅନ୍ତୁ।
  • ଏକ ପ୍ୟାନରେ ତେଲ ପକାଇ ଗରମ କରନ୍ତୁ। ସୋରିଷ ଦାନା ଏବଂ ଜୀରା ପକାନ୍ତୁ। ଯେତେବେଳେ ଏହା ଫୁଟି ଆସିବ ସେତେବେଳେ କାଜୁ ପକାଇ ହାଲୁକା ଭାଜନ୍ତୁ।
  • କଟା କଞ୍ଚା ଲଙ୍କା, ଲାଲ ଲଙ୍କା ଏବଂ ଭ୍ରୁଷଙ୍ଗ ପତ୍ର ପକାନ୍ତୁ। ଏହାପରେ ଏହାକୁ ଦୁଇ ମିନିଟ୍‌ ପଯ୍ୟର୍ନ୍ତ ଭାଜନ୍ତୁ।
  • ହେଙ୍ଗୁ, ହଳଦି ପାଉଡର ଏବଂ ଲୁଣ ପକାଇ ଦୁଇ ମିନିଟ୍‌ ପଯ୍ୟର୍ନ୍ତ ଭାଜନ୍ତୁ।
  • ଏବେ ଆପଣ କୋରି ରଖିଥିବା କଞ୍ଚା ଆମ୍ବକୁ ଭଲଭାବେ ମିଶାନ୍ତୁ। ଏବେ ଏହାକୁ ଆଞ୍ଚରୁ ଓହ୍ଲାଇ ଗରମା ଗରମ ସର୍ଭ କରନ୍ତୁ।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button