ବିଚାର

ଚେହେରାରେ କେବେ ସାଗୁଦାନା ବ୍ୟବହାର କରିଛନ୍ତି କି? ତ୍ୱଚାରେ ଚମକ ପାଇଁ ଆଜି ହିଁ ଲଗାନ୍ତୁ ସାଗୁ ଫେସ୍‌ପ୍ୟାକ୍‌

ସାଗୁ ଆମ ଶରୀର ପାଇଁ ଅତି ଉତ୍ତମ ହୋଇଥାଏ। ଦେଶର ପ୍ରାୟ ସବୁ ଅଞ୍ଚଳରେ ସାଗୁକୁ ବ୍ରେକ୍‌ଫାଷ୍ଟ ଭାବେ ଖିଆଯାଏ। କିନ୍ତୁ ବୋଧେ ଖୁବ୍‌ କମ୍‌ ଲୋକ ଜାଣିଥିବେ ଯେ ସାଗୁ ତ୍ୱଚା ପାଇଁ ମଧ୍ୟ ବେଶ୍‌ ଉପକାରୀ। ତ୍ୱଚାର ଚମକ ପାଇଁ ମଧ୍ୟ ଆପଣ ସାଗୁ ବ୍ୟବହାର କରିପାରିବେ। ଚେହେରାକୁ ଚମକଦାର ବନାଇବାକୁ ଆପଣ ସାଗୁର ଫେସ୍‌ପ୍ୟାକ୍‌ ତିଆରି କରି ଲଗାଇ ପାରିବେ।
ଆସନ୍ତୁ ଜାଣିବା ସାଗୁର ଫେସ୍‌ପ୍ୟାକ୍‌ ବନାଇବା ବିଧି:

sabudana

ଆବଶ୍ୟକୀୟ ସାମଗ୍ରୀ:

୧ ଚାମଚ ସାଗୁ ଦାନା
୨-୩ ଚାମଚ ଲେମ୍ବୁ ରସ
୧ ଚାମଚ ଚିନି
୧ ଚାମଚ ମୁଲତାନି ମାଟି
୨ ଚାମଚ ଗୋଲାପ ଜଳ

ପ୍ରଥମେ ଗ୍ୟାସରେ ଏକ ପାତ୍ର ନେଇ ସେଥିରେ କିଛି ସାଗୁ ଓ ଲେମ୍ବୁ ରସ ପକାଇ ନରମ ହେବା ପର୍ଯ୍ୟନ୍ତ ଗୋଳାନ୍ତୁ। ଏହା ଥଣ୍ଡା ହୋଇଯିବା ପରେ ଗ୍ରାଇଣ୍ଡରରେ ପେଷ୍ଟ କରି ଦିଅନ୍ତୁ। ଏବେ ଏହି ପେଷ୍ଟରେ ଅଳ୍ପ ଚିନି ମିଶାଇ ଗ୍ରାଇଣ୍ଡିଂ କରନ୍ତୁ। ଏବେ ଏହି ପେଷ୍ଟକୁ ବାହାର କରି ସେଥିରେ ମୁଲତାନି ମାଟି ଓ ଗୋଲାପ ଜଳ ମିଶାନ୍ତୁ। ଏବେ ଏକ ଚାମଚରେ ଏହାକୁ ମିଶାଇ ମୁହଁରେ ଲଗାନ୍ତୁ। ୨୦ ମିନିଟ୍‌ ପରେ ମୁହଁକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ।

ସାଗୁର ଏହି ଫେସ୍‌ପ୍ୟାକ୍‌ ମୁହଁର ଦାଗ, ବ୍ରଣ, କଳାପଣ ଦୂର କରିବାରେ ବେଶ୍‌ ସାହାଯ୍ୟ କରିବ। ଶୁଷ୍କ ତ୍ୱଚାକୁ ଏହା ଆର୍ଦ୍ର ମଧ୍ୟ କରିଥାଏ। ଏଣୁ ସବୁ ଋତୁରେ ଆପଣ ଏହାକୁ ବ୍ୟବହାର କରିପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button