ସ୍ୱାସ୍ଥ୍ୟ

ଏବେ ଭେଣ୍ଡି ସାହାଯ୍ୟରେ ଦୂର କରନ୍ତୁ ମଧୁମେହ ରୋଗ, ବିଶ୍ବାସ ହେଉନଥିଲେ ବ୍ୟବହାର କରି ଦେଖନ୍ତୁ

ଯଦି ଆପଣ ମଧ୍ୟ ମଧୁମେହ ରୋଗରେ ଆକ୍ରାନ୍ତ ଅଛନ୍ତି ଏବଂ ତାକୁ ନିୟନ୍ତ୍ରଣରେ ରଖିବା ପାଇଁ ଦାମୀ ଓୌଷଧର ସାହାରା ନେଉଛନ୍ତି ତେବେ ଏହି ଉପାୟକୁ ନିଶ୍ଚୟ ଆପଣାନ୍ତୁ। ଏବେ ଘରେ ବସି ଆପଣ ବିନା କୌଣସି ସାଇଡ ଇଫେକ୍ଟରେ ଏହି ସମସ୍ୟାର ସମାଧାନ ଭେଣ୍ଡିର ଏହି ଉପାୟ ଦ୍ବାରା କରିପାରିବେ। ଆସନ୍ତୁ ଜାଣିବା ମଧୁମେହକୁ କଣ୍ଟ୍ରୋଲ କରିବା ପାଇଁ ଭେଣ୍ଡିର ଉପଯୋଗ କେମିତି କରିବା ଆବଶ୍ୟକ।

lady fingerକଞ୍ଚା ଭେଣ୍ଡିକୁ ଖାଇବା ଦ୍ବାରା ମଧୁମେହ ନିୟନ୍ତ୍ରଣରେ ରହିଥାଏ। ଏଥିରେ ମହଜୁଦ ଥିବା ଘୁଳନଶୀଳ ଫାଇବର ମଧୁମେହ ରୋଗୀଙ୍କ ପାଇଁ ବହୁତ ଲାଭ ଦାୟକ ବୋଲି କୁହାଯାଏ। ତେବେ ଜାଣିବା ଭେଣ୍ଡିର ବ୍ୟବହାର କେମିତି କରିବା।

ବ୍ୟବହାର କରିବାର ପ୍ରଣାଳୀ

ଦୁଇଟି ଭେଣ୍ଡି ନେଇ ତାହାକୁ ଦୁଇପଟରୁ କାଟି ଦିଅନ୍ତୁ। ଏହାପରେ ଏଥିରୁ ଲାଳୁଆ ଅଂଶ ବାହାରିବା ଆରମ୍ଭ ହୋଇଯିବ ଯାହାକୁ ଆପଣ ଧୁଅନ୍ତୁ ନାହିଁ। ଯେତେବେଳେ ଆପଣ ଶୋଇବାକୁ ଯିବେ ତେବେ ଏହି କଟା ଭେଣ୍ଡିକୁ ପାଣି ଥିବା ଗ୍ଲାସରେ ପକାଇ ଦିଅନ୍ତୁ ଏବଂ ଗ୍ଲାସକୁ ଢ଼ାଙ୍କି ଦିଅନ୍ତୁ।

lady fingerସକାଳୁ ଉଠି ପାଣିରୁ କଟା ଭେଣ୍ଡିକୁ କାଢ଼ି ସେହି ପାଣିକୁ ପିଅନ୍ତୁ। ଯଦି ଆପଣଙ୍କ ବ୍ଲଡ ସୁଗାରକୁ ନିୟନ୍ତ୍ରଣରେ ରଖିବାକୁ ଚାହୁଁଛନ୍ତି ତେବେ ଏହି ବିଦ୍ଧିକୁ ନିୟମିତ କିଛି ମାସ ପର‌୍ୟ୍ୟନ୍ତ ବ୍ୟବୖାର କରନ୍ତୁ। ରନ୍ଧା ହୋଇଥିବା ଭେଣ୍ଡି ଠାରୁ କଞ୍ଚା ଭେଣ୍ଡି ଆପଣଙ୍କ ପାଇଁ ଅଧିକ ଲାଭଦାୟକ।

ଏହା ଦ୍ବାରା କଣ ଲାଭ ହୋଇଥାଏ

କିଡନୀ ରୋଗରୁ ମୁକ୍ତି

lady fingerମଧୁମେହ ହେବା ଦ୍ବାରା ଏହା କିଡନୀକୁ ମଧ୍ୟ ପ୍ରଭାବ ପକାଇଥାଏ। ଭେଣ୍ଡି ଖାଇବା ଦ୍ବାରା କିଡନୀ ସମସ୍ୟା ଦୂର ହୋଇଥାଏ। ଯଦି ଆପଣ ମଧୁମେହ ରୋଗରେ ଆକ୍ରାନ୍ତ ତେବେ ନିୟମିତ ଭେଣ୍ଡି ଖାଇବା ଆବଶ୍ୟକ।

ଲୋ ଜିଆଇ ଫୁଡ

ଜିଆଇର ମାନେ ହେଉଛି ଗ୍ଲାଇସିମିକ ଇଣ୍ଡେକ୍ସ। ସବୁ ମଧୁମେହ ରୋଗୀଙ୍କୁ ଏମିତି ଖାଦ୍ୟ ଖାଇବା ପାଇଁ ଉପଦେଶ ଦିଆଯାଇଥାଏ ଯେଉଁଥିରେ ଇଣ୍ଡେକ୍ସର ମାତ୍ରା କମ୍ ଥାଏ। ଭେଣ୍ଡିରେ ମାତ୍ର ୨୦ ପ୍ରତିଶତ ଗ୍ଲାଇସିମିକର ଇଣ୍ଡେକ୍ସ ଥାଏ ଯାହକୁ ବହୁତ କମ୍ ବୋଲି ଧରାଯାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button