ନୀତି

ଏତେ ଖରାପ ହୁଅ କି କୈାଣସି ବି ସ୍ତ୍ରୀ ତୁମର ଫାଇଦା ଉଠାଇବା ପୁର୍ବରୁ ହଜାରେ ଥର ଭାବିବ- Chanakya Niti

ଆଜିର ନୀତି ସେଇ ମାନଙ୍କ ପାଇଁ ଯେଉଁମାନେ ଅନ୍ୟର ଭଲ କରିବା ପାଇଁ ସବୁବେଳେ ଭାବନ୍ତି । ଯିଏ ବାରମ୍ବାର ଧୋକା ଖାଇବାପରେ ମଧ୍ୟ ଅନ୍ୟ ଉପରେ ଭରସା କରନ୍ତି ଏହି ନୀତି ସେମାନଙ୍କ ପାଇଁ । ଆଜି ଆମେ ଚାଣକ୍ୟଙ୍କ ଏପରି ଏକ ନୀତି ବିଷୟରେ କହିବୁ ଯାହା ବହୁତ କଠୋର ଏବଂ କୁଟୀଳ ମଧ୍ୟ । କଣ ଏହି କରି ଯୁଗରେ ଖରାପ ଆଚରଣ ପାଇଁ ଲୋକେ ତୁମକୁ ସ୍ବିକାର କରିବେ ? ତୁମର ଭଲ ସ୍ବଭାବରୁ କଣ କେହି ତୁମକୁ ଭଲ ଭାବିବେ ? ପର ଲୋକେ କ’ଣ ତୁମକୁ ନିଜର ମାନିବେ ?

ଏହି କଳିଯୁଗ ବହୁତ କଠିନ ମୟ ଅଟେ । କଳିଯୁଗରେ ପାପ, ଅହଙ୍କାର,ଲୋଭ,ମୋହ, ମାୟା, ଅନ୍ୟାଚାରରେ ଦୁନିଆ ଭରି ରହିଛି । ଶ୍ରେଷ୍ଠ ନୀତି କହିଥିବା ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି ନୀତି ଜାଣିବା ଦରକାର ନହେଲେ ଏହି ସଂସାରରେ ପଶୁଙ୍କ ଭଳି ଅନ୍ୟର ଗୋଲାମୀ କରି, ଅନ୍ୟ ମାନଙ୍କ ପାଖରୁ ଠୋକର ଖାଇ ଦିନେ ତୁମର ଅନ୍ତ ହୋଇଯିବ ହେଲେ କେବେ ମାନସମ୍ମାନ ମିଳିବ ନାହିଁ ।

ଯେଉଁ ମାନଙ୍କ ଇଚ୍ଛା ପୁରଣ କରିବା ପାଇଁ କଣ ସେମାନେ ତୁମର ଦୁଃଖ ଦୂର କରିବେ । ଯିଏ ତୁମକୁ ଭଲ ପାଉଛନ୍ତି କେବଳ ସେମାନଙ୍କୁ ଖୁସି ରଖିବାରେ ଚେଷ୍ଟା କରନ୍ତୁ । ଯଦି ପର ଲୋକଙ୍କୁ ସୁଖ ଦେବା ପାଇଁ ନିଜ କାର୍ଯ୍ୟ ଭୁଲିଯିବେ ତେବେ ତୁମର ହିଁ କ୍ଷତି ହବ । ଚାଣକ୍ୟଙ୍କ ଏହି ନୀତି ମନରେ ବସେଇ ଦିଅନ୍ତୁ । ଅନ୍ୟର ଭଲ କରିବା ପୂର୍ବରୁ ନିଜର ଭଲ ବିଷୟରେ ଭାବନ୍ତୁ । ଅନ୍ୟକୁ ଧନ ଦେବା ପୂର୍ବରୁ ନିଜେ ଧନ ସଞ୍ଚୟ କରିବା ଶିଖନ୍ତୁ । ଅନ୍ୟମାନଙ୍କୁ ଖାଦ୍ୟ ଦବା ପୂର୍ବରୁ ନିଜ ପେଟକୁ ଦେଖନ୍ତୁ ।

ଶେଷରେ ତୁମ ମୃତ ଶରୀରକୁ ଦେଖି ହସି ହସି କହିବେ ଦେଖ ଏହି ମୁର୍ଖର ମଧ୍ୟ ଅନ୍ତ ହେଲା‌ । ଯେଉଁ ସ୍ତ୍ରୀ ତୁମକୁ ପ୍ରେମ କରୁନାହିଁ ତାକୁ ମଧ୍ୟ ତ୍ୟାଗ କର । ଯେଉଁ ସ୍ତ୍ରୀ ପର ପୁରୁଷ ସହ କାମନାରେ ଲିପ୍ତ ରୁହେ ତାକୁ ମଧ୍ୟ ତ୍ୟାଗ କରିବା ଦରକାର । ନିକମା ପୁଅକୁ ମଧ୍ୟ ତ୍ୟାଗ କର, କରଜ କରୁଥିବା ପିତା, ବ୍ୟଭିଚାର କରୁଥିବା ମା, ଧନର ଲୋଭି ବନ୍ଧୁବାନ୍ଧବଙ୍କ ଏମିତି ସବୁ ସମ୍ପର୍କ ଥିବା ଲୋକଙ୍କ ସହ ତ୍ୟାଗ କରନ୍ତୁ । ନିଜ ପେଟ ପୋଷିବା ପାଇଁ କିଛି ବି କାମ କରନ୍ତୁ ହେଲେ କାହାର ସାହାଯ୍ୟ ନିଅନ୍ତୁ ନାହିଁ ।

ଉପକାର ସବୁବେଳେ ତୁମ ଜୀବନରେ ବୋଝ ହୋଇ ରହିଯିବ । ତେବେ କାମଚୋର ବ୍ୟକ୍ତି ସହିତ କଠୋରତା ସହ ବ୍ୟବହାର କରନ୍ତୁ । ମିଛ କହୁଥିବା ଲୋକଙ୍କୁ ତୁରନ୍ତ ତିରସ୍କାର କରନ୍ତୁ । ଚାଣକ୍ୟ କୁହନ୍ତି କେବେ ସିଧା ବନିକି ରୁହନ୍ତୁ ନାହିଁ । ଜଙ୍ଗଲରେ ସିଧା ବୃକ୍ଷକୁ କାଟି ଦିଆଯାଏ ଏବଂ ଅଙ୍କାବଙ୍କା ଗଛକୁ ଛାଡ଼ି ଦିଆଯାଏ । ସେଥିପାଇଁ ନିଜର ଭଲ ଚାହାନ୍ତି ତେବେ ଦୃଷ୍ଟ ସହିତ ଦୃଷ୍ଟ ବନିକି ରୁହନ୍ତୁ । ଯିଏ ଯେମିତି ତା’କୁ ସେହିପରି ବ୍ୟବହାର କରନ୍ତୁ । ଶତ୍ରୁ ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ତାର ଦୁର୍ବଳତା ଜାଣି ତାକୁ ନଷ୍ଟ କରି ଦିଅନ୍ତୁ ନଚେତ ସେ ଆପଣଙ୍କୁ ନଷ୍ଟ କରିଦେବ‌ । ସେଥିପାଇଁ ଆଚାର୍ଯ୍ୟ ଚାଣକ୍ୟ ଦୃଷ୍ଟ ମଣିଷ ସହ ଦୃଷ୍ଟତା କରିବାକୁ କହିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button